
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍): ହିନ୍ଦୁ ଧର୍ମରେ ପାନ ପତ୍ରକୁ ଶୁଭ କୁହାଯାଏ। କୌଣସି ପୂଜା ସମୟରେ ଦେବୀ ଓ ଦେବତାଙ୍କୁ ପାନ ପତ୍ର ଲାଗି କରାଯାଇଥାଏ। କୁହାଯାଏ, ଏହି ପାନ ପତ୍ର ଜରିଆରେ ଦୈବୀ ଶକ୍ତିଙ୍କୁ ଆବାହନ କରାଯାଏ।
ସ୍କନ୍ଧ ପୁରାଣରେ ଅନୁସାରେ, ସମୁଦ୍ର ମନ୍ଥନ ବେଳେ ଦେବତାମାନେ ପାନ ପତ୍ରର ବ୍ୟବହାର କରିଥିଲେ। ତେଣୁ ପାନ ପତ୍ରରେ ଦେବୀ ଦେବତା ବାସ କରନ୍ତି ବୋଲି କୁହାଯାଏ।
ପାନ ପତ୍ରର ମଝି ଭାଗରେ ଦେବୀ ସରସ୍ୱତୀ ଓ ଅଗ୍ରଭାଗରେ ମା’ ଲକ୍ଷ୍ମୀ ବାସ କରନ୍ତି ବୋଲି ପୁରାଣ ଶାସ୍ତ୍ରରେ କୁହାଯାଇଛି।
ତେବେ ବାସ୍ତୁ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ, ପାନ ପତ୍ରରେ ଭଗବାନ ବିଷ୍ଣୁ ସମାହିତ ହୋଇ ରହିଛନ୍ତି। ଏହାର ଶିରାରେ ଭଗବାନ ଶିବ ଓ କାମଦେବ ବାସ କରନ୍ତି। ପାନ ପତ୍ର ପଛ ପାଖେ ମା’ ପାର୍ବତୀ ଓ ମଙ୍ଗଳା ରହିଥା’ନ୍ତି। ସମ୍ପୂର୍ଣ୍ଣ ପାନ ପତ୍ରକୁ ସୂର୍ଯ୍ୟ ଦେବଙ୍କ ପ୍ରତୀକ ବୋଲି ମଧ୍ୟ କୁହାଯାଏ।
ବାସ୍ତୁ ଶାସ୍ତ୍ର ଅନୁସାରେ, ପାନ ପତ୍ର ଘରେ ରଖିଲେ ସକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥା’ନ୍ତି। ଏପରିକି ପାନ ପତ୍ରର ସମ୍ୱନ୍ଧ ବୁଧ ଗ୍ରହଙ୍କ ସହ ରହିଥିବା କୁହାଯାଇଛି।
ଏହି ଅନୁସାରେ, ବୁଧ ଗ୍ରହଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆପଣ ଘରେ ପାନ ପତ୍ର ରଖନ୍ତୁ, ଅବଶ୍ୟ ଶୁଭ ଫଳ ମିଳିବ।
from Odisha Reporter https://ift.tt/2FnVbyB
No comments:
Post a Comment