୧୨ ଦିନର ଶିଶୁକୁ ଅପହରଣ ପରେ ହତ୍ୟା କଲା ମାଙ୍କଡ଼ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

୧୨ ଦିନର ଶିଶୁକୁ ଅପହରଣ ପରେ ହତ୍ୟା କଲା ମାଙ୍କଡ଼ !

ଆଗ୍ରା: ଉତ୍ତର ପ୍ରଦେଶର ଆଗ୍ରାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ୧୨ ଦିନର ଶିଶୁକୁ ଗୋଟିଏ ମାଙ୍କଡ଼ ଅପହରଣ କରିବା ପରେ ତାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟାକାରୀ ମାଙ୍କଡ଼କୁ ଏବେ ବିଭିନ୍ନ ସ୍ଥାନରେ ଖୋଜା ଚାଲିଥିଲେ ହେଁ ତା’ର କୌଣସି ପତ୍ତା ମିଳିନାହିଁ।

ଏନ୍‌ଏଚ୍‌-୨ଠାରେ ଥିବା ରୁନ୍‌କାଟାର କାଚ୍ଚାର ଠୋକ କଲୋନୀରେ ଏଭଳି ଘଟଣା ଘଟିଛି। ୧୨ ଦିନର ଶିଶୁ ଆରୁଶକୁ ତା’ ମା’ କ୍ଷୀର ଖାଇବାକୁ ଦେଉଥିବା ବେଳେ ହଠାତ୍‌ ଏକ ମାଙ୍କଡ଼ ଆସି ସେଠାରେ ପହଞ୍ଚିଥିଲା। କେହି କିଛି ବୁଝିବା ଆଗରୁ ମାଙ୍କଡ଼ଟି ଆରୁଶକୁ ଝାମ୍ପି ନେଇ ଚାଲିଯାଇଥିଲା। ମା’ ନେହା ଚିତ୍କାର କରି ମାଙ୍କଡ଼ ପଛରେ ଦୌଡ଼ିବାରୁ ସେ ଆରୁଶକୁ ପଡ଼ୋଶୀ ଘର ଲୋକଙ୍କ ଛାତ ଉପରେ ଫୋପାଡ଼ି ଦେଇଥିଲା। ନେହା ସେଠାରେ ପହଞ୍ଚିଲା ବେଳକୁ ଆରୁଶର ପ୍ରାୟବାୟୁ ଉଡ଼ି ଯାଇଥିଲା ବୋଲି ତାଙ୍କ ବାପା ଯୋଗେଶ କହିଛନ୍ତି।

ଆରୁଶକୁ ହତ୍ୟା କରିବା ପୂର୍ବରୁ ଉକ୍ତ ମାଙ୍କଡ଼ଟି ୧୫ ମିନିଟ୍‌ ପୂର୍ବରୁ ଆଉ ଜଣେ ୧୪ ବର୍ଷର ଝିଅକୁ ମଧ୍ୟ ଆକ୍ରମଣ କରିଥିଲା। ତେବେ ସେ ସୌଭାଗ୍ୟବଶତଃ ବଞ୍ଚି ଯାଇଥିଲା।

ଦୁଇବର୍ଷ ତଳେ ଯୋଗେଶ ଓ ନେହା ବିବାହ କରିଥିଲେ। ଆରୁଶ ସେମାନଙ୍କର ଏକମାତ୍ର ପୁତ୍ର ସନ୍ତାନ ଥିଲେ।



from Odisha Reporter https://ift.tt/2DBwXiG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages