ବିବାଦରେ ଭିମ୍‌ସାର ନିର୍ଦ୍ଦେଶକ: ୱାର୍ଡରେ ରୋଗୀଙ୍କ ଚୁଟି କାଟି ପକାଉଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 16, 2018

ବିବାଦରେ ଭିମ୍‌ସାର ନିର୍ଦ୍ଦେଶକ: ୱାର୍ଡରେ ରୋଗୀଙ୍କ ଚୁଟି କାଟି ପକାଉଛନ୍ତି

ସମ୍ୱଲପୁର (ସଞ୍ଜୟ କୁମାର ଜେନା): ଷ୍ଟିଂ ଅପରେସନ କରି ଘରୋଇ କ୍ଲିନିକ୍‌ରେ କାର୍ଯ୍ୟ କରୁଥିବା ପ୍ରଫେସରଙ୍କୁ ଧରିବା ହେଉ ତ କେତେବେଳେ ଛାତ୍ରଛାତ୍ରୀଙ୍କ ବିଶୃଙ୍ଖଳିତ ଆଚରଣ ବିରୋଧରେ ଆଖିଦୃଶିଆ ପଦକ୍ଷେପ ନେଇ ଚର୍ଚ୍ଚାରେ ଥିଲେ ବୁର୍ଲା ମେଡିକାଲ କଲେଜର ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀ। ନିଜର କଡ଼ା ମିଜାଜ ଓ ପ୍ରଶାସନିକ କାଇଦାକୁ ନେଇ ଡାକ୍ତର ପୂଜାହାରୀ ପୁଣି ଥରେ ଏବେ ଚର୍ଚ୍ଚାକୁ ଆସିଛନ୍ତି। ଏଥର କିନ୍ତୁ ସେ ଏକ ନୂଆ ବିବାଦରେ ଫସି ଯାଇଛନ୍ତି। ମେଡିକାଲ୍‌ରେ ଥିବା ମଦ୍ୟପ ରୋଗୀଙ୍କୁ ସେ ଧରି ତାଙ୍କ ଚୁଟି କାଟି ଦେଉଛନ୍ତି। ଯାହାର ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି।

ବାୟୁସେନାରୁ ଅବସର ନେବା ପରେ ଡାକ୍ତର ପୂଜାହାରୀ ଭିମ୍‌ସାରରେ ନିର୍ଦ୍ଦେଶକ ଭାବେ ଯୋଗଦେଇଥିଲେ। ନିଜର କଡ଼ା ମିଜାଜ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ଏଥର ତାଙ୍କୁ ନେଇ ଉଠିଥିବା ବିବାଦ ଟିକେ ଭିନ୍ନ। ମେଡିକାଲ୍‌ ଆଉଟଡୋରରେ ସେ ଜଣେ ରୋଗୀଙ୍କ ମୁଣ୍ଡରୁ ଚୁଟି କାଟି ପକାଇଛନ୍ତି। ତାଙ୍କ କହିବା କଥା, ସଂପୃକ୍ତ ରୋଗୀ ଜଣକ ଅଭ୍ୟାସଗତ ମଦ୍ୟପ। ତେଣୁ ତାଙ୍କ ମା’ଙ୍କ ଅନୁରୋଧକ୍ରମେ ମଦ ଛାଡ଼ି ଗଙ୍ଗାରେ ସ୍ନାନ କରିବାକୁ ଡାକ୍ତର ପୂଜାହାରୀ ପରାମର୍ଶ ଦେବା ସହ ମୁଣ୍ଡରୁ କିଛି ଚୁଟି କାଟି ଦେଇଛନ୍ତି।

ଏପଟେ ସେ କ୍ଲାସରୁମ୍‌ରେ ଭିମ୍‌ସାର ଅଧ୍ୟକ୍ଷ ତଥା ଡିନ୍‌ଙ୍କ ସହ ଯୁକ୍ତିତର୍କ କରୁଛନ୍ତି। ୧୦ ମିନିଟ୍ ବିଳମ୍ବରେ କ୍ଲାସରୁମକୁ ଆସିବା ଓ ଭିନ୍ନ ଭିନ୍ନ କ୍ଲାସର ପିଲାଙ୍କୁ ଏକାଠି ବସାଇ କ୍ଲାସ କରିବା ଅଭିଯୋଗ କରି ଯୁକ୍ତିତର୍କ କରୁଛନ୍ତି ଡା. ପୂଜାହାରୀ। ଯାହାର ଭିଡିଓ ଏବେ ଭାଇରାଲ୍ ହେବା ପରେ ବିବାଦୀୟ ହୋଇପଡ଼ିଛନ୍ତି ଭିମ୍‌ସାର ନିର୍ଦ୍ଦେଶକ।

ସେପଟେ ଜୁନିୟର ଡାକ୍ତର ଆସୋଏସିଏସନ୍ ୪୮ ଘଣ୍ଟା ମଧ୍ୟରେ ଡା. ପୂଜାହାରୀଙ୍କ ବଦଳି ଦାବି କରିଛି। ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ୧୦ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛି ସଂଘ।

ତେବେ ଡାକ୍ତର ପୂଜାହାରୀ କହିଛନ୍ତି-“ପୁରୁଣା ଚକ୍ରାନ୍ତରେ ଫେଲ୍ ହେବା ପରେ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଆଉ ଏକ ନୂଆ ଚକ୍ରାନ୍ତ ଆରମ୍ଭ କରିଛନ୍ତି। ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିବର୍ତ୍ତେ ଭିମ୍‌ସାରରେ ପିଜି ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଥିବାରୁ ଫେଲ୍‌ ହେବା ଭୟରେ କିଛି ଛାତ୍ର ତାଙ୍କ ବିରୋଧରେ ନାନା ମିଥ୍ୟା ଅଭିଯୋଗ ଆଣିଛନ୍ତି।”

ସେପଟେ ପଶ୍ଚିମାଞ୍ଚଳ ପିପୁଲ୍ସ ଫୋରମ୍‌ର କର୍ମକର୍ତ୍ତା ନିର୍ଦ୍ଦେଶକ ଡାକ୍ତର ପୂଜାହାରୀଙ୍କୁ ସାକ୍ଷାତ କରି ତାଙ୍କୁ ଖୋଲା ସମର୍ଥନ ଜଣାଇଛନ୍ତି।



from Odisha Reporter https://ift.tt/2zY0XAS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages