
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍): ହିନ୍ଦୁ ଧର୍ମ ଶାସ୍ତ୍ରରେ ଆମ୍ୱ ପତ୍ରର ବିଶେଷ ମହତ୍ତ୍ୱ ରହିଛି। ଆମ୍ୱ ପତ୍ରକୁ ବିଭିନ୍ନ ପୂଜା, ପର୍ବ ପର୍ବାଣୀ ଓ ଶୁଭ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ। ଏହା ସହ ଆମ୍ୱ ଗଛକୁ ଶୁଭ ବୋଲି ଶାସ୍ତ୍ରରେ ବିବେଚନା କରାଯାଏ।
କେବଳ ଆମ୍ୱ ପତ୍ର ନୁହେଁ, ଆମ୍ବ ଗଛର କାଠକୁ ହୋମ ଓ ଯଜ୍ଞ ଆଦିରେ ବ୍ୟବହାର କରାଯାଏ।
ଆପଣ ଦେଖିଥିବେ, ଅଧିକାଂଶ ଲୋକ ଘରର ମୁଖ୍ୟ ଦ୍ୱାରରେ ଆମ୍ୱ ପତ୍ରର ତୋରଣ ଦେଇ ଥା’ନ୍ତି। ବାସ୍ତୁ ଶାସ୍ତ୍ରରେ ଏହାର ମହତ୍ତ୍ୱ ସମ୍ପର୍କରେ ଉଲ୍ଲେଖ କରାଯାଇଛି।
ବାସ୍ତୁ ଶାସ୍ତ୍ର ଅନୁସାରେ, ଘରର ମୁଖ୍ୟ ଦ୍ୱାରରେ ଆମ୍ୱ ପତ୍ର ଟାଙ୍ଗିଲେ, ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିପାରନ୍ତି ନାହିଁ। ଏହା ସହ ଆମ୍ୱ ପତ୍ର ତୋରଣ ଦିଆଯାଇଥିବା ଦ୍ୱାର ମୁହଁ ଦେଇ ଘରେ ପ୍ରବେଶ କଲେ, ଆପଣଙ୍କ ଶରୀରରେ ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ।
କେବଳ ସେତିକି ନୁହେଁ, ଆମ୍ବ ପତ୍ରର ତୋରଣ ଦ୍ୱାରା ମାଙ୍ଗଳିକ କାର୍ଯ୍ୟରେ ସଫଳତା ସହ ଘରର ସଦସ୍ୟମାନଙ୍କୁ ଶୁଭ ସମାଚାର ମିଳିଥାଏ ବୋଲି ବାସ୍ତୁ ଶାସ୍ତ୍ରରେ କୁହାଯାଇଛି।
ହିନ୍ଦୁ ଶାସ୍ତ୍ର ଅନୁସାରେ, ଆମ୍ୱ ହନୁମାନଙ୍କ ପ୍ରିୟ ଫଳ। ଏଥିପାଇଁ ଆମ୍ୱ ଗଛ ଲଗାଇଲେ, ହନୁମାନ ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ୱାସ ରହିଛି।
from Odisha Reporter https://ift.tt/2OQ0lmf
No comments:
Post a Comment