ବିଜୟ ଓ ଦିଲୀପଙ୍କ ଗତି କୁଆଡ଼େ? କ’ଣ ହୋଇଛି ଡିଲ୍? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 30, 2018

ବିଜୟ ଓ ଦିଲୀପଙ୍କ ଗତି କୁଆଡ଼େ? କ’ଣ ହୋଇଛି ଡିଲ୍?

ଏ ଦୁଇ ନେତାଙ୍କ ସହ ତୃତୀୟ ମହଲାର ଘନିଷ୍ଠ ଥିବା ବିଜେଡିର ଜଣେ ସାଧାରଣ ସମ୍ପାଦକ ଚୂଡ଼ାନ୍ତ ଡିଲ୍ କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ଅବଶ୍ୟ ବିଭିନ୍ନ ପର୍ଯ୍ୟାୟରେ ଏହି ଦୁଇ ନେତାଙ୍କ ସହ ଦଳର ଅନ୍ୟ କିଛି ନେତା ଆଲୋଚନା କରିଥିବା ଜଣାପଡ଼ିଛି।

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ଜାତୀୟ କାର୍ଯ୍ୟକାରିଣୀର ଦୁଇଜଣ ସଦସ୍ୟ ତଥା ରାଜ୍ୟର ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲୀପ ରାୟ ଆଜି ବିଧିବଦ୍ଧ ଭାବେ ବିଜେପିରୁ ଇସ୍ତଫା ଦେଇଛନ୍ତି। ଆସନ୍ତା ୧୫ ଦିନ ପରେ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଉଭୟ ଘୋଷଣା କରିବେ ବୋଲି ସଙ୍କେତ ଦେଇଛନ୍ତି।

ତେବେ ୨୦୦୯ ମସିହାରୁ ବିଜେପିରେ ସାମିଲ ହୋଇ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦଳରୁ ଇସ୍ତଫା ଦେଇଥିବା ବିଜୟ ଓ ଦିଲୀପ କେଉଁ ଦଳରେ ମିଶିବେ ତାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି। ଅବଶ୍ୟ ଦୀର୍ଘଦିନ ଧରି ଦଳରେ ଅଲୋଡ଼ା ହୋଇ ରହିଥିବା ବିଜୟ ଓ ଦିଲୀପଙ୍କ ଇସ୍ତଫା ଏକ ରାଜନୀତିକ ରଣନୀତିର ଅଂଶବିଶେଷ। ଅପରାଜିତା ଷଡ଼ଙ୍ଗୀଙ୍କ ସାମିଲକୁ ନେଇ ସାଧାରଣରେ ବଢ଼ୁଥିବା ଉତ୍ସାହ ଉପରେ ବ୍ରେକ୍ ଲଗାଇବା ପାଇଁ ବିଜୟ ଓ ଦିଲୀପ ଏହି ସମୟକୁ ବାଛିଥିବା ଚର୍ଚ୍ଚା ହେଉଛି।

ସୂତ୍ର ଅନୁସାରେ, ସାଧାରଣ ନିର୍ବାଚନ ପୂର୍ବରୁ ବିଜୟ ଓ ଦିଲୀପଙ୍କ ମାଧ୍ୟମରେ ବିଜେଡି ରାଜ୍ୟରେ ନିଜର ପତିଆରା ଶୋ’ କରିବା ପାଇଁ ଯୋଜନା କରିଛି। ବିଜେପିକୁ ଏବେ ନିଜର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବୁଥିବା ବିଜେଡି ଏହି ଦୁଇ ନେତାଙ୍କୁ ଆଣି ନିଜ ସପକ୍ଷରେ ପରିବେଶ ପ୍ରସ୍ତୁତ କରିବାକୁ ଚାହୁଁଥିବା ବେଳେ, ବିଜେପି କିନ୍ତୁ ସମ୍ପୃକ୍ତ ଦୁଇ ନେତାଙ୍କ ଦଳ ଛାଡ଼ିବାକୁ ବିଶେଷ ଗୁରୁତ୍ୱ ଦେଉନଥିବା ଜଣାପଡ଼ିଛି।

ଦିଲୀପ ବିଜେଡି-କଂଗ୍ରେସ ଓ ବିଜେପିରେ ନିଜର ରାଜନୀତିକ ଭାଗ୍ୟ ପରୀକ୍ଷା କରି ସାରିଥିବା ବେଳେ ଏବେ ପୁଣିଥରେ ବିଜେଡିକୁ ଫେରିବା ନିମନ୍ତେ ଉଦ୍ୟମ କରିଛନ୍ତି। ସେହିପରି ବିଜୟ ମଧ୍ୟ ଅପମାନ ପାଇ ବିଜେଡି ଛାଡ଼ିବା ପରେ ନିଜେ ଆଂଚଳିକ ଦଳ ଗଢ଼ିବା ଓ ପରେ ସେ ରାଜ୍ୟରେ ନେତୃତ୍ୱ ନେଉଥିବା ଏନ୍‌ସିପି ଦଳକୁ ବିଜେଡି ଚାପରେ ଛାଡ଼ିବା ଭଳି ତିକ୍ତ ଅନୁଭୂତି ସାଉଣ୍ଟିଥିଲେ ସୁଦ୍ଧା, ପୁଣିଥରେ ବିଜେଡିକୁ ଫେରିବାକୁ ଯୋଜନା କରିଥିବା ଚର୍ଚ୍ଚା ହେଉଛି। ଏ ଦୁଇ ନେତାଙ୍କ ସହ ତୃତୀୟ ମହଲାର ଘନିଷ୍ଠ ଥିବା ବିଜେଡିର ଜଣେ ସାଧାରଣ ସମ୍ପାଦକ ଚୂଡ଼ାନ୍ତ ଡିଲ୍ କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ଅବଶ୍ୟ ବିଭିନ୍ନ ପର୍ଯ୍ୟାୟରେ ଏହି ଦୁଇ ନେତାଙ୍କ ସହ ଦଳର ଅନ୍ୟ କିଛି ନେତା ଆଲୋଚନା କରିଥିବା ଜଣାପଡ଼ିଛି।

ତେବେ ରାଜନୀତିକ ବିଶ୍ଲେଷକଙ୍କ ମତରେ, ଦୀର୍ଘ ପ୍ରାୟ ଅଢ଼େଇ ବର୍ଷ ଧରି ବିଜୟ ଓ ଦିଲୀପଙ୍କୁ ବିଜେପି ନିଜର ସଂଗଠନରେ ଅଲୋଡ଼ା କରି ରଖିଥିଲା। ଏପରିକି ଏ ଦୁଇ ନେତାଙ୍କ ଅଂଚଳରେ ବିଜେପି ପକ୍ଷରୁ ସମାନ୍ତରାଳ ସଂଗଠନ ରହିଛି, ଯାହା ରାଜ୍ୟ ବିଜେପି ନେତୃତ୍ୱଙ୍କ ଦ୍ୱାରା ସିଧାସଳଖ ନିୟନ୍ତ୍ରିତ ହେଉଛି। ଦୁଇ ନେତାଙ୍କୁ ସାଂଗଠନିକ କାର୍ଯ୍ୟରୁ ଦୂରେଇ ରଖି ବିଜେପି ବିଜେପୁର ଉପନିର୍ବାଚନ ଓ ପଂଚାୟତ ନିର୍ବାଚନ ଲଢ଼ି ସାରିଛି।

୨୦୧୭ ଏପ୍ରିଲ ମାସରେ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରରେ ହୋଇଥିଲେ ମଧ୍ୟ ବିଜୟ ସେଥିରେ ସାମିଲ ହୋଇନଥିଲେ। ୨୦୧୪ ଅକ୍ଟୋବରର କନ୍ଧମାଳ ଉପନିର୍ବାଚନ ପରିଚାଳନା ପରଠୁ ସଂଗଠନରେ ଧୀରେଧୀରେ ବିଜୟ ଅଲୋଡ଼ା ହେବାରେ ଲାଗିଥିଲେ। ବିଜେପି ଛାଡ଼ିବା ନେଇ ପୂର୍ବରୁ ଚର୍ଚ୍ଚା ହୋଇଥିଲେ ମଧ୍ୟ ଏ ଦୁଇ ନେତା ନିରବ ରହିଥିଲେ। ସେମାନଙ୍କୁ ବୁଝାଇବା ପାଇଁ କୌଣସି ପଦକ୍ଷେପ ନନେଇ ପରୋକ୍ଷରେ ବିଜେପି ଏ ଦୁହିଁଙ୍କୁ ଗୁରୁତ୍ୱହୀନ କରିସାରିଥିଲା। ତେଣୁ ଏବେ ଏମାନଙ୍କ ଦଳ ଛାଡ଼ିବା ରାଜ୍ୟ ବିଜେପିକୁ ଅଧିକ କିଛି ବିପର୍ଯ୍ୟୟ ଆଡ଼କୁ ନେବା ସମ୍ଭାବନା କ୍ଷୀଣ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଏ ଦୁଇ ନେତାଙ୍କ ରାଜନୀତି ମହତ୍ୱାକାଂକ୍ଷା ହିଁ ସେମାନଙ୍କର ଗୁରୁତ୍ୱକୁ ପରୋକ୍ଷରେ ହ୍ରାସ କରିଛି।

ବିଜେଡି ସୂତ୍ର ଅନୁସାରେ, ବିଜୟ ମହାପାତ୍ରଙ୍କୁ ଏବେ ଦଳରେ ସାମିଲ କରି ବିଜେଡି ତାଙ୍କୁ କେନ୍ଦ୍ରାପଡ଼ା ଲୋକସଭା ସାଂସଦ କିମ୍ବା ପାଟକୁରା ବିଧାନସଭା ଆସନରୁ ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଆଗାମୀ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ାରୁ ପ୍ରତିଦ୍ୱନ୍ଦ୍ୱିତା କଲେ, ସେଠାରେ ତାଙ୍କୁ କଡ଼ା ଟକ୍କର ଦେବା ପାଇଁ ବିଜୟଙ୍କୁ ପ୍ରାର୍ଥୀ କରାଯିବାର ସମ୍ଭାବନା ରହିଛି। ଯଦି ବୈଜୟନ୍ତ ପ୍ରାର୍ଥୀ ନହୁଅନ୍ତି ତା’ହେଲେ ଦ୍ୱିତୀୟ ବିକଳ୍ପ ଭାବେ ପାଟକୁରାରେ ଦଳୀୟ ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କ ସ୍ଥାନରେ ତାଙ୍କୁ ପ୍ରାର୍ଥୀ କରାଯାଇପାରେ।

ସେହିପରି ୨୦୧୯ରେ ରାଉରକେଲାରୁ ପ୍ରାର୍ଥୀ ନହେବାକୁ ଘୋଷଣା କରିଥିବା ଦିଲୀପଙ୍କୁ ବିଜେଡି ସମ୍ଭବତଃ ବରଗଡ଼ ସଂସଦୀୟ ଆସନରୁ ପ୍ରାର୍ଥୀ କରିପାରେ। ରାଉରକେଲା ଭଳି ବରଗଡ଼ରେ ଦିଲୀପଙ୍କର ନିଜସ୍ୱ ସଂଗଠନ ଅଛି। ସେଠାରୁ ବିଜେଡି ଟିକେଟରେ ପ୍ରାର୍ଥୀ ହେବାରେ ଦିଲୀପଙ୍କର ସମସ୍ୟା ହେବନି। ଏହି ଆସନ ଉପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନଜର ରହିଥିବା ବିଜେଡି ଆକଳନ କରୁଛି। ତେଣୁ ବିଜୟ ଓ ଦିଲୀପଙ୍କୁ ଦଳରେ ସାମିଲ କରି ବିଜେଡି ପରୋକ୍ଷରେ ବୈଜୟନ୍ତ ପଣ୍ଡାଙ୍କୁ ଚେକ୍ ଦେବାକୁ ପ୍ରୟାସ କରୁଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି। ତେବେ ଡିସେମ୍ବର ୨୦ ତାରିଖ ସୁଦ୍ଧା ବିଜୟ ଓ ଦିଲୀପଙ୍କ ରାଜନୀତିକ ଗତିବିଧି ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ପଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି।



from Odisha Reporter https://ift.tt/2RoSf6p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages