ସିବିଆଇ ବିବାଦ: କୋର୍ଟରେ ନିରାଶ ହେଲେ ବସୀ ଓ କଂଗ୍ରେସ ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 16, 2018

ସିବିଆଇ ବିବାଦ: କୋର୍ଟରେ ନିରାଶ ହେଲେ ବସୀ ଓ କଂଗ୍ରେସ ନେତା

ନୂଆଦିଲ୍ଲୀ: ସିବିଆଇ ମହାକଳିକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଆବେଦନକାରୀ କଂଗ୍ରେସ ଓ ସିବିଆଇ ଅଫିସରଙ୍କ ପିଟିସନକୁ ସର୍ବୋଚ୍ଚ ଅଦାଲତ ଗୁରୁତ୍ୱ ଦେଇନାହାନ୍ତି। କେନ୍ଦ୍ର ସରକାର ସିବିଆଇ ମହାକଳିରେ ହସ୍ତକ୍ଷେପ କରିଥିବାରୁ ଏହା ବିରୋଧରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସେହିପରି ମଧ୍ୟବର୍ତ୍ତୀକାଳୀନ ସିବିଆଇ ମୁଖ୍ୟ ଏମ୍‌ ନାଗେଶ୍ୱର ରାଓ ଏକାଧିକ ଅଫିସରଙ୍କୁ ବଦଳି କରିବାକୁ ଦେଇଥିବା ନିର୍ଦ୍ଦେଶ ବିରୋଧରେ ସିବିଆଇ ଅଫିସର ଅଜୟ କୁମାର ବସୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଆଜି ସିଜେଆଇ ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ। ଖଣ୍ଡପୀଠ ପ୍ରଥମେ ଏକେ ବସୀଙ୍କ ଓକିଲଙ୍କୁ ପ୍ରଶ୍ନ କରିଥିଲେ ଯେ, ଆପଣଙ୍କ କ୍ଲାଏଣ୍ଟଙ୍କୁ କେଉଁଠି ବଦଳି କରାଯାଇଛି?

ଏହାର ଉତ୍ତରରେ ଓକିଲ ଜଣଙ୍କ ପୋର୍ଟବ୍ଲେୟାର ବୋଲି କହିଥିଲେ। ଏହାର ଜବାବ ଦେଇ ସିଜେଆଇ ଜଷ୍ଟିସ୍‌ ଗୋଗୋଇ କହିଥିଲେ, ଏହା ଏଭ ଭଲ ସ୍ଥାନ। ସେଠାକୁ ଗଲେ ଅସୁବିଧା କ’ଣ? ଆପଣଙ୍କ କ୍ଲାଏଣ୍ଟ ଆଉ କିଛି ମାସ ସେଠାରେ ରୁହନ୍ତୁ। ଏବେ କୋର୍ଟ ଉକ୍ତ ବଦଳି ନିଷ୍ପତ୍ତି ଉପରେ କୌଣସି ରୋକ ଲଗାଇପାରିବେ ନାହିଁ ବୋଲି ସିଜେଆଇ କହିଥିଲେ।

ସେହିପରି ଆଲୋକ ବର୍ମାଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଯାଇଥିବାରୁ ଏହା ବିରୋଧରେ ଖାଡ଼ଗେ ଯେଉଁ ଆବେଦନ କରିଥିଲେ, ତାକୁ ମଧ୍ୟ କୋର୍ଟ ପରେ ବିଚାର କରିବେ ବୋଲି କହିଛନ୍ତି।

ବସୀ ସିବିଆଇ ଡେପୁଟି ରାକେଶ ଆସ୍ଥାନାଙ୍କ ବିରୋଧରେ ଆସିଥିବା ଲାଞ୍ଚ ଅଭିଯୋଗର ତଦନ୍ତ କରୁଥିଲେ। ହେଲେ ନାଗେଶ୍ୱର ରାଓ ନିଯୁକ୍ତି ପାଇବା କ୍ଷଣି ବସୀଙ୍କ ସମେତ ୧୩ ଜଣ ସିବିଆଇ ଅଫିସରଙ୍କୁ ବଦଳି କରିଥିଲେ।



from Odisha Reporter https://ift.tt/2FpgnUJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages