ଜେଟ୍‌ ଏୟାରୱେଜ୍‌ କିଣିବା ଖବରକୁ ଟାଟା ସନ୍ସର ଅସ୍ୱୀକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 16, 2018

ଜେଟ୍‌ ଏୟାରୱେଜ୍‌ କିଣିବା ଖବରକୁ ଟାଟା ସନ୍ସର ଅସ୍ୱୀକାର

ମୁମ୍ବାଇ: ଋଣଗ୍ରସ୍ତ ବିମାନ ଉଡ଼ାଣ କମ୍ପାନୀ ଜେଟ୍‌ ଏୟାରୱେଜ୍‌କୁ ଟାଟା କିଣିବ ବୋଲି କିଛି ଗଣମାଧ୍ୟମରେ ଖବର ଆସିବାପରେ ଏହାକୁ ଅସ୍ୱୀକାର କରିଛି ଟାଟା ସନ୍ସ। କମ୍ପାନୀ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି, ଆଲୋଚନା କେବଳ ପ୍ରାଥମିକ ସ୍ତରରେ ଥିଲା। ଏବାବଦରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ।

ଟାଟା ପୂର୍ବରୁ ସିଙ୍ଗାପୁର ଏୟାରଲାଇନ୍ସ ସହିତ ମିଳିତ ମାଲିକାନାରେ ବିସ୍ତାରା ବିମାନ ସଂସ୍ଥା ଏବଂ ମ୍ୟାଲେସିଆର ଏୟାର ଏସିଆ ସହିତ ମିଶି ଏୟାର ଏସିଆ ଇଣ୍ଡିଆ ପରିଚାଳନା କରୁଛି। ଟାଟା ଏ ଦିଗରେ ତୃତୀୟ ପ୍ରୟାସ ଭାବରେ ସିଙ୍ଗାପୁର ଏୟାରଲାଇନ୍ସ ସହିତ ମିଳିତ ଭାବରେ ନରେଶ ଗୋୟଲ୍‌ଙ୍କ ଜେଟ୍‌ ଏୟାର୍‌ୱେଜ୍‌କୁ ସମ୍ପୂର୍ଣ୍ଣ ଅଧିଗ୍ରହଣ କରିବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଟାଟା ସନ୍ସର ଏକ ବୋର୍ଡ ମିଟିଂ ପରେ ଏନେଇ ସ୍ପଷ୍ଟୀକରଣ ରଖାଯାଇଛି।

ପୂର୍ବରୁ ଜେଟ୍‌ ଏୟାରୱେଜ୍‌ର ମୁଖ୍ୟ ଆର୍ଥିକ ଅଧିକାରୀ ଅମିତ ଅଗ୍ରୱାଲ ଏହି ଡିଲ୍‌ ବାବଦରେ ସୂଚନା ଦେଇଥିଲେ। ଏହି କମ୍ପାନୀରେ ନରେଶ ଏବଂ ତାଙ୍କ ପରିବାରର ୫୧ ପ୍ରତିଶତ ଶେୟାର ରହିଛି।



from Odisha Reporter https://ift.tt/2RUAbAT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages