ଦୁଇ ଫାଳ ବିଜେଡି: ପିଟାପିଟି ହେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 9, 2018

ଦୁଇ ଫାଳ ବିଜେଡି: ପିଟାପିଟି ହେଲେ

bjd

ଭଦ୍ରକ: ଦିନକୁ ଦିନ ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି। କେଉଁଠି ନା କେଉଁଠି ଦଳ ମଧ୍ୟରେ ବୃଦ୍ଧ ପାଉଥିବା ଅସନ୍ତୋଷ ଫୁଟି ବାହାରୁଛି। ସ୍ଥିତି ଗମ୍ଭୀର ହେବା ସହ ଦଳୀୟ କର୍ମୀ ନିଜ ମଧ୍ୟରେ ମାରପିଟ୍‌ ହେବାକୁ ମଧ୍ୟ ପଛାଉ ନାହାନ୍ତି। ଏପରି ଏକ ସ୍ଥିତି ଆଜି ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି।

ଜିଲ୍ଲାରେ ବିଜୁ ଯୁବ ବାହିନୀ ଦୁଇ ଫାଳ ହୋଇଯାଇଛି। ଦଳ ମଧ୍ୟରେ ଥିବା ଅସନ୍ତୋଷ ଉଗ୍ର ରୂପ ନେଇଛି। ଦୁଇ ଗୋଷ୍ଠୀ ପରସ୍ପରକୁ ପିଟିବାକୁ ମଧ୍ୟ ପଛାଇ ନାହାନ୍ତି।

ବାସୁଦେବପୁର ପଦ୍ମପୁର ପଞ୍ଚାୟତରେ ଦେଖିବାକୁ ମିଳିଛି ଏପରି ସ୍ଥିତି। ଦୁଇ ଗୋଷ୍ଠୀ ପିଟାପିଟି ହୋଇଛନ୍ତି। ବୃକ୍ଷରୋପଣ ଓ ସଚେତନତା ଶୋଭାଯାତ୍ରାକୁ ଗୋଟିଏ ଗୋଷ୍ଠୀକୁ ଡକାନଯିବାରୁ ଏପରି ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ଏହା ଏତେ ଉଗ୍ର ରୂପ ନେଇଥିଲା ଯେ, ସେମାନେ ପରସ୍ପରକୁ ମାରପିଟ୍‌ କରିବାକୁ ଲାଗିଥିଲେ।

ବିଜୁ ଯୁବ ବାହିନୀ ସଦସ୍ୟ ଉମେଶ ଚନ୍ଦ୍ର ନାୟକ କହିଛନ୍ତି, “ଆମେ ଶୋଭାଯାତ୍ରା ଆରମ୍ଭ କରିବା ପରେ ପଦ୍ମଶ୍ରୀ ବିକାଶ ମଞ୍ଚର ସଭାପତି ରତିକାନ୍ତ ଦଳାଇ ଆସି ମୋତେ ଆକ୍ରମଣ କରିବା ସହ ମାଡ଼ ମାରିଥିଲେ। ଏହାସହ ଅନ୍ୟମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏନେଇ ଆମେ ଆଇନ୍‌ର ଆଶ୍ରୟ ନେଇଛୁ।”

ଘଟଣାକୁ ନେଇ ଥାନାରେ ଏତଲା ହେବା ପରେ ପୁଲିସ ଯାଞ୍ଚ ଆରମ୍ଭ କରିଛି।

ତେବେ ଉମେଶଙ୍କ ଅଭିଯୋଗ ନେଇ ରତିକାନ୍ତଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

ଜଗତସିଂହପୁରେ ବ୍ଲକ ଜଗିଲେ ଏକ ପ୍ଲାଟୁନ୍‌ ପୁଲିସ୍‌

bjdସେପଟେ ଜଗତସିଂହପୁର ରଘୁନାଥପୁର ଅଞ୍ଚଳରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ରଘୁନାଥପୁର ବ୍ଳକ ଅଞ୍ଚଳରେ ଉଭୟ ପକ୍ଷ ଆଜି ମୁହାଁମୁହିଁ ହୋଇଛନ୍ତି।

ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କ ବିରୋଧୀ କୁହାଯାଉଥିବା ୧୦ରୁ ଅଧିକ ସରପଞ୍ଚ ଓ ସମିତି ସଭ୍ୟ ଆଜି ବ୍ଲକ ସମ୍ମିଳନୀ କକ୍ଷରେ ବିଡିଓଙ୍କ ସହ ଆଲୋଚନା କରୁଥିଲେ। ଏହି ସମୟରେ ବିଧାୟିକାଙ୍କ ସମର୍ଥକମାନେ ସେଠାରେ ପହଞ୍ଚିବାରୁ ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ବିଡିଓ ସେଠାରୁ ପଳାଇ ଯାଇଥିଲେ।

ଏହାର ପ୍ରତିବାଦ କରି ବିଧାୟିକାଙ୍କ ସମର୍ଥକ ସରପଞ୍ଚ ଓ ସମିତି ସଭ୍ୟମାନେ ସମ୍ମିଳନୀ କକ୍ଷରେ ବସି ରହିଛନ୍ତି। ବ୍ଲକ କାର୍ଯ୍ୟାଳୟରେ ଉତ୍ତେଜନା ଲାଗି ରହିବାରୁ ୧ ପ୍ଲାଟୁନ୍ ପୁଲିସ୍ ମୁତୟନ କରାଯାଇଛି।



from Odisha Reporter https://ift.tt/2OyLQ6r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages