ଟଙ୍କା ନ ଦେବାରୁ ଫ୍ୟାସନ୍‌ ଡିଜାଇନରଙ୍କୁ ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 14, 2018

ଟଙ୍କା ନ ଦେବାରୁ ଫ୍ୟାସନ୍‌ ଡିଜାଇନରଙ୍କୁ ହତ୍ୟା

mala

ନୂଆଦିଲ୍ଲୀ: ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳରୁ ୫୩ ବର୍ଷିୟ ଫ୍ୟାସନ୍‌ ଡିଜାଇନର ମାଲା ଲଖାନୀ ଏବଂ ତାଙ୍କ ଚାକର ବାହାଦୁରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରାଥମିକ ତଦନ୍ତରୁ ସେମାନଙ୍କୁ ହତ୍ୟା କରାଯାଇଥିବା ପୁଲିସ୍‌ କହିଛି।

ହତ୍ୟା ଅଭିଯୋଗରେ ପୁଲିସ୍‌ ରାହୁଲ ଅନୱର ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ରାହୁଲ, ମାଲାଙ୍କ ପାଖରେ ଟେଲର୍‌ କାମ କରୁଥିଲେ।

ପୁଲିସ୍‌ କହିଛି, ମାଲା, ରାହୁଲଙ୍କୁ ତାଙ୍କ ଦରମା ଟଙ୍କା ଦେଉ ନଥିଲେ। ଏହାକୁ ନେଇ ରାହୁଲ ବହୁତ ଚିନ୍ତିତ ଥିଲେ। ଏହି କାରଣରୁ ସେ ନିଜ ସହଯୋଗୀଙ୍କ ସହ ମିଶି ମାଲାଙ୍କ ହତ୍ୟା ଷଡ଼ଯନ୍ତ୍ର କରିଥିଲେ।

ଅଭିଯୁକ୍ତମାନେ ମାଲାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଘରେ ପଶିଥିଲେ। ସେମାନେ ନିଜ ଯୋଜନାରେ ସଫଳ ମଧ୍ୟ ହୋଇଥିଲେ। ହେଲେ ହତ୍ୟା ସମୟରେ ମାଲାଙ୍କ ଚିତ୍କାର ଶୁଣି ବାହାଦୁର ସେଠାରେ ପହଞ୍ଚି ଯାଇଥିଲା। ସେ ମାଲାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବାରୁ ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ହତ୍ୟା କରିଥିଲେ।



from Odisha Reporter https://ift.tt/2zdlZvN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages