ପଢ଼ନ୍ତୁ ଫେସ୍‌ବୁକ୍ ପଛର ନାୟକମାନଙ୍କ କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 3, 2018

ପଢ଼ନ୍ତୁ ଫେସ୍‌ବୁକ୍ ପଛର ନାୟକମାନଙ୍କ କଥା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) :ମାର୍କ ଜୁକରବର୍ଗ ଏମିତି ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ ଯିଏକି କୋଟିକୋଟି ଲୋକଙ୍କୁ ବାନ୍ଧି ରଖିଛନ୍ତି ତାଙ୍କ ଆପ୍ଲିକେଶନ ‘ଫେସ୍‌ବୁକ୍‌’ ମାଧ୍ୟମରେ। ତେବେ ମାର୍କ ଜୁକରବର୍ଗଙ୍କୁ ସମସ୍ତେ ଫେସ୍‌ବୁକ୍‌ର ସହ ପ୍ରତିଷ୍ଠାତା ଭାବେ ଜାଣିଥିବା ବେଳେ ଏହାର ଅନ୍ୟ ସହପ୍ରତିଷ୍ଠାତାମାନଙ୍କ ବିଷୟରେ ସେତେ ବିଶେଷ କେଉଁଠି ଶୁଣିବାକୁ ମିଳୁନାହିଁ।

ଚାଲୁନ୍ତୁ ଜାଣିବା ଆଉ କେଉଁମାନେ ଏହି ପ୍ରମୁଖ  ସୋଶାଲ ମିଡିଆ ଆପ୍ଲିକେଶନର ପରଦା ପଛର ନାୟକ…

୨୦୦୪ ଫେବୃୟାରୀ ୪ରେ ଫେସ୍‌ବୁକ୍‌ ଆପ୍ଲିକେଶନ ଆରମ୍ଭ ହୋଇଥିଲା। ମଜା କଥା ହେଲା ୫ ଜଣ କଲେଜ୍‌ ଛାତ୍ର ଏହାକୁ ଆରମ୍ଭ କରିଥିଲେ। ଏବଂ ଏହି ୫ଜଣ ଥିଲେ ପରସ୍ପରର ରୁମ୍‌ମେଟ୍‌। ହାର୍ଭାର୍ଡ ୟୁନିଭର୍ସିଟିରେ ପଢ଼ୁଥିବା ମାର୍କ ଜୁକରବର୍ଗଙ୍କ ଏହି ସହପାଠୀ ମାନେ ହେଲେ ଏଡୁୱାର୍ଡୋ ସଭେରିନ୍,ଆଣ୍ଡ୍ର୍ୟୁ ମ୍ୟାକୁଲମ, ଡଷ୍ଟିନ୍ ମୋସ୍କୋଭିଜ୍ ଏବଂ କ୍ରିସ୍ ହଗ୍‌ସ୍‌।

ଏଡ୍‌ୱାର୍ଡୋ ସଭେରିନ୍-

ସଭେରିନ୍‌ଙ୍କ ବୟସ ୩୬ ବର୍ଷ। ଫୋର୍ବସ ପତ୍ରିକା ରିପୋର୍ଟ ଅନୁସାରେ ବ୍ରାଜିଲ୍‌ରେ ଜନ୍ମଗ୍ରହଣ କରିଥିବା ଏହି ଷ୍ଟାର୍ଟ ଅପ୍‌ ଏଣ୍ଟରପ୍ରେନିୟୋରଙ୍କ ମୋଟ ସମ୍ପତ୍ତି ପରିମାଣ ପାଖାପାଖି ୧୧ ହଜାର କୋଟି ଡଲାରରୁ ଅଧିକ। ସଭେରିନ୍ ହେଉଛନ୍ତି ଜୁକରବର୍ଗଙ୍କ ସମବୟସ୍କ। ଏ ହେଉଛନ୍ତି ଜୁକରବର୍ଗଙ୍କ ସେଇ ସହପାଠୀ ଯିଏକି ଫେସ୍‌ବୁକ୍‌ ଭଳି କିଛିଗୋଟେ ଆକର୍ଷଣୀୟ ପ୍ଲାଟ୍‌ଫର୍ମ ତିଆରି କରିବା ପାଇଁ ଜୁକରବର୍ଗଙ୍କୁ ପ୍ରେରିତ କରିଥିଲେ।

ଆଣ୍ଡ୍ର୍ୟୁ ମ୍ୟାକ୍‌କୁଲମ୍-

ମ୍ୟାକ୍‌କୁଲମ୍‌ଙ୍କ ବୟସ ୩୫। କମ୍ପାନୀର ପ୍ରତିଷ୍ଠା ପରଠାରୁ ୨୦୦୭ ସେପ୍ଟେମ୍ବର ପର୍ଯ୍ୟନ୍ତ ସେ ଫେସ୍‌ବୁକ୍‌ ସହିତ ଜଡ଼ିତ ଥିଲେ। କମ୍ପ୍ୟୁଟର ସାଇନ୍ସରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ମ୍ୟାକ୍‌କୁଲମ୍ ପରେ ହାର୍ଭାର୍ଡ ଗ୍ରାଜୁଏଟ୍‌ ସ୍କୁଲ୍‌ ଅଫ୍ ଏଜୁକେଶନରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ଗ୍ରାଜୁଏଶନ ସମୟରେ ହିଁ ସେ ଫେସ୍‌ବୁକ୍‌ ସହିତ ଜଡ଼ିତ ଥିଲେ। ମାତ୍ର ତିନିବର୍ଷ ପରେ ସେ ଫେସ୍‌ବୁକ୍‌ରୁ ବହାରି ଯାଇଛନ୍ତି।

କ୍ରିସ ହଗ୍ସ- 

କ୍ରିସଙ୍କ ଜନ୍ମ ୧୯୮୩ ନଭେମ୍ବର ୨୬। ଏହି ସହପ୍ରତିଷ୍ଠାତା ଜଣକ ପ୍ରାରମ୍ଭିକ ଅବସ୍ଥାରେ ଫେସ୍‌ବୁକ୍‌ର ମୁଖପାତ୍ର ଭାବେ ଦାୟିତ୍ୱ ସମ୍ପାଦନ କରୁଥିଲେ। ଖାଲି ସେତିକି ନୁହେଁ୨୦୧୨ ରୁ ୨୦୧୬ ପର୍ଯ୍ୟନ୍ତ ସେ ଦି ନ୍ୟୁ ରିପବ୍ଲିକ୍ ପତ୍ରିକାର ମୁଖ୍ୟ ସମ୍ପାଦକ ଥିଲେ। ବର୍ତ୍ତମାନ ସେ ଦି ଇକନମିକ୍ ସିକ୍ୟୁରିଟି ପ୍ରୋଜେକ୍ଟର ଉପସଭାପତି ଦାୟିତ୍ୱରେ ଅଛନ୍ତି।

ଡି. ମୋସ୍କୋଭିଜ୍-

ଆମେରିକାରେ ଜନ୍ମିତ ଏହି ଏଞ୍ଜେଲ୍‌ ଇନ୍‌ଭେଷ୍ଟରଙ୍କ ବୟସ ୩୪। ଫେସ୍‌ବୁକ୍ ସହିତ ମାତ୍ର ୪ ବର୍ଷ ରହିବା ପରେ ସେ ଏଥିରୁ ବାହାରି ଯାଇ ଅନ୍ୟ ଏକ କମ୍ପାନୀ ଆରମ୍ଭ କରିଛନ୍ତି। ଉକ୍ତ କମ୍ପାନୀର ନାଁ ହେଉଛି ଆସାନ୍‌। ଫୋର୍ବସ୍‌ ପତ୍ରିକାର ରିପୋର୍ଟ ଅନୁସାରେ ମୋସ୍କୋଭିଜ୍ ହେଉଛନ୍ତି ବିଶ୍ୱର ଏକମାତ୍ର ସର୍ବ କନିଷ୍ଠ ସେଲ୍ଫ୍‌ ମେଡ୍ ବିଲିୟନେୟାର।



from Odisha Reporter https://ift.tt/2QhG2jp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages