ମହାନଦୀ ବସ୍‌ ଦୁର୍ଘଟଣା: ବଡ଼ ଡାକ୍ତରଖାନା ଯାଇ ଆହତଙ୍କୁ ଭେଟିଲେ ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

ମହାନଦୀ ବସ୍‌ ଦୁର୍ଘଟଣା: ବଡ଼ ଡାକ୍ତରଖାନା ଯାଇ ଆହତଙ୍କୁ ଭେଟିଲେ ଧର୍ମେନ୍ଦ୍ର

cuttack

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ସନ୍ଧ୍ୟାରେ କଟକରେ ମହାନଦୀ ପୋଲ ଉପରୁ ଏକ ବସ୍ ଖସି ପଡ଼ିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୬ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏ ଖବର ପାଇବା ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ ବଡ଼ ଡାକ୍ତରଖାନା ଯାଇ ଆହତ ବ୍ୟକ୍ତିମାନଙ୍କୁ ଭେଟିଥିଲେ ଓ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଡାକ୍ତରମାନଙ୍କୁ ପଚାରି ବୁଝିଥିଲେ।

cuttack1ଆହତମାନଙ୍କୁ ବୁଲି ଦେଖିବା ପରେ ସେ କହିଥିଲେ ଯେ ଜିଲ୍ଲା ପ୍ରଶାସନ ଓ ବଡ଼ ଡାକ୍ତରଖାନାର ଡାକ୍ତରମାନେ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାରେ ଲାଗି ପଡ଼ିଛନ୍ତି। ବଡ଼ ଡାକ୍ତରଖାନା ପକ୍ଷରୁ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସେ ଆଶା ରଖିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଡାକ୍ତରଖାନାରେ ଥିବା ବେଳେ ମୃତାହତ ବ୍ୟକ୍ତିଙ୍କ ପରିବାର ଲୋକେ ପହଞ୍ଚିବା ଆରମ୍ଭ କରିଥିଲେ। ସେ ସେମାନଙ୍କୁ ଭେଟି କଥାବାର୍ତ୍ତା କରିବା ସହିତ ସାନ୍ତ୍ୱନା ଦେଇଥିଲେ।

dhଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏନେଇ ଧର୍ମେନ୍ଦ୍ର ପ୍ରଧାନ ଦୁଃଖପ୍ରକାଶ କରିଛନ୍ତି।

ବସ୍‌ଟି ଅନୁଗୋଳ ଜିଲ୍ଲା ତାଳଚେରରୁ କଟକ ଆସୁଥିବା ବେଳେ ଜଗତପୁରରୁ ଶିଖରପୁର ମଧ୍ୟରେ ମହାନଦୀ ପୋଲ ଉପରେ ଏକ ମଇଁଷିକୁ ଧକ୍କା ଦେଇ ତଳକୁ ଖସି ପଡ଼ିଥିଲା। ପୋଲରୁ ପ୍ରାୟ ୩୦ ଫୁଟ୍ ତଳେ ବାଲି ଉପରେ ଏହା ପଡ଼ିଥିଲା।



from Odisha Reporter https://ift.tt/2PJOXOg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages