ହୃଦ୍‌ଘାତରୁ ସୁରକ୍ଷା ଦିଏ ଗୁଜୁରାତି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

ହୃଦ୍‌ଘାତରୁ ସୁରକ୍ଷା ଦିଏ ଗୁଜୁରାତି!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଗୁଜୁରାତିକୁ ସାଧାରଣତଃ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ବ୍ୟବହାର କରାଯାଏ। ଏହାର ସୁଗନ୍ଧ ଖାଦ୍ୱର ସ୍ୱାଦକୁ ଦୁଇଗୁଣା କରିଦିଏ। ବିଶେଷ କରି, ଏହା ମିଠା ସାମଗ୍ରୀ ଓ ଖିରୀ ପ୍ରସ୍ତୁତ ବେଳେ ଅଧିକ ବ୍ୟବହାର କରାଯାଏ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସୁଗନ୍ଧଯୁକ୍ତ ଗୁଜୁରାତିରେ ଅନେକ ଔଷଧୀୟ ଗୁଣ ମଧ୍ୟ ଭରି ରହିଛି। ଏହା ଆମ ସ୍ୱାସ୍ଥ୍ୟର ଅନେକ ସମସ୍ୟାରେ ସୁଧାର ଆଣିଥାଏ।

ଗୁଜୁରାତିର ଥିବା ଔଷଧୀୟ ଗୁଣ ସମ୍ପର୍କରେ ଆସନ୍ତୁ ଜାଣିବା।

୧. ଗୁଜୁରାତି ଶରୀରରେ ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ। ଏଥିପାଇଁ ଖାଇବା ପରେ ଦୁଇଟି ଗୁଜୁରାତିକୁ ଗୁଣ୍ଡ କରି ମହୁ ମିଶାଇ ନିୟମିତ ଖାଆନ୍ତୁ।

୨. ପ୍ରାୟ ଲୋକଙ୍କୁ ଗାଡ଼ିରେ ଦୂର ସ୍ଥାନ ଯାତ୍ରା କରିବାବେଳେ ବାନ୍ତି ଲାଗିଥାଏ। ଯେତେ ଔଷଧ ଖାଇଲେ ବି ସୁଫଳ ମିଳେ ନାହିଁ। ତେବେ ଆପଣ ଯଦି ଏପରି ସମସ୍ୟା ଭୋଗୁଛନ୍ତି, ତେବେ ଯାତ୍ରା ସମୟରେ ପାଟିରେ ଗୁଜୁରାତି ପକାଇ ରଖନ୍ତୁ, ଆଉ ବାନ୍ତି ଲାଗିବ ନାହିଁ।

୩. ପ୍ରତି ଦିନ ଗୁଜୁରାତି ଖାଇବା ଦ୍ୱାରା ପେଟରେ ଗ୍ୟାସ୍‌ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ। ଏଥିରେ ଥିବା ଏସେନ୍‌ସିଆଲ୍‌ ଅଏଲ୍‌ ଆସିଡିଟି ଦୂର କରିଥାଏ।

୪. ହୃଦ୍‌ରେଗୀଙ୍କ ପାଇଁ ମଧ୍ୟ ଗୁଜୁରାତି ଖୁବ୍‌ ଉପକାରୀ। ଗୁଜୁରାତିରେ ପୋଟାସିୟମ୍‌, କ୍ୟାଲ୍‌ସିୟମ୍‌ ଓ ମ୍ୟାଗ୍ନେସିୟମ୍ ଭରପୂର ଥାଏ। ତେଣୁ ପ୍ରତିଦିନ ୨ଟି ଲେଖାଏ ଗୁଜୁରାତି ନିଶ୍ଚିତ ଖାଆନ୍ତୁ, ଏହା ଆପଣଙ୍କୁ ହୃଦ୍‌ଘାତରୁ ରକ୍ଷା କରିବ।

୫. ଗୁଜୁରାତି ଖାଇବା ଦ୍ୱାରା ଶରୀରରେ ଥଣ୍ଡାଜନିତ ରୋଗ ହେବାର ଆଶଙ୍କା ହ୍ରାସ ପାଇଥାଏ। ଏହା ଫୁସ୍‌ଫୁସ୍‌ରେ ରକ୍ତ ସଞ୍ଚାଳନକୁ ସଠିକ୍‌ ଭାବରେ କରୁଥିବାରୁ ନିଃଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।

୬. ଶରୀରର ଅଧିକାଂଶ ରୋଗ ଉଚ୍ଚ ରକ୍ତଚାପରୁ ହୋଇଥାଏ। ତେବେ ନିୟମିତ ଗୁଜୁରାତି ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ରହିଥାଏ।

୭. କଥା କହିଲାବେଳେ ଅନେକ ଲୋକଙ୍କ ପାଟିରୁ ଦୁର୍ଗନ୍ଧ ବାହାରିଥାଏ। ବିଶେଷ କରି, ଖାଲିପେଟରେ ରହିଲେ ପାଟିରୁ ଅଧିକ ଦୁର୍ଗନ୍ଧ ଆସିଥାଏ। ତେବେ ପାଟିରେ ଗୁଜୁରାତି ପକାଇଦେଲେ, ଏହି ଦୁର୍ଗନ୍ଧ ଦୂର ହୋଇଯାଏ।

୮. ଶୋଇବା ସମୟରେ ଘୁଙ୍ଗୁଡ଼ି ମାରୁଥିବା ବ୍ୟକ୍ତି ଏଥିରୁ ମୁକ୍ତି ଚାହୁଁଥିଲେ ଗୁଜୁରାତି ଖାଆନ୍ତୁ। ପ୍ରତିଦିନ ରାତି ଭୋଜନ ପରେ ଏବଂ ଶୋଇବା ପୂର୍ବରୁ ଦୁଇଟି ଗୁଜୁରାତି ଖାଇ ଉଷୁମ ପାଣି ପିଇଲେ, ଘୁଙ୍ଗୁଡ଼ି ସମସ୍ୟାରୁ ମୁକ୍ତି ମିଳିଥାଏ।



from Odisha Reporter https://ift.tt/2DEa4ec

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages