ବୟାନ ବଦଳାଇଲେ ରଜନୀକାନ୍ତ, ବିଜେପି ସମ୍ପର୍କରେ କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

ବୟାନ ବଦଳାଇଲେ ରଜନୀକାନ୍ତ, ବିଜେପି ସମ୍ପର୍କରେ କହିଲେ ଏମିତି କଥା

ଚେନ୍ନାଇ: ବିରୋଧୀ ଯଦି ବିଜେପିକୁ ଦେଶ ପାଇଁ ବିପଦ ବୋଲି ଭାବୁଛନ୍ତି, ତା’ହେଲେ ଏଥିରେ କିଛି ସତ୍ୟାସତ୍ୟ ରହିଥାଇ ପାରେ ବୋଲି ବୟାନ ଦେଇ ବିବାଦ ଘେରକୁ ଆସିଥିବା ତାମିଲ ସୁପରଷ୍ଟାରରୁ ରାଜନେତା ପାଲଟିଥିବା ରଜନୀକାନ୍ତ ଆଜି ଏସମ୍ପର୍କରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, “ ମୁଁ ବିଜେପିକୁ କୌଣସି ପ୍ରକାରର ବିପଜ୍ଜନକ ଦଳ ବୋଲି କହିନାହିଁ।

ବିରୋଧୀ ଗୋଷ୍ଠୀ ଏଭଳି କହୁଛନ୍ତି। କିନ୍ତୁ ବିଜେପି ବିପଜ୍ଜନକ କି ନୁହେଁ ସେକଥା ଦେଶବାସୀ ନିର୍ଣ୍ଣୟ କରିବେ। ଗତକାଲି ମୋତେ ପଚରା ଯାଇଥିଲା ଯେ ବିରୋଧୀ କହୁଛନ୍ତି ବିଜେପି ଦେଶ ପାଇଁ ବିପଜ୍ଜନକ। ତେଣୁ ମୁଁ କହିଥିଲି ବିରୋଧୀ ଯଦି କହୁଛନ୍ତି, ତା’ହେଲେ ତାହା ସେମାନଙ୍କ ମତ। ଏହାର ଅର୍ଥ ନୁହେଁ ଯେ ମୁଁ ବି ବିଜେପିକୁ ବିପଜ୍ଜନକ ରାଜନୀତିକ ଦଳ ବୋଲି କହିଛି।”

ଆଜି ରଜନୀକାନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଯଦି ଜଣେ ବ୍ୟକ୍ତିଙ୍କ ବିରୋଧରେ ୧୦ ଜଣ ଏକାଠି ହୋଇ ଲଢ଼ିବାକୁ ଆଗେଇ ଆସୁଛନ୍ତି, ତା’ହେଲେ ଉକ୍ତ ବ୍ୟକ୍ତି ଜଣଙ୍କ କେତେ ଶକ୍ତିଶାଳୀ ତାହା ଏଥିରୁ ସ୍ପଷ୍ଟ ହେଉଛି ବୋଲି ସେ କହିଛନ୍ତି।

ତେବେ ରଜନୀକାନ୍ତ କହିଛନ୍ତି, ସେ ଏଯାଏ ସକ୍ରିୟ ରାଜନୀତିରେ ସଂପୂର୍ଣ୍ଣ ଭାବେ ପ୍ରବେଶ କରିନାହାନ୍ତି। ତେଣୁ କାହା ସମ୍ପର୍କରେ କିଛି ମତ ଦେବା ଠିକ୍‌ ନୁହେଁ। ଅବଶ୍ୟ ସେ ଖୁବ୍‌ଶୀଘ୍ର ଏକ ରାଜନୀତିକ ଦଳ ଆରମ୍ଭ କରିବେ ବୋଲି ରଜନୀକାନ୍ତ କହିଛନ୍ତି।



from Odisha Reporter https://ift.tt/2QDNFAR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages