୬ଟି ଜେଲରେ କଏଦୀ ଖାଇଛନ୍ତି ୧୮ ଲକ୍ଷ ଟଙ୍କାର ଜଳଖିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 12, 2018

୬ଟି ଜେଲରେ କଏଦୀ ଖାଇଛନ୍ତି ୧୮ ଲକ୍ଷ ଟଙ୍କାର ଜଳଖିଆ

କଟକ (ଓଡ଼ିଶା ରିପୋର୍ଟର): ରାଜ୍ୟର ୬ଟି ଜେଲ୍‌ରେ ଜଳଖିଆ ବାବଦରେ ୧୮ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ। ରାଜ୍ୟର ୬ଟି ଜେଲରେ ଥିବା କ୍ୟାଣ୍ଟିନ୍‌ରୁ ଅନ୍ତେବାସୀଙ୍କ ଜଳଖିଆ ବାବଦକୁ ବର୍ଷକ ଭିତରେ ଏତେ ଟଙ୍କା ଆୟ ହୋଇଛି।

ସବୁଠୁ ଅଧିକ ୭ ଲକ୍ଷ ୨୨ ହଜାର ଟଙ୍କାର ଜଳଖିଆ ଖାଇଛନ୍ତି ଝାରପଡ଼ା ଜେଲର ଅନ୍ତେବାସୀ। ତା’ ପଛକୁ ଅଛି ଚୌଦ୍ୱାର ଜେଲ୍। ଏଠାକାର କ୍ୟାଣ୍ଟିନରୁ ଆୟ ହୋଇଛି ୬ ଲକ୍ଷ ୩୦ ହଜାର ଟଙ୍କା। ବ୍ରହ୍ମପୁର ଜେଲରୁ ୩ ଲକ୍ଷରୁ ଅଧିକ ଟଙ୍କା ଆୟ ହୋଇଥିବା ବେଳେ ବାରିପଦା ଜେଲ କ୍ୟାଣ୍ଟିନରୁ ୬୦ ହଜାର, କେନ୍ଦୁଝରରୁ ୫୦ ହଜାର ଓ ବାଲେଶ୍ୱରରୁ ୫୪ ହଜାର ଟଙ୍କା ସଂଗ୍ରହ ହୋଇଛି।

ଜେଲ୍‌ କ୍ୟାଣ୍ଟିନରୁ କେମିତି ଆୟ ହେଲା ଏତେ ଟଙ୍କା? ନିକଟରେ ଜେଲ୍ କର୍ତ୍ତୃପକ୍ଷ କରିଥିଲେ ଏକ ନୂଆ ନିୟମ। ଯେଉଁଥିରେ ଜେଲ ଭିତରକୁ ବାହାର ଖାଦ୍ୟ ନେବା ଉପରେ ପ୍ରତିବନ୍ଧକ ସହ ଖାଦ୍ୟ ଆଳରେ ବେଆଇନ ସାମଗ୍ରୀ ନିଆଯିବା ରୋକିବାକୁ ନିଷ୍ପତ୍ତି ନିଆଯାଇଥିଲା। ତା’ସହ ଗୋଟିଏ ପ୍ରକାର ଖାଦ୍ୟ ଦିଆଯିବା ଶୈଳୀରେ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ନିଆଯାଇଥିଲା। ଯେଉଁଥିରେ ସଜା କାଟୁଥିବା କଏଦୀ ଜେଲରେ କାମ କରି ଉପାର୍ଜନ କରୁଥିବା ଅର୍ଥରେ କ୍ୟାଣ୍ଟିନ୍‌ରୁ ଜଳଖିଆ କିଣି ଖାଇ ପାରିବ।

ତଥ୍ୟ ଅନୁସାରେ କଏଦୀଙ୍କ ଦୈନିକ ମଜୁରି ୪୦ ଟଙ୍କା ରହିଥିବାବେଳେ ପରିବାର ଲୋକେ ସର୍ବାଧିକ ଜେଲ୍‌ କର୍ତ୍ତୃପକ୍ଷଙ୍କ ପାଖରେ କଏଦୀ ପିଛା ମାସକୁ ୫୦୦ଟଙ୍କା ଡିପୋଜିଟ ରଖିପାରିବେ। ଏତେ କମ୍ ଟଙ୍କାର ବ୍ୟବସ୍ଥାରେ ଜଳଖିଆ ବାବଦରେ କଏଦୀ ଏତେ ଟଙ୍କା ଆଣିଲେ କେଉଁଠୁ? କଏଦୀଙ୍କ ଜଳଖିଆ ସଉକ ବାବଦରେ କିଛି ଭିତିରିଆ ରହସ୍ୟ ନାହିଁ ତ, ତା’କୁ ନେଇ ଜୋର ଧରିଛି ଚର୍ଚ୍ଚା।



from Odisha Reporter https://ift.tt/2DfkXlU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages