
ନୂଆଦିଲ୍ଲୀ: ସିବିଆଇ ମହାକଳିରେ ଆଜି ଏକ ନୂଆ ମୋଡ଼ ନେଇଛି। ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧାରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରୁଥିବା ମନୀଷ କୁମାର ସିହ୍ନା ଆଜି ଏକ ବଡ଼ ବୟାନ ଦେଇଛନ୍ତି।
ସେ ଆଜି ସିବିଆଇ ମୁଖ୍ୟାଳୟରୁ ନାଗପୁରକୁ ହୋଇଥିବା ନିଜର ବଦଳି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ଜଣେ କେନ୍ଦ୍ରମନ୍ତ୍ରୀ ରାକେଶ ଆସ୍ଥାନାଙ୍କ ଲାଞ୍ଚ କାରବାରରେ ସଂପୃକ୍ତ ଥିବାର ପ୍ରମାଣ ରଖିଥିବା ଦାବି କରିଛନ୍ତି।
ଏଥିସହ କେନ୍ଦ୍ରମନ୍ତ୍ରୀ ଜଣେ ବ୍ୟବସାୟୀଙ୍କ ଠାରୁ କୋଟି କୋଟି ଟଙ୍କା ଲାଞ୍ଚ ନେଇଥିବା ପ୍ରମାଣ କୋର୍ଟରେ ଦାଖଲ କରିବେ ବୋଲି କହିଛନ୍ତି। ସେ ଏହାର ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲେ।
ଏଥିସହ କୋର୍ଟ ତାଙ୍କ ପ୍ରମାଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ବୋଲି କହିଥିଲେ। ହେଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ କୋର୍ଟଙ୍କୁ କିଛି ବି ଆଶ୍ଚର୍ଯ୍ୟ କରିବନାହିଁ ବୋଲି କହିଥିଲେ। ମାମଲାର ଜରୁରୀ ଶୁଣାଣି ଏବେ ହୋଇପାରିବ ନାହିଁ ବୋଲି ସେ କହିବା ସହ ଶ୍ରୀ ସିହ୍ନାଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ।
ଶ୍ରୀ ସିହ୍ନା ନିଜ ଆବେଦନରେ କହିଥିଲେ, “ ମୁଁ ହାଇଦ୍ରାବାଦ ବ୍ୟବସାୟୀ ସତୀଶ ସାନା ସିବିଆଇର ନଂ ୨ ରାକେଶ ଆସ୍ଥାନାଙ୍କ ବିରୋଧରେ ଆସିଥିବା ଲାଞ୍ଚ କାରବାର ମାମଲାର ତଦନ୍ତ କରୁଥିଲି।
ଏହି ସମୟରେ ଶ୍ରୀ ଆସ୍ଥାନାଙ୍କ ବିରୋଧରେ ସାଂଘାତିକ ପ୍ରମାଣ ମିଳିଥିଲା। ଏପରି କି ଜଣେ କେନ୍ଦ୍ରମନ୍ତ୍ରୀ ମଧ୍ୟ ଲାଞ୍ଚ ନେଇଥିବା ତଥ୍ୟ ମିଳିଥିଲା। ହେଲେ ତଦନ୍ତକୁ ବାଟବଣା କରିବାକୁ ମୋତେ ନାଗପୁରକୁ ବଦଳି କରାଯାଇଛି।”
ତେବେ କୋର୍ଟ ତାଙ୍କ ଆବେଦନର ତ୍ଵରିତ ଶୁଣାଣି ପାଇଁ ଶ୍ରୀ ସିହ୍ନାଙ୍କର କୌଣସି ଯୁକ୍ତିକୁ ଗ୍ରହଣ କରିନଥିଲେ।
from Odisha Reporter https://ift.tt/2qUxpzX
No comments:
Post a Comment