ବିଜୁଳି ଡିଲ‌୍‍ କରୁଥିବା ଏଇ ପୂର୍ବତନ ମନ୍ତ୍ରୀ କିଏ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 12, 2018

ବିଜୁଳି ଡିଲ‌୍‍ କରୁଥିବା ଏଇ ପୂର୍ବତନ ମନ୍ତ୍ରୀ କିଏ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଏକ ପ୍ରମୁଖ ବିଦ୍ୟୁତ ବିତରଣ ସଂସ୍ଥାକୁ ଏକ ଘରୋଇ କମ୍ପାନୀ ହାତରେ ଟେକି ଦେବା ପାଇଁ ଜଣେ ପୂର୍ବତନ ମନ୍ତ୍ରୀ କୁଆଡେ଼ ଜୋରସୋରରେ ଚାପ ପକାଉଛନ୍ତି ବୋଲି ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ରାଜ୍ୟରେ ବିଦ୍ୟୁତ ସେବା ଯୋଗାଇ ଦେଉଥିବା ଏକ ବିତରଣ ସଂସ୍ଥାକୁ ଅଧିଗ୍ରହଣ କରିବା ପାଇଁ ଗୋଟିଏ ଘରୋଇ କମ୍ପାନୀ କୁଆଡେ଼ ଜୋରସୋରରେ ଉଦ୍ୟମ କରୁଛି। ଆଉ ସମ୍ପୃକ୍ତ କମ୍ପାନୀ କୁଆଡେ଼ ନିଜର ବଙ୍ଗୀୟ ପ୍ରତିନିଧିମାନଙ୍କ ମାଧ୍ୟମରେ ଜଣେ ପୂର୍ବତନ ମନ୍ତ୍ରୀଙ୍କ ସହ ପୁରୁଣା ସମ୍ପର୍କକୁ ଯୋଡ଼ିବାରେ ସକ୍ଷମ ହୋଇଛି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହି ପୂର୍ବତନ ମନ୍ତ୍ରୀଜଣକ କୁଆଡେ଼ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବା ଚକ୍କରରେ ରହିଛନ୍ତି। ସେହି ଘରୋଇ କମ୍ପାନୀର ଡିଲ‌୍‍ ଫାଇନାଲ ହେଲେ ଦଳକୁ ମୋଟା ଅଙ୍କର ନିର୍ବାଚନୀ ପାଣ୍ଠି ମିଳିବା ସହ ତାଙ୍କର ନିର୍ବାଚନୀ ଖର୍ଚ୍ଚ ବି ଉଠିଯିବ ବୋଲି କୁଆଡ଼େ ବାବୁ ହିସାବ କରିଛନ୍ତି।

ଏହି ଡିଲରୁ ଅତିକମରେ ୫ରୁ ୧୦ କୋଟି ପାଇବାକୁ କୁଆଡେ଼ ସେ ଲକ୍ଷ୍ୟ ରଖିଛନ୍ତି। ଏଇଥିପାଇଁ ପୂର୍ବତନ ମନ୍ତ୍ରୀଜଣକ କୁଆଡେ଼ ଡିଲ ସହ ଜଡ଼ିତ ବିଭାଗର ୨ଜଣ ସର୍ବେସର୍ବାଙ୍କୁ କରାୟତ୍ତ କରିବାରେ ସକ୍ଷମ ହୋଇଛନ୍ତି। ଏହା ସହିତ ତୃତୀୟ ମହଲାରେ ବିଭାଗ କଥା ବୁଝୁଥିବା ନୋଡାଲ ଅଫିସରଙ୍କୁ ମଧ୍ୟ ସେ ଏନେଇ କୁଆଡେ଼ ପ୍ରଭାବିତ କରିସାରିଛନ୍ତି। ଏହି ପୂର୍ବତନ ମନ୍ତ୍ରୀ କୁଆଡେ଼ ନିଜ ଦଳର କିଛି ସହଯୋଗୀଙ୍କୁ ମଧ୍ୟ ଏହି ଡିଲ‌୍‍ ସହ ସମ୍ପୃକ୍ତ କରାଇ ସରକାରଙ୍କ ଉପରେ ଚାପ ପକାଇବାରେ ଲାଗିଛନ୍ତି। ଯେଉଁଥିପାଇଁ ଏହି ବିତରଣ ସଂସ୍ଥାକୁ ଅଧିଗ୍ରହଣ କରିବାକୁ ଆଶା ବାନ୍ଧିଥିବା ଏକ ପ୍ରତିଷ୍ଠିତ କମ୍ପାନୀ କୁଆଡେ଼ ଆଶଙ୍କାରେ ପଡ଼ିଯାଇଛି।

ଏହି ପୂର୍ବତନ ମନ୍ତ୍ରୀଙ୍କ ଚାପ ଓ ଦେଣନେଣ ଡିଲ ଯୋଗୁ ସମ୍ପୃକ୍ତ ଘରୋଇ କମ୍ପାନୀର ଖାତା-ଖତିୟାନ ନଥିବା ସତ୍ତ୍ୱେ ତା’ସପକ୍ଷରେ ଡିଲ‌୍‍ ଫାଇନାଲ ହେବା ଭଳି ପରିବେଶ କୁଆଡ଼େ ସୃଷ୍ଟି ହୋଇଛି। ଯଦି ସମ୍ପୃକ୍ତ ପୂର୍ବତନ ମନ୍ତ୍ରୀଙ୍କ ଚାପ ଓ ଡିଲ‌୍‍ ସଫଳ ରୂପ ନିଏ ତା’ହେଲେ ଉପକୂଳ ଓଡ଼ିଶାରେ ୨୪ ଘଣ୍ଟିଆ ବିଦ୍ୟୁତ ସେବା ଉପଲବ୍ଧ ହେବା ଦିବାସ୍ୱପ୍ନ ପାଲଟିବ।

ଚର୍ଚ୍ଚା ହେଉଛି, ଏହି ପୂର୍ବତନ ମନ୍ତ୍ରୀଜଣକ କୁଆଡେ଼ ମନ୍ତ୍ରୀ ଥିବା ବେଳେ ଯେଉଁ ଘରୋଇ କମ୍ପାନୀକୁ ନିଜ ଗୃହ ଜିଲ୍ଲା ସମେତ ଅନ୍ୟ ୨ଟି ଜିଲ୍ଲାର ବିଦ୍ୟୁତ ବିଲ‌୍‍ ସଂଗ୍ରହ ଦାୟିତ୍ୱ ଦେବା ପାଇଁ ଅଣ୍ଟା ଭିଡ଼ିଥିଲେ ଏବେ କୁଆଡେ଼ ସେହି କମ୍ପାନୀ ହାତରେ ସମ୍ପୃକ୍ତ ବିତରଣ ସଂସ୍ଥାକୁ ଟେକି ଦେବାର ଯୋଜନା ରଖିଛନ୍ତି। ଉକ୍ତ ଘରୋଇ କମ୍ପାନୀ ସହ ତାଙ୍କର କୁଆଡ଼େ ଏତେ ନିବିଡ଼ ସମ୍ପର୍କ ଯେ,ସେ ଶକ୍ତି ବିଭାଗର ଦାୟିତ୍ୱ ନେବାର ମାତ୍ର ୬ମାସ ନପୂରୁଣୁ ତାଙ୍କୁ ଓଡ଼ିଶାରେ ଏଣ୍ଟ୍ରି କରାଇବାରେ ସକ୍ଷମ ହୋଇଥିଲେ। ସେହି କମ୍ପାନୀ ବିରୋଧରେ ବିଭିନ୍ନ ସମୟରେ ପ୍ରତିକୂଳ ରିପୋର୍ଟ ଆସୁଥିଲେ ମଧ୍ୟ ଏହି ପୂର୍ବତନ ମନ୍ତ୍ରୀ ଢାଲ ସାଜିଥିବାରୁ ତା ଉପରେ କୁଆଡେ଼ ଏପର୍ଯ୍ୟନ୍ତ କିଛି କାର୍ଯ୍ୟାନୁଷ୍ଠାନ ହୋଇନି ବୋଲି ଚର୍ଚ୍ଚା।



from Odisha Reporter https://ift.tt/2FiKhKv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages