ହକି ବିଶ୍ୱକପ୍‌: ସ୍ପେନ୍‌କୁ ମାତ ଦେଲା ଆର୍ଜେଣ୍ଟିନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 29, 2018

ହକି ବିଶ୍ୱକପ୍‌: ସ୍ପେନ୍‌କୁ ମାତ ଦେଲା ଆର୍ଜେଣ୍ଟିନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ଆର୍ଜେଣ୍ଟିନା ୨୦୧୮ ହକି ବିଶ୍ୱକପ୍‌ ଅଭିଯାନ ଏକ ରୋମାଞ୍ଚକର ବିଜୟରୁ ଆରମ୍ଭ କରିଛି। କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ହକି ବିଶ୍ୱକପ୍‌ ଦ୍ୱିତୀୟ ଦିନର ପ୍ରଥମ ମ୍ୟାଚ୍‌ରେ ଆର୍ଜେଣ୍ଟିନା ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ସ୍ପେନ୍‌କୁ ୪-୩ ଗୋଲ୍‌ରେ ପରାସ୍ତ କରିଛି।

ଆଜିର ମ୍ୟାଚ୍‌ଟି ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା। ମ୍ୟାଚ୍‌ର ୩ୟ ମିନିଟ୍‌ରେ ସ୍ପେନ୍‌ ପ୍ରତିପକ୍ଷ ଆର୍ଜେଣ୍ଟିନାକୁ ଗୋଲ୍‌ ଦେଇ ୧-୦ରେ ଆଗୁଆ ହୋଇଯାଇଥିଲା। ଏହି ଗୋଲ୍‌ଟି ଏନରିକ ଗୋଞ୍ଜାଲେଜ୍‌ କରିଥିଲେ। ତେବେ ଏହାର ଗୋଟିଏ ମିନିଟ୍‌ ପରେ ଆର୍ଜେଣ୍ଟିନା ପକ୍ଷରୁ ଅଗୁଷ୍ଟିନ୍‌ ମାଜିଲ୍ଲି ସ୍ପେନ୍‌ ଗୋଲ୍‌ ପୋଷ୍ଟକୁ ବଲ୍‌ ମାରି ସ୍ଥିତି ୧-୧ରେ ବରାବର କରିଥିଲେ।

ସ୍ପେନ୍‌ ପୁଣି ୧୪ ମିନିଟ୍‌ରେ ଗୋଲ୍‌ ଦେଇ ୨-୧ରେ ଆଗୁଆ ହୋଇଯାଇଥିଲା। ପ୍ରଥମ ଗୋଲ୍‌ ଭଳି ଆର୍ଜେଣ୍ଟିନା ମଧ୍ୟ ଏହାର ଗୋଟିଏ ମିନିଟ୍‌ ପରେ ଏହାକୁ ଶୁଝାଇ ଦେଇଥିଲା। ଆର୍ଜେଣ୍ଟିନା ପକ୍ଷରୁ ଅଗୁଷ୍ଟିନ୍‌ ମାଜିଲ୍ଲି ଗୋଲ୍‌ ଦେଇଥିଲେ। ପ୍ରଥମ କ୍ୱାର୍ଟରରେ ଅତିରିକ୍ତ ଗୋଟିଏ ମିନିଟ୍‌ ଖେଳ ହୋଇଥିବା ବେଳେ ଏହି ସମୟରେ ଗୋଞ୍ଜାଲେଜ ଗୋଲ କରି ଆର୍ଜେଣ୍ଟିନାକୁ ୩-୨ରେ ଆଗୁଆ କରିଦେଇଥିଲେ। ଏହାପରେ ପ୍ରଥମ କ୍ୱାର୍ଟର ଶେଷ ହୋଇଥିଲା।

ଦ୍ୱିତୀୟ କ୍ୱାର୍ଟର ଗୋଲଶୂନ୍ୟ ରହିଥିବା ବେଳେ ତୃତୀୟ କ୍ୱାର୍ଟରରେ ସ୍ପେନ୍‌ ଜରବଦସ୍ତ ଖେଳ ପ୍ରଦର୍ଶନ କରିଥିଲା। ଦଳ ପକ୍ଷରୁ ଭିସେନ୍ସ ରୁଇଜି ମ୍ୟାଚ୍‌ର ୩୪ତମ ମିନିଟ୍‌ରେ ଗୋଲ୍‌ ଦେଇ ସ୍ଥିତି ୩-୩ରେ ବରାବର କରିଥିଲେ।

ଆର୍ଜେଣ୍ଟିନା ବାରମ୍ବାର ଗୋଲ୍‌ କରିବାକୁ ଚେଷ୍ଟା କରିଥିଲେ ହେଁ ତୃତୀୟ କ୍ୱାର୍ଟରରେ ଏହା ସମ୍ଭବ ହୋଇ ନଥିଲା। କିନ୍ତୁ ୪ର୍ଥ ତଥା ଶେଷ କ୍ୱାର୍ଟରରେ ଆର୍ଜେଣ୍ଟିନା ଚାମ୍ପିୟନଙ୍କ ଭଳି ଖେଳ ପ୍ରଦର୍ଶନ କରିଥିଲା। ଏହାର ଫାଇଦା ଦଳକୁ ୪୯ତମ ମିନିଟ୍‌ରେ ମିଳିଥିଲା। ମ୍ୟାଚ୍‌ର ୪୯ତମ ମିନିଟ୍‌ରେ ଗୋଞ୍ଜାଲେଜ ସ୍ପେନ୍‌ ଡିଫେଣ୍ଡରଙ୍କୁ ମାତ ଦେଇ ଗୋଲ କରିବାରେ ସକ୍ଷମ ହେବା ସହ ଦଳକୁ ୪-୩ରେ ଆଗୁଆ କରିଦେଇଥିଲେ।

ଏହାପରେ ସ୍ଥିତି ବରାବର କରିବାକୁ ସ୍ପେନୀୟ ଟିମ ବହୁ ଚେଷ୍ଟା କରିଥିଲେ ହେଁ ଆର୍ଜେଣ୍ଟିନା ଦଳ ସବୁ ଉଦ୍ୟମକୁ ଭଣ୍ଡୁରୁ କରିଦେଇଥିଲା। ଶେଷରେ ଆର୍ଜେଣ୍ଟିନା ମ୍ୟାଚ୍‌ଟିକୁ ୪-୩ରେ ଜିତି ନେଇଥିଲା।



from Odisha Reporter https://ift.tt/2zyivUT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages