ବିରାଟ୍‌ଙ୍କ ଉପରେ ବର୍ଷିଲେ ଏହି ପୂର୍ବତନ ଅଧିନାୟକ, କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 19, 2018

ବିରାଟ୍‌ଙ୍କ ଉପରେ ବର୍ଷିଲେ ଏହି ପୂର୍ବତନ ଅଧିନାୟକ, କହିଲେ ଏମିତି କଥା

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ତଥା ରନ୍‌ ମେସିନ୍‌ ଏବେ ବିଶ୍ୱର ନଂ ୧ ବ୍ୟାଟସ୍‌ମ୍ୟାନ୍‌। ତାଙ୍କ ହାତରେ ବ୍ୟାଟ୍‌ ପଡ଼ିଲେ ସେ ବିଶ୍ୱର ଯେକୌଣସି ବଡ଼ ବୋଲରଙ୍କୁ ନିଷ୍ଠୁର ପ୍ରହାର କରିପାରିବାର କ୍ଷମତା ରଖିଛନ୍ତି।

ପଡ଼ିଆ ଓ ପଡ଼ିଆ ବାହାରେ ବିରାଟ୍‌ ସର୍ବଦା ନିଜର ଆଗ୍ରେସିଭ୍‌ ଗୁଣ ପାଇଁ ଚର୍ଚ୍ଚାରେ ରୁହନ୍ତି। ହେଲେ ପ୍ରଥମଥର ପାଇଁ ବିରାଟ୍‌ଙ୍କୁ ଜଣେ ପୂର୍ବତନ ଭାରତୀୟ ଅଧିନାୟକ ଓ ପ୍ରଖ୍ୟାତ ସ୍ପିନର କଡ଼ା ଭାଷାରେ ସମାଲୋଚନା କରିଛନ୍ତି।

ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ବିଶେନ ସିଂହ ବେଦୀ କହିଛନ୍ତି, “ବିରାଟ୍‌ ଏବେ ନିଜ ଇଚ୍ଛାରେ ସବୁ କାମ କରୁଛନ୍ତି। ସେ ଯାହା ଚାହୁଁଛନ୍ତି, ସେୟା କରୁଛନ୍ତି। ଆମେ ମଧ୍ୟ ସେ ସବୁ ଏହାକୁ ପ୍ରଶ୍ରୟ ଦେଉଛୁ।” ଶ୍ରୀ ବେଦୀ ବିରାଟ୍‌ ଓ କିମ୍ବଦନ୍ତୀ କ୍ରିକେଟର ତଥା ଟିମ୍‌ ଇଣ୍ଡିଆର କୋଚ ଅନୀଲ କୁମ୍ବଲେଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ ମତ ଦେଇଛନ୍ତି।

ସେ କହିଛନ୍ତି, ବିରାଟ୍‌ ସର୍ବଦା ନିଜ ଇଚ୍ଛାରେ କାର୍ଯ୍ୟ କରୁଛନ୍ତି। ହେଲେ ଆମେ ତାଙ୍କୁ କିଛି କହୁନାହୁଁ। ବରଂ ତାଙ୍କୁ ଏଥିରେ ସହଯୋଗ କରୁଛୁ। ଅନୀଲ କୁମ୍ବଲେ ଏହାକୁ ସୁଧାରିବାକୁ ଚେଷ୍ଟା କରିବାରୁ ତାଙ୍କୁ ଅପମାନିତ କରିବା ପାଇଁ କୋଚ୍‌ ପଦରୁ ହଟାଇ ଦିଆଗଲା।

ଏହାପରେ ଟିମ୍‌ର ଅବସ୍ଥା କ’ଣ ହୋଇଥିଲା, ସେକଥା ସମସ୍ତେ ଜାଣିଛନ୍ତି। ଦଳ କୁମ୍ବଲେଙ୍କ ଥିବା ବେଳେ ଭଲ ପ୍ରଦର୍ଶନ କରିଥିଲା। ହେଲେ କୁମ୍ବଲେଙ୍କ ପଦ ଛାଡ଼ିବା ପରେ ଦଳ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆରେ ସିରିଜ୍‌ ହାରିଲା ବୋଲି ସେ କହିଛନ୍ତି।

ତେବେ ଶ୍ରୀ ବେଦୀ ଟିମ୍‌ ଇଣ୍ଡିଆକୁ ପ୍ରଶଂସା ଛଳରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଭାରତୀୟ ଟିମ ପାଖରେ ପ୍ରତିଭା ରହିଛି। ଭାରତ ଏକ ଶକ୍ତିଶାଳୀ ଦଳ। କିନ୍ତୁ ଏହି ଦଳ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଗଲା ବେଳେ ଦୁର୍ବଳ ହୋଇଯାଉଛି।

ଏବେ ଅଷ୍ଟ୍ରେଲିଆ ଗସ୍ତରେ ଟିମ୍‌ ଇଣ୍ଡିଆ ରହିଛି। ଅଷ୍ଟ୍ରେଲିଆର ଦୁଇ ପ୍ରମୁଖ ଖେଳାଳି ଷ୍ଟିଭ୍‌ ସ୍ମିଥ ଓ ଡେଭିଡ୍‌ ୱାର୍ଣ୍ଣର ବ୍ୟାନ୍‌ ହୋଇଛନ୍ତି। କିନ୍ତୁ ଅଷ୍ଟ୍ରେଲିଆ କେବଳ ଦୁଇ ଜଣ ଖେଳାଳିଙ୍କ ଉପରେ ନିର୍ଭର କରୁଛି ଭାବିବା ଭୁଲ।

ହଁ ଟିମ୍‌ ଇଣ୍ଡିଆ କେବଳ ବିରାଟ୍‌ କୋହଲିଙ୍କ ଉପରେ ନିର୍ଭର କରୁଛି, ଏକଥା ସତ। ଖାସ୍‌ ସେଥିପାଇଁ ବିରାଟ୍‌ଙ୍କ ଉପରେ ଅଧିକ ଚାପ ରହୁଛି ବୋଲି ସେ କହିଛନ୍ତି।



from Odisha Reporter https://ift.tt/2S4amhV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages