ଆପଣଙ୍କୁ ହୋଇଛି କି ‘ସୋଶାଲ ଫୋବିଆ’? ଜାଣନ୍ତୁ ଏହାର ଲକ୍ଷଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 24, 2018

ଆପଣଙ୍କୁ ହୋଇଛି କି ‘ସୋଶାଲ ଫୋବିଆ’? ଜାଣନ୍ତୁ ଏହାର ଲକ୍ଷଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣ ନିଜ ଆଖପାଖରେ ଏପରି ଅନେକ ଲୋକଙ୍କୁ ଦେଖିଥିବେ, ଯେଉଁମାନେ ନିଜର ଅଧିକ ଆତ୍ମବିଶ୍ୱାସ ଅଛି ବୋଲି କହିଥାନ୍ତି, କିନ୍ତୁ ଅଜଣା ବ୍ୟକ୍ତିଙ୍କ ସହିତ କଥା ହେବା ସମୟରେ ଭୟଭୀତ ହୋଇ ପଡ଼ିଥାନ୍ତି।

ଏହିଭଳି ଲକ୍ଷଣ ଦେଖାଦେଉଥିବା ଲୋକ ‘ସୋଶାଲ ଫୋବିଆ’ ରୋଗରେ ପୀଡ଼ିତ ବୋଲି କୁହାଯାଏ। ଏହା ଏକ ପ୍ରକାର ଡର ଲୋକଙ୍କ ସହ କଥାବାର୍ତ୍ତା କରିବା ସମୟରେ ଲାଗିଥାଏ, ଖାସ୍ କରି ଯେଉଁ ଲୋକଙ୍କୁ ଆପଣ ଜାଣି ନ ଥାନ୍ତି।

ଏହା ଆପଣଙ୍କ ଜୀବନକୁ ଅନେକାଂଶରେ ପ୍ରଭାବିତ କରିଥାଏ। ଅନେକ ସମୟରେ ବ୍ୟକ୍ତି କୌଣସି ପରିସ୍ଥିତିର ସମ୍ମୁଖୀନ କରି ନ ପାରି ନର୍ଭସ୍‌ ହୋଇଯାଇଥାନ୍ତି। ଭାଷଣ ଦେବା ଓ ଇଣ୍ଟରଭ୍ୟୁ ଦେବା ସମୟରେ ନର୍ଭସ ଅନୁଭବ କରିଥାନ୍ତି। ସାମାଜିକ ଚିନ୍ତା, ବିକାର ବା ସୋଶାଲ ଫୋବିଆ ଯୋଗୁ ଏପରି ହୋଇଥାଏ। ଏହି ପ୍ରକାର ଲୋକ ସର୍ବଦା ଚିନ୍ତା କରିଥାନ୍ତି ଯେ, ଲୋକ ସେମାନଙ୍କ ବିଷୟରେ କଣ ଚିନ୍ତା କରୁଥିବେ। ଯାହାର ପରିଣାମ ସ୍ୱରୂପ ଏମାନଙ୍କୁ ସାମାଜିକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ।

ସୋଶାଲ ଫୋବିଆର ଲକ୍ଷଣ
– ମୁହଁ ଲାଲ୍‌ ପଡ଼ିଯିବା
– ନିଶ୍ୱାସ କମ୍ ନେବା
– ପେଟରେ ସମସ୍ୟା ହେବା
– ସ୍ୱର ପରିବର୍ତ୍ତନ ହେବା
– ହୃଦ୍‌ ସ୍ପନ୍ଦନ ବଢ଼ିଯିବା
– ଅଧିକ ଝାଳ ବାହାରିବା
– ମୁଣ୍ଡ ବୁଲାଇବା ଓ ବେହୋସ୍‌ ହୋଇଯିବା

ସୋଶାଲ ଫୋବିଆର କାରଣ
ସୋଶାଲ ଫୋବିଆ ପରିବାର ମଧ୍ୟରୁ ହିଁ ଆସିଥାଏ। କିନ୍ତୁ ଅନେକ ସମୟରେ ଏହା ପଛରେ ଥିବା ପ୍ରକୃତ କାରଣ ଜାଣିବା କଷ୍ଟକର ହୋଇଥାଏ। ଗବେଷଣା ଅନୁସାରେ, ମସ୍ତିଷ୍କ ଅନେକ ଭାଗରେ ଡର ଓ ଚିନ୍ତାର କାରଣ ସାମିଲ୍‌ ହୋଇ ରହିଥାଏ। ମସ୍ତିଷ୍କରେ ସୃଷ୍ଟି ହେଉଥିବା ଡର ଓ ଚିନ୍ତା ବିଷୟରେ ଅଧ୍ୟୟନ କରିବା ପରେ ବୈଜ୍ଞାନିକମାନେ ଏହାର କାରଣ ଖୋଜିବାରେ ସଫଳ ହୋଇଛନ୍ତି। ବୈଜ୍ଞାନିକଙ୍କ ମତ ଅନୁସାରେ, ସାମାଜିକ ଓ ଆଭ୍ୟନ୍ତରୀଣ ବାତାବରଣ ଯୋଗୁ ଏପରି ହୋଇଥାଏ।

ଚିକିତ୍ସା

ସାଇକୋଥେରାପି:
ଏହା ଏକ ପ୍ରକାର Cognitive Behavior ଥେରାପି ନାମରେ ଜଣାଶୁଣା। ସୋଶାଲ ଫୋବିଆର ଚିକିତ୍ସା କରିବା ସମୟରେ ଏହାକୁ ବ୍ୟବହାର କରାଯାଇଥାଏ। ଏହି ଥେରାପି ସାହାଯ୍ୟରେ ବ୍ୟକ୍ତି ନିଜ ଚିନ୍ତା ଓ ଭାବନାରେ ନିୟନ୍ତ୍ରଣ ଆଣିଥାଏ। ଏହା ସହିତ ରୋଗୀର ସାମାଜିକ ଜ୍ଞାନ ମଧ୍ୟ ବଢ଼ିଥାଏ।
ଔଷଧ: ଏପରି ବ୍ୟକ୍ତିଙ୍କୁ ଯାଞ୍ଚ କରିବା ପରେ ଡାକ୍ତର ଚିକିତ୍ସା କରିବା ପାଇଁ ପରାମର୍ଶ ଦେଇଥାନ୍ତି। ସୋଶାଲ ଫୋବିଆ ଚିକିତ୍ସାରେ ଏପରି ଔଷଧ ଦିଆଯାଇଥାଏ, ଯାହାଦ୍ୱାରା ବ୍ୟକ୍ତିର ଚିନ୍ତା ଓ ଡର ଦୂର ହୋଇପାରିବ। ଏହି ପ୍ରକାର ଔଷଧ ବ୍ୟକ୍ତିର ମନକୁ ଶାନ୍ତ ରଖିବାରେ ସାହାଯ୍ୟ କରିଥାଏ। ଯଦି ଆପଣ ଏପରି କୌଣସି ଔଷଧ ଖାଉଛନ୍ତି,ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ମନେ ରଖନ୍ତୁ ଏହି ଔଷଧକୁ ଲମ୍ୱା ସମୟ ପର୍ଯ୍ୟନ୍ତ ନିଅନ୍ତୁ ନାହିଁ।



from Odisha Reporter https://ift.tt/2r3xu4z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages