
ଡେରାଡୁନ୍: ଦ୍ରୁତଗତିରେ ଯାଉଥିବା ଏକ ବସ୍ ପୋଲ ତଳକୁ ଖସିପଡ଼ିବାରୁ ୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୫ ଜଣ ଆହତ ହୋଇଛନ୍ତି। ହିମାଚଳପ୍ରଦେଶର ସିରମୌର ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି।
ଶିମ୍ଲାଠାରୁ ୧୬୮ କିମି ଦୂର ଖଦ୍ରି ନାମକ ଏକ ଗାଁରେ ଅପରାହ୍ଣ ୪.୩୦ ବେଳେ ଏହି ଦୁର୍ଘଟଣା ଘଟିଛି। ରେଣୁକାରୁ ନାହାନ୍ ଆଡ଼କୁ ଦ୍ରୁତଗତିରେ ଯାଉଥିବାବେଳେ ଚାଳକ ନିୟନ୍ତ୍ରଣ ହରାଇବାରୁ ବସ୍ଟି ୪୦ ଫୁଟ ତଳକୁ ଜଲାଲ ନଦୀରେ ପଡ଼ିଯାଇଥିଲା।
୩ଜଣ ମହିଳାଙ୍କ ସମେତ ୪ଜଣ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଅନ୍ୟ ୫ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି।
ବର୍ତ୍ତମାନ ନାହାନ୍ ହସ୍ପିଟାଲରେ ୨୫ଜଣ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ସ୍ଥାନୀୟ ଅଧିବାସୀ ବୋଲି କୁହାଯାଉଛି। ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଓ ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି।
from Odisha Reporter https://ift.tt/2KwTZI3
No comments:
Post a Comment