
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୨୮ ତାରିଖରୁ ଆରମ୍ଭ ହେବ ପୁରୁଷ ହକି ବିଶ୍ୱକପ୍। ବିଶ୍ୱକପ୍ର ଉଦ୍ଘାଟନୀ ଉତ୍ସବ ପାଇଁ ଆଜି ୯ ନମ୍ବର ଗେଟ୍ କାଉଣ୍ଟରରେ ଟିକେଟ୍ ବିକ୍ରି ହେବାର ଥିଲା। ହେଲେ ଟିକେଟ୍ ବିକ୍ରି ନହେବାରୁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି କିଛି ଉତ୍ତ୍ୟକ୍ତ ଆଶାୟୀ କଳିଙ୍ଗ ଷ୍ଟାଡିୟମରେ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଆଜି ବିଶ୍ୱକପ୍ ହକି ଉଦଘାଟନୀ ଉତ୍ସବର ଟିକେଟ୍ ବିକ୍ରି ହେବ ବୋଲି ପୂର୍ବରୁ କ୍ରୀଡ଼ା ସଚିବ ବିଶାଳ ଦେବ ଘୋଷଣା କରିଥିଲେ। ୧୫ ତାରିଖରୁ ଟିକେଟ୍ ମିଳିବ ବୋଲି କୁହାଯାଇଥିଲା। ଆଉ ଏହାର ଦାମ ୫ ଶହ ଟଙ୍କା ରହିବ ବୋଲି ସଚିବ ପ୍ରେସ୍ମିଟରେ ସୂଚନା ଦେଇଥିଲେ। ଗତକାଲି ରାତିରୁ ହଜାର ହଜାର ହକି ପ୍ରେମୀ ଉତ୍ସାହର ସହିତ ଟିକେଟ୍ ଆଶାରେ କାଉଣ୍ଟର ସାମ୍ନାରେ ଲାଇନ୍ ଲଗାଇଥିଲେ। ହେଲେ ଟିକେଟ୍ ବିକ୍ରି ନଥିଲା। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।
ଉତ୍ତ୍ୟକ୍ତ ଲୋକେ କାଉଣ୍ଟର ସାମ୍ନାରେ ଥିବା ପୋଷ୍ଟର ଓ ବାରିକେଡ୍ ଭଙ୍ଗାରୁଜା କରିଥିଲେ।
ପୂର୍ବରୁ ଭାରତ ଖେଳିବାକୁ ଥିବା ମ୍ୟାଚ ଗୁଡ଼ିକର ଟିକେଟ୍ ମଧ୍ୟ କାଉଣ୍ଟରରେ ମିଳି ନ ଥିଲା। ଏଥିଯୋଗୁ ହକି ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା।
from Odisha Reporter https://ift.tt/2B7qSYx
No comments:
Post a Comment