
ପାଲଲହଡ଼ା (ରବିନାରାୟଣ ପ୍ରଧାନ): ଅଙ୍ଗନୱାଡ଼ିରୁ ପାଠ ପଢ଼ି ଘରକୁ ଫେରୁଥିଲେ ୩ ଜଣ ଶିଶୁ। ଫେରିବା ରାସ୍ତାରେ ବିଲମାଳ ଭିତରେ ପାଣି ଦେଖି ଗୋଡ଼ ଧୋଉଥିଲେ। ମାତ୍ର ସେମାନଙ୍କ ଗୋଡ଼ ଖସିଯିବାରୁ ଦୁଇ ଜଣ କୂଅରେ ଗଳିପଡ଼ିଥିଲେ।
ଅନୁଗୋଳ ଜିଲ୍ଲା ଖମାର ଆଲୋରୀରେ ଏକ ଅଙ୍ଗନୱାଡ଼ି କେନ୍ଦ୍ର ରହିଛି। ସବୁଦିନ ପରି ଆଜି ଏହି ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସିଥିଲେ ଅର୍ଜୁନଝରି ସାହିର ପଲ୍ଲଵୀ କିସାନ୍(୪), ଲଭଲି କିସାନ୍(୩) ଓ ଅନ୍ୟ ଜଣେ ପିଲା। ଅଙ୍ଗନୱାଡ଼ି ଛୁଟି ହେବା ପରେ ସେମାନେ ସମସ୍ତେ ସବୁଦିନିଆ ରାସ୍ତାରେ ନଯାଇ ଧାନ ବିଲ ଦେଇ ଘରକୁ ଫେରୁଥିଲେ।
ବିଲ ମଝିରେ ଥିବା ଏକ କୂଅରେ ପାଣି ଭର୍ତ୍ତି ହୋଇ ଚାରିଆଡ଼କୁ ଉଛୁଳିଥିବା କଥା ଜାଣି ନପାରି ସେହି ପାଣିରେ ଗୋଡ଼ ଧୋଉଥିଲେ। ହଠାତ ସେମାନଙ୍କ ଗୋଡ଼ ଖସିଯାଇଥିଲା। ଫଳରେ ଦୁଇ ଜଣ ଭରା କୂଅରେ ପଡ଼ିଯାଇ ବୁଡ଼ି ଯାଇଥିଲେ। ଏହା ଦେଖି ସେମାନଙ୍କ ସହିତ ଥିବା ଅନ୍ୟ ପିଲାଟି ଧାଇଁ ଯାଇ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲା। ଗାଁ ଲୋକଙ୍କ ସହାୟତରେ ଦୁଇ ପିଲାଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା।
from Odisha Reporter https://ift.tt/2PrOS1H
No comments:
Post a Comment