ପୁଲିସ୍‌ ଚେକ୍‌ ପୋଷ୍ଟରେ ଆତ୍ମଘାତୀ ହମ୍‌ଲା, ୬ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 12, 2018

ପୁଲିସ୍‌ ଚେକ୍‌ ପୋଷ୍ଟରେ ଆତ୍ମଘାତୀ ହମ୍‌ଲା, ୬ ମୃତ

କାବୁଲ: ପୁଲିସ୍‌ ପୋଷ୍ଟକୁ ଟାର୍ଗେଟ କରି ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ କରିଛନ୍ତି ଆତଙ୍କବାଦୀ। ଆଜି ଆଫ୍‌ଗାନିସ୍ତାନର କାବୁଲ ସ୍ଥିତ ଏକ ପୁଲିସ୍‌ ଚେକ୍‌ପୋଷ୍ଟ ନିକଟରେ ଜଣେ ଆତ୍ମଘାତୀ ଆତଙ୍କବାଦୀ ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଛି। ଏଥିରେ ପୁଲିସ୍‌ କର୍ମଚାରୀଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୧୦ ଜଣ ପୁଲିସ୍‌ କର୍ମଚାରୀ, ସାଧାରଣ ଲୋକ ଓ ମହିଳା ଗୁରୁତର ଆହତ ହୋଇଛନ୍ତି।

ତାଲିବାନ ଆତଙ୍କବାନୀମାନେ ଦେଶର ୨ଟି ପ୍ରଦେଶରେ ସକ୍ରିୟ ଥିବାରୁ ଏହା ବିରୋଧରେ ଆଜି ବିଶାଳ ବିକ୍ଷୋଭ ସମାବେଶର ଆୟୋଜନ କରାଯାଇଥିଲା। ଶତାଧିକ ଲୋକ କେନ୍ଦ୍ରୀୟ କାବୁଲ ଅଞ୍ଚଳରେ ଥିବା ଅର୍ଥମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କ ବାସଭବନ ଆଗରେ ବିକ୍ଷୋଭ କରିବାକୁ ଯାଉଥିଲେ। ତେବେ ଏହି ସମୟରେ ଜଣେ ଆତଙ୍କବାଦୀ ହଠାତ୍‌ ନିଜ ଦେହରେ ଖଞ୍ଜିଥିବା ବୋମାକୁ ବିସ୍ଫୋରଣ କରି ନିଜକୁ ଉଡ଼ାଇ ଦେଇଥିଲା।

ଏହି ଶକ୍ତିଶାଳୀ ବିସ୍ଫୋରଣ ଯୋଗୁ ସେଠାରେ ଥିବା ପୁଲିସ୍‌ କର୍ମଚାରୀ ଓ ସାଧାରଣ ଲୋକ ମୃତାହତ ହୋଇଥିଲେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ଏଯାଏ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଏଥିପାଇଁ ନିଜକୁ ଦାୟୀ କରିନାହାନ୍ତି।



from Odisha Reporter https://ift.tt/2zMF0Vv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages