ଅଭିଜିତଙ୍କ ସପକ୍ଷରେ ବାହାରିଲା ‘ଆମନେଷ୍ଟି ଇଣ୍ଟରନ୍ୟାସନାଲ ଇଣ୍ଡିଆ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 12, 2018

ଅଭିଜିତଙ୍କ ସପକ୍ଷରେ ବାହାରିଲା ‘ଆମନେଷ୍ଟି ଇଣ୍ଟରନ୍ୟାସନାଲ ଇଣ୍ଡିଆ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଉପରେ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କ ସପକ୍ଷରେ ବାହାରିଛି ମାନବାଧିକାର ସଂଗଠନ ‘ଆମନେଷ୍ଟି ଇଣ୍ଟରନ୍ୟାସନାଲ ଇଣ୍ଡିଆ’। ଓଡ଼ିଶାର ଦୁଇଟି ମନ୍ଦିର ସମ୍ପର୍କରେ ବ୍ୟଙ୍ଗାତ୍ମକ ମନ୍ତବ୍ୟ ପାଇଁ ତାଙ୍କୁ ଜେଲ ଦଣ୍ଡାଦେଶ ଭୋଗିବାକୁ ପଡୁଥିବାରୁ ଓଡ଼ିଶା ସରକାର ତାଙ୍କୁ ମୁକ୍ତ କରିବା ଉଚିତ ବୋଲି ସଂଗଠନ କହିଛି। ଜଣେ ବ୍ୟକ୍ତିଙ୍କ କହିବାର ଅଧିକାର ଥିବାବେଳେ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବା ନ୍ୟାୟସଙ୍ଗତ ନୁହେଁ ବୋଲି କହିଛି ଆମନେଷ୍ଟି ଇଣ୍ଡିଆ।

ତେଣୁ ତାଙ୍କ ବିରୋଧରେ ସମସ୍ତ ଅଭିଯୋଗ ପ୍ରତ୍ୟାହାର ପାଇଁ ଦାବି କରିଛି ସଂଗଠନ।

ଅଭିଜିତ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଓଡ଼ିଶା ବିଧାୟକଙ୍କ ସମ୍ପର୍କରେ ଅରୁଚିକର ତଥା ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ବିଧାନସଭା ଗୃହ କମିଟି ନିକଟରେ ହାଜର ହୋଇ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ। ଏହାସତ୍ତ୍ୱେ ଗତ ମାସ ୨୩ରେ ଓଡ଼ିଶା ପୁଲିସ ତାଙ୍କୁ ଗିରଫ କରିଥିଲା। ପରେ ଏହି ମାମଲାରେ ତାଙ୍କ ଜାମିନ୍ ଖାରଜ ହେବାରୁ ଅଭିଜିତ୍ ଏବେ ଭୁବନେଶ୍ୱର ଝାରପଡ଼ା ଜେଲରେ ଅଛନ୍ତି।



from Odisha Reporter https://ift.tt/2Dixyov

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages