ବଲିଉଡ୍‌ କମେଡିଆନ୍‌ ରାଜପାଲ ଯାଦବଙ୍କୁ ଜେଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 30, 2018

ବଲିଉଡ୍‌ କମେଡିଆନ୍‌ ରାଜପାଲ ଯାଦବଙ୍କୁ ଜେଲ୍‌

ନୂଆଦିଲ୍ଲୀ: ବଲିଉଡ୍‌ର ଲୋକପ୍ରିୟ କମେଡିଆନ୍‌ ରାଜପାଲ ଯାଦବଙ୍କୁ ଆଜି ୩ ମାସର ଜେଲ୍‌ଦଣ୍ଡ ମିଳିଛି। ଚେକ୍‌ ବାଉନ୍ସ ମାମଲାରେ ଫସିଥିବା ରାଜପାଲଙ୍କୁ ଦିଲ୍ଲୀ ହାଇକୋର୍ଟ ଏଭଳି ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି। ତାଙ୍କୁ ତୁରନ୍ତ ତିହାର ଜେଲ୍‌ରେ ଭର୍ତ୍ତି କରିବାକୁ କୋର୍ଟ କହିଛନ୍ତି। ପୁଲିସ୍‌ ଏହି ନିର୍ଦ୍ଦେଶ ପରେ ରାଜପାଲଙ୍କୁ ନିଜ ହେଫାଜତକୁ ନେଇଛି।

୨୦୧୦ରେ ରାଜପାଲ ଯାଦବ ଓ ତାଙ୍କ ପତ୍ନୀ ରାଧା ମୁରଲୀ ପ୍ରୋଜେକ୍ଟ ନାମକ ଏକ କମ୍ପାନୀଠାରୁ ୫ କୋଟି ଟଙ୍କା ଋଣ କରିଥିଲେ। ରାଜପାଲ ନିଜର ପ୍ରଯୋଜନା ସଂସ୍ଥା ଶ୍ରୀ ନଉରଙ୍ଗ ଗୋଦାବରା ଏଣ୍ଟରଣ୍ଟେନମେଣ୍ଟ କମ୍ପାନୀ ନାଁରେ ଏହି ଋଣ ଉଠାଇଥିଲେ। ରାଜପାଲ ପ୍ରମଥର ନିଜ ନିର୍ଦ୍ଦେଶନାରେ “ ଆତା ପତା ଲାପତା” ଫିଲ୍ମ ନିର୍ମାଣ କରିବାକୁ ଏହି ଟଙ୍କା ନେଇଥିଲେ। କିନ୍ତୁ ଏହାକୁ ସେ ପରିଶୋଧ ନ କରିବାରୁ ଋଣ ଦେଇଥିବା କମ୍ପାନୀ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ଫିଲ୍ମଟି ୨୦୧୨ରେ ରିଲିଜ୍‌ ହୋଇଥିଲା।

ଏହା ପୂର୍ବରୁ ଏପ୍ରିଲ ମାସରେ ଦିଲ୍ଲୀର ଏକ ଟ୍ରାଏଲ କୋର୍ଟ ରାଜପାଲଙ୍କୁ ୬ ମାସ ଜେଲଦଣ୍ଡ ଦେଇଥିଲେ। ସେହିପରି ୨୦୧୩ ମସିହା ଡିସେମ୍ବର ୩ରୁ ୬ ଯାଏ ରାଜପାଲ ତିହାର ଜେଲ୍‌ରେ ରହିଥିଲେ। ମିଛ ସତ୍ୟପାଠ ଦାଖଲ ମାମଲାରେ ତାଙ୍କୁ ଏଭଳି ଦଣ୍ଡାଦେଶ ମିଳିଥିଲା।

 

 



from Odisha Reporter https://ift.tt/2U0lvlq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages