ଖଲିସ୍ତାନୀ ସପକ୍ଷବାଦୀଙ୍କ ସହ ଫଟୋ ଉଠାଇ ଅଡ଼ୁଆରେ ସିଦ୍ଧୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 29, 2018

ଖଲିସ୍ତାନୀ ସପକ୍ଷବାଦୀଙ୍କ ସହ ଫଟୋ ଉଠାଇ ଅଡ଼ୁଆରେ ସିଦ୍ଧୁ

ଇସ୍‌ଲାମାବାଦ: ପାକିସ୍ତାନ ଗସ୍ତ କରି ସେଠାରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଓ ସେନାଧ୍ୟକ୍ଷ ଜେନାରାଲ କମର ଜାଭେଦ ବାଜୱାଙ୍କୁ ପ୍ରଶଂସା କରିଥିବା ନଭଜୋତ ସିଂହ ସିଦ୍ଧୁ ଏବେ ଅଡ଼ୁଆରେ ପଡ଼ିଛନ୍ତି। ସେ ପାକିସ୍ତାନରେ ଅବସ୍ଥାପିତ ଖଲିସ୍ତାନୀ ସପକ୍ଷବାଦୀ ଗୋପାଲ ସିଂହ ଚାୱଲାଙ୍କ ସହ ଫଟୋ ଉଠାଇଛନ୍ତି। ଚାୱଲା ଏହି ଫଟୋକୁ ଫେସବୁକ୍‌ରେ ପୋଷ୍ଟ କରି “ ସିଦ୍ଧୁ ମୋ ଭାଇ” ବୋଲି ଶୀର୍ଷକ ରଖିଛନ୍ତି। ଏହାକୁ ନେଇ ସିଦ୍ଧୁ ଓ କଂଗ୍ରେସକୁ ଅନେକ ସମାଲୋଚନା କରିଛନ୍ତି।

ଖଲିସ୍ତାନୀ ସଂଗଠନ ଭାରତ ଭିତରେ ବିଭାଜନ ସୃଷ୍ଟି କରିବାରେ ମୁଖ୍ୟ ସୂତ୍ରଧର ସାଜିଥିବା ବେଳେ ସିଦ୍ଧୁଙ୍କ ସହ ଗୋପାଲ ସିଂହ ଚାୱଲଙ୍କା ଏଭଳି ଫଟୋ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ସିଦ୍ଧୁ ତାଙ୍କୁ ଚିହ୍ନି ନାହାନ୍ତି ବୋଲି କହିଛନ୍ତି। ଅଟ୍ଟାରୀ-ୱାଘା ସୀମାରେ ସାମ୍ବାଦିକ ସମ୍ମିଳନୀ କରି ସିଦ୍ଧୁ ପୁଣିଥରେ କର୍ତ୍ତାରପୁର କରିଡର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବାରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଧନ୍ୟବାଦ ଦେଇଛନ୍ତି। ତେବେ ଗୋପାଲ ସିଂହଙ୍କ ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି “ କର୍ତ୍ତାରପୁର କରିଡର ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ୫ରୁ ୧୦ ହଜାର ଫଟୋ ଉଠାଯାଇଥିଲା ଓ ଅନେକ ଲୋକ ଥିଲେ। ସେମାନଙ୍କ ମଧ୍ୟରେ ଗୋପାଲ ଚାୱଲା କିଏ, ମୁଁ କେମିତି ଚିହ୍ନିବି?”

ଗୋପାଲ ସିଂହ ଜଣେ ଖଲିସ୍ତାନୀ ଆତଙ୍କବାଦୀ ହୋଇଥିବା ବେଳେ ସେ କର୍ତ୍ତାରପୁର କରିଡର ଶିଳାନ୍ୟାସ ବେଳେ ପାକ୍‌ ସେନା ମୁଖ୍ୟ ବାଜୱାଙ୍କ ସହ ହାତ ମିଳାଇଥିଲେ।

ସିଦ୍ଧୁ ତାଙ୍କ ସହ ଫଟୋ ଉଠାଇଥିବାରୁ ଶିରୋମଣି ଅକାଳୀ ଦଳର ସଭାପତି ସୁଖବୀର ସିଂହ ବାଦଲ କହିଛନ୍ତି, “ ସିଦ୍ଧୁ ବର୍ତ୍ତମାନ ପାକିସ୍ତାନର ଏଜେଣ୍ଟ ବନି ଯାଇଛନ୍ତି। ଚାୱଲା ଅମୃତସର ନିରଙ୍କରୀ ଭବନ ଆତଙ୍କବାଦୀ ହମ୍‌ଲାରେ ସାମିଲ ଥିବା ବେଳେ ସିଦ୍ଧୁ ତାଙ୍କ ସହ ଫଟୋ ଉଠାଉଛନ୍ତି। ସିଦ୍ଧୁଙ୍କ ପାଇଁ ପାକିସ୍ତାନ ନା ଭାରତ, କିଏ ଅଧିକ ଗୁରୁତ୍ୱ ବହନ କରେ ସେକଥା ସ୍ପଷ୍ଟ କରନ୍ତୁ।”



from Odisha Reporter https://ift.tt/2KH3qER

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages