‘ଗଜ’ ତାଣ୍ଡବ: ୨୦ ମୃତ, ବ୍ୟାପକ କ୍ଷୟକ୍ଷତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 16, 2018

‘ଗଜ’ ତାଣ୍ଡବ: ୨୦ ମୃତ, ବ୍ୟାପକ କ୍ଷୟକ୍ଷତି

ଚେନ୍ନାଇ: ସାମୁଦ୍ରିକ ଘୂର୍ଣ୍ଣିଝଡ଼ “ଗଜ” ଆଜି ଭୋର୍‌ ୩.୩୦ରେ ତାମିଲନାଡୁର ନାଗପଟ୍ଟିନମଠାରେ ସ୍ଥଳ ଭାଗ ଛୁଇଁଛି। ସ୍ଥଳ ଭାଗ ଛୁଇଁବା ପରେ ଏହା ବ୍ୟାପକ ତାଣ୍ଡବ ରଚିଛି। ଲ୍ୟାଣ୍ଡଫଲ୍ ସମୟରେ ପବନର ଘଣ୍ଟାପ୍ରତି ବେଗ ୧୦୦ରୁ ୧୧୦ କିମି ଥିଲା। ପବନ ସହିତ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହୋଇଥିଲା।

ବର୍ତ୍ତମାନ ସୁଦ୍ଧା ଗଜ ତାଣ୍ଡବରେ ତାମିଲନାଡୁରେ ୨୦ ଜଣଙ୍କ ଜୀବନ ଯାଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି। ସେହିପରି ଶହଶହ ଗଛ ଓ ଘର ଭାଙ୍ଗି ଯାଇଥିବା ବେଳେ କିଛି ଜିଲ୍ଲାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ଅନେକ ସ୍ଥାନରେ ଗତକାଲି ରାତିରୁ ବିଦ୍ୟୁତ ସରବରାହ ବନ୍ଦ ରହିଛି। ସେହିପରି ଉଭୟ ସଡ଼କ ଓ ରେଳପଥରେ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିଛନ୍ତି। କେବଳ ତାମିଲନାଡୁ ନୁହେଁ ପୁଡ଼ୁଚେରୀରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି।

‘ଗଜ’ ତାଣ୍ଡବରେ କଡ୍ଡାଲୋର,ନାଗପଟ୍ଟିନମ୍‌, ଥୋଣ୍ଡି ଓ ପାମ୍ବନ ଭଳି ତାମିଲନାଡୁର ଜିଲ୍ଲା ଗୁଡ଼ିକ ପ୍ରଭାବିତ ହୋଇଥିବା ବେଳେ କାରିକାଲା ଏବଂ ପୁଡ଼ୁଚେରୀରେ ମଧ୍ୟ ‘ଗଜ’ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ବର୍ତ୍ତମାନ ସୁଦ୍ଧା ନାଗପଟ୍ଟିନମ୍‌ରେ ୫ ହଜାର, ତିରୁଭାରୁରରେ ୪ ହଜାର, ତାଞ୍ଜାଭୁର୍‌ରେ ୩ ହଜାର ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିଥିବା ଖବର ମିଳିଛି। ରାମେଶ୍ୱରମ୍‌ରେ ସମୁଦ୍ର ୧୦୦ ମିଟିର ସ୍ଥଳ ଭାଗକୁ ମାଡ଼ି ଆସିଛି। ଭେଲାନକାନିରେ ଥିବା ଲେଡି ଅଫ୍‌ ହେଲଥ ବାସିଲିକା ଚର୍ଚ୍ଚ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଉପକୂଳ ନାଗାଇ ମଧ୍ୟ ‘ଗଜ’ର କରାଳ ଆଖିରୁ ବଞ୍ଚି ପାରିନାହିଁ।

ବାତ୍ୟା ବେଳେ ସୁମଦ୍ରରେ ଭାସି ଯାଇ ୧୭୩ଟି ମାଛ ଧରା ମେସିନ ଡଙ୍ଗା ଶ୍ରୀଲଙ୍କା ଉପକୂଳରେ ଯାଇ ଲାଗିଛି। ତେବେ ସରକାର ୭୩ଟି ଡଙ୍ଗା ଉଦ୍ଧାର କରିବାକୁ ସକ୍ଷମ ହୋଇଛନ୍ତି। ଏବେ ବି ଗଜ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି। ତଥାପି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ତାମିଲନାଡୁ ସରକାର ମୃତକଙ୍କ ପରିବାର ପିଛା ୧୦ ଲକ୍ଷ ଟଙ୍କା ଓ ଗୁରୁତର ଆହତଙ୍କ ପାଇଁ ଏକ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ରାଶି ଦେବାକୁ ଘୋଷଣା କରିଛନ୍ତି। ସେହିପରି ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ପଲାନୀସ୍ୱାମୀ କହିଛନ୍ତି।

ସେ କହିଛନ୍ତି, ଗଜ ତାଣ୍ଡବ ଯୋଗୁ ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ୮୧,୯୪୮ ଜଣ ଲୋକଙ୍କୁ ୪୭୧ଟି ସରକାରୀ ରିଲିଫ୍‌ କ୍ୟାମ୍ପରେ ରଖାଯାଇଛି। ବାତ୍ୟାରେ ଆହତ ହୋଇଥିବା ଲୋକଙ୍କୁ ହସ୍ପିଟାଲ୍‌ରେ ପହଞ୍ଚାଇବା ପାଇଁ ୪୦୫ଟି ଆମ୍ବୁଲାନ୍ସ ମୁତୟନ ହୋଇଛି।

ସେହିପରି ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ରାସ୍ତାରେ ପଡ଼ିଛି। ତେଣୁ ଯାତାୟାତ ସମସ୍ୟାକୁ ଦୂର କରିବାକୁ ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ନିୟୋଜିତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।



from Odisha Reporter https://ift.tt/2QNzSre

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages