ରାଜଧାନୀରୁ ଧରାପଡ଼ିଲେ ଦୁଇ ଚୋରା ବନ୍ଧୁକ ବେପାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 25, 2018

ରାଜଧାନୀରୁ ଧରାପଡ଼ିଲେ ଦୁଇ ଚୋରା ବନ୍ଧୁକ ବେପାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ କିଛି ଦିନ ପରେ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେବ ହକି ବିଶ୍ୱକପ୍‌। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ସମ୍ୱେଦନଶୀଳ ଅଞ୍ଚଳରେ ଘନ ଘନ ଚଢ଼ଉ କରାଯାଉଛି। ଆଜି ସ୍ପେଶାଲ ସ୍କ୍ୱାଡ ଭୁବନେଶ୍ୱର ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଚଢ଼ଉ କରି ୨ ଚୋରା ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ଅଜିତ କୁମାର ମହାପାତ୍ର ଓରଫ୍ ବାପି ଓ ସୁଜିତ କୁମାର ଦାସ। ତାଙ୍କ ନିକଟରୁ ଗୋଟିଏ ମାଉଜର ଓ ଗୋଟିଏ ଜୀବନ୍ତ ଗୁଳି ଜବତ କରାଯାଇଛି। ବିହାରର ମୁଙ୍ଗେରରୁ ଚୋରାରେ ବନ୍ଧୁକ ଆଣି ଏମାନେ ବିକ୍ରି କରୁଥିଲେ। ତେବେ କେବେଠାରୁ କେତେଥର ଏମାନେ ଚୋରା ବନ୍ଧୁକ ଦେଇଛନ୍ତି ଓ ଅପରାଧୀ ଗ୍ୟାଙ୍ଗ କିମ୍ବା ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଯୋଗାଇଛନ୍ତି, ତାହାର ଖୋଳତାଡ଼ ଆରମ୍ଭ କରିଛି ସ୍ପେଶାଲ ସ୍କ୍ୱାଡ।



from Odisha Reporter https://ift.tt/2RcrjXn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages