“ଅର୍ବାନ୍‌ ନକ୍ସଲ ଏସି ରୁମ୍‌ରେ ବସି ଆଦିବାସୀଙ୍କୁ ପ୍ରତାରିତ କରୁଛନ୍ତି, କଂଗ୍ରେସ ସେମାନଙ୍କୁ ସମର୍ଥନ ଦେଉଛି” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 9, 2018

“ଅର୍ବାନ୍‌ ନକ୍ସଲ ଏସି ରୁମ୍‌ରେ ବସି ଆଦିବାସୀଙ୍କୁ ପ୍ରତାରିତ କରୁଛନ୍ତି, କଂଗ୍ରେସ ସେମାନଙ୍କୁ ସମର୍ଥନ ଦେଉଛି”

ଜଗଦଲପୁର: ଅଳ୍ପକିଛି ଦିନ ପରେ ଛତିଶଗଡ଼ରେ ବିଧାନସଭା ନିର୍ବାଚନ। ଏବେଠାରୁ ସେଠାରେ ହାଇପ୍ରୋଫାଇଲ ପ୍ରଚାର ଆରମ୍ଭ ହୋଇଯାଇଥିବାବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଗଦଲପୁରଠାରେ ଏକ ନିର୍ବାଚନୀ ସଭାରେ ଯୋଗଦେଇ ‘ଅର୍ବାନ୍‌ ନକ୍ସଲ’ ପ୍ରସଙ୍ଗରେ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଅର୍ବାନ୍‌ ନକ୍ସଲ ଆଦିବାସୀମାନଙ୍କୁ ପ୍ରତାରିତ କରିଆସିଛନ୍ତି ଏବଂ କଂଗ୍ରେସ ସେମାନଙ୍କ ସମର୍ଥନରେ ସବୁବେଳେ ବାହାରୁଛି।

ବିଜେପିର ଷ୍ଟାର ପ୍ରଚାରକ ଶ୍ରୀ ମୋଦି କହିଛନ୍ତି, “ଅର୍ବାନ୍‌ ନକ୍ସଲ ଏସି ରୁମ୍‌ରେ ରୁହନ୍ତି। ବଡ଼ ବଡ଼ ଗାଡ଼ି ଧରି ବୁଲନ୍ତି ଏବଂ ତାଙ୍କ ପିଲାଏ ବିଦେଶରେ ପଢ଼ନ୍ତି। କିନ୍ତୁ ରିମୋଟ୍‌ କଣ୍ଟ୍ରୋଲ ସାହାଯ୍ୟରେ ସେମାନେ ନିରୀହ ଆଦିବାସୀ ଯୁବକଙ୍କ ଭବିଷ୍ୟତ ସହିତ ଖେଳନ୍ତି। କଂଗ୍ରେସ ଅର୍ବାନ୍‌ ନକ୍ସଲଙ୍କୁ କାହିଁକି ସମର୍ଥନ ଦେଉଛି? ସରକାର ଯେତେବେଳେ ବି ନକ୍ସଲଙ୍କ ବିରୋଧରେ ପଦକ୍ଷେପ ନେଉଛନ୍ତି, ଏହି ଅର୍ବାନ୍‌ ନକ୍ସଲମାନେ ରାସ୍ତାକୁ ଓହ୍ଲାଇ ଆସୁଛନ୍ତି। ଆପଣ କ’ଣ ସେମାନଙ୍କୁ କ୍ଷମା କରିଦେବେ?”

ଏହି ଅବସରରେ ସେ ବସ୍ତର ଲୋକଙ୍କୁ ଆହ୍ୱାନ କରିଥିଲେ, “କଂଗ୍ରେସ ନେତାଙ୍କୁ ଉଚିତ ଶିକ୍ଷା ଦେବାପାଇଁ ମୁଁ ବସ୍ତରବାସୀଙ୍କୁ ଆହ୍ୱାନ କରୁଛି। ସେମାନେ ଏପଟେ ଅର୍ବାନ୍‌ ନକ୍ସଲଙ୍କ ଢାଲ ହୋଇ ସେପଟେ ଛତିଶଗଡ଼କୁ ନକ୍ସଲଶୂନ୍ୟ କରିବାର ପ୍ରତିଶ୍ରୁତି ଦେଉଛନ୍ତି।”

ଶ୍ରୀ ମୋଦି ଆହୁରି ମଧ୍ୟ କହିଛନ୍ତି, ଯେଉଁ ପିଲାମାନଙ୍କ ହାତରେ କଲମ ରହିବା କଥା କିଛି କଦର୍ଯ୍ୟ ମାନସିକତାର ଲୋକ ସେମାନଙ୍କ ହାତରେ ବନ୍ଧୁକ ଧରାଇ ଦେଇଛନ୍ତି। କେନ୍ଦ୍ରରେ ୧୦ ବର୍ଷ କ୍ଷମତାରେ ରହି ମଧ୍ୟ କଂଗ୍ରେସ ଛତିଶଗଡ଼ର ପ୍ରଗତି ପ୍ରତି ଆଖି ବୁଜି ଦେଇଥିଲା। କଂଗ୍ରେସ ସରକାର ଏହି ରାଜ୍ୟର ଆବଶ୍ୟକତାକୁ ସମ୍ପୂର୍ଣ୍ଣ ଭୁଲିଯାଇଥିଲେ ବୋଲି ସେ କହିଛନ୍ତି।

ଦଳିତ, ନିଷ୍ପେସିତ, ପୀଡ଼ିତ ଏବଂ ଗରିବଙ୍କୁ କଂଗ୍ରେସ ଆଉ ମଣିଷ ଭଳି ଦେଖୁନାହିଁ ବୋଲି ଶ୍ରୀ ମୋଦି ମତ ଦେଇଛନ୍ତି। କଂଗ୍ରେସର ପେରିସ୍କୋପ୍‌ ପାଇଁ ସେମାନେ କେବଳ ଭୋଟବ୍ୟାଙ୍କ।

ଅନ୍ୟ ପକ୍ଷରେ ଛତିଶଗଡ଼ରେ ଅନ୍ୟ ଏକ ନିର୍ବାଚନୀ ସଭାରେ ରାହୁଲ ତାଙ୍କର ଚିରାଚରିତ ଭଙ୍ଗୀରେ କହିଛନ୍ତି, “ଆପଣମାନେ ନୋଟ୍‌ବନ୍ଦୀ ସମୟରେ ସମସ୍ତେ ଧାଡ଼ିରେ ଠିଆ ହୋଇଥିଲେ, କିନ୍ତୁ ଜଣେ ବି କଳାଧନ ମହଜୁଦ୍‌କାରୀ ଧରା ପଡ଼ିଲେନି। ନିରବ୍‌ ମୋଦି, ବିଜୟ ମାଲ୍ୟା, ଲଳିତ ମୋଦି ଏବଂ ମେହୁଲ ଚୋକ୍ସି ଦେଶ ଛାଡ଼ି ପଳାଇଗଲେ। କିନ୍ତୁ ସରକାର ସେମାନଙ୍କୁ ଅଟକାଇବାରେ ବିଫଳ ହୋଇଥିଲେ।”



from Odisha Reporter https://ift.tt/2FfrwHT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages