ଖାରବେଳଙ୍କୁ ଆକ୍ରମଣର ଦୃଢ଼ ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 24, 2018

ଖାରବେଳଙ୍କୁ ଆକ୍ରମଣର ଦୃଢ଼ ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା କାଶୀପୁରଠାରେ ଉତ୍କଳ ଭାରତ ସଭାପତି ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କ ଉପରେ ହୋଇଥିବା ହିଂସାତ୍ମକ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଆକ୍ରମଣ ଘଟଣାର କିଛି ସମୟ ପରେ ସେ ଟ୍ୱିଟ୍‌ ଜରିଆରେ ଜଣାଇଛନ୍ତି, “ରାୟଗଡ଼ା ଜିଲ୍ଲାର କାଶୀପୁରଠାରେ ଖାରବେଳ ସ୍ୱାଇଁଙ୍କ ଉପରେ ହିଂସାତ୍ମକ ଆକ୍ରମଣ ଗାଣତାନ୍ତ୍ରିକ ବିଧି ବ୍ୟବସ୍ଥାର ପରିପନ୍ଥୀ। ପୂର୍ବରୁ ଶ୍ରୀ ସ୍ୱାଇଁଙ୍କ ଉପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଶାରିରୀକ ଆକ୍ରମଣ ହୋଇଥିଲା। ରାୟଗଡ଼ା ଜିଲ୍ଲାରେ ତାଙ୍କ ଉପରେ ଆକ୍ରମଣ ରାଜ୍ୟ ଆଇନ ଶୃଙ୍ଖଳା ବ୍ୟବସ୍ଥାର ଦୃତ ଅବନତିର ପ୍ରମାଣ।”

ଏହି ଅବସରରେ ଶ୍ରୀଯୁକ୍ତ ପ୍ରଧାନ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି। ସେ ଏହି ଅବସରରରେ କହିଛନ୍ତି ଯେ, ଗଣତନ୍ତ୍ରରେ ଭିନ୍ନମତକୁ ସମ୍ମାନ ଦେବାବଦଳରେ ରାଜନୀତିକ ଅସହିଷ୍ଣୁତା ନିନ୍ଦନୀୟ।

ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି ସେ କହିଛନ୍ତି ଯେ, ରାଜ୍ୟର ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଶାସକ ଦଳର ଅସହିଷ୍ଣୁତାକୁ ପ୍ରୋତ୍ସାହନ ଦେବା ଭଳି ସ୍ଥିତିରୁ କ୍ଷାନ୍ତ ରୁହନ୍ତୁ।



from Odisha Reporter https://ift.tt/2KuuTJP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages