ପଞ୍ଜାବ ଧର୍ମାନୁଷ୍ଠାନ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 24, 2018

ପଞ୍ଜାବ ଧର୍ମାନୁଷ୍ଠାନ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଗିରଫ

ଚଣ୍ଡୀଗଡ଼: ୩ ଜୀବନ ନେଇଥିବା ଅମୃତସର ନିରଙ୍କରୀ ସତ୍‌ସଙ୍ଗ ଭବନ ଗ୍ରେନେଡ୍‌ ଆକ୍ରମଣର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପଞ୍ଜାବ ପୁଲିସ୍।

ଏବିଷୟରେ ପଞ୍ଜାବ ଡିଜିପି ସୁରେଶ ଆରୋରା କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ଅବ୍‌ତାର ସିଂହଙ୍କୁ ଗିରଫ କରାଯାଇଛି। ଅବତାରଠାରୁ ଅସ୍ତ୍ର ଏବଂ ଗୁଳିଗୋଳା ମଧ୍ୟ ଜବତ କରାଯାଇଛି।

ଅବତାର ହିଁ ପାକିସ୍ତାନରୁ ଆସିଥିବା ହ୍ୟାଣ୍ଡ ଗ୍ରେନେଡ୍‌ ମାଡ଼ କରିଥିଲା ବୋଲି ଅଭିଯୋଗ ହେଉଛି। ତା’ର ପାକିସ୍ତାନର ଜାଭେଦ୍‌ ନାମକ ଜଣେ ବ୍ୟକ୍ତି ଏବଂ ଇଟାଲୀରେ ରହୁଥିବା ଖଲିସ୍ତାନ ସମର୍ଥକ ପରମଜିତ ସିଂହ ବାବାଙ୍କ ସହିତ ଲିଙ୍କ୍ ରହିଥିବା ମଧ୍ୟ ଡିଜିପି ସୂଚନା ଦେଇଛନ୍ତି।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ‘ଆତଙ୍କବାଦୀ’ ଆକ୍ରମଣ ବୋଲି ଆଖ୍ୟା ଦେଇଥିବା ଏହି ଆକମ୍ରଣରେ ୩ ଜଣ ନିହତ ହୋଇଥିବାବେଳେ ୧୫ ଜଣ ଲୋକ ଆହତ ହୋଇଥିଲେ। ଗତ କିଛି ଦିନ ତଳେ ଅବତାରର ସହଯୋଗୀ ବିକ୍ରମଜିତ ସିଂହ ଗିରଫ ହୋଇଥିଲେ।



from Odisha Reporter https://ift.tt/2S8URFi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages