ବାଉଳି ମଠ ପୁନରୁଦ୍ଧାରକୁ ନେଇ ମୁଣ୍ଡ ଟେକିଛି ବିବାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 29, 2018

ବାଉଳି ମଠ ପୁନରୁଦ୍ଧାରକୁ ନେଇ ମୁଣ୍ଡ ଟେକିଛି ବିବାଦ

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ସ୍ୱର୍ଗଦ୍ୱାର ନିକଟରେ ଅଛି ଉଦାସୀନ ସଂପ୍ରଦାୟର ବାଉଳି ମଠ। ଏଠାରେ ପୂଜା ପାଉଛନ୍ତି ପତିତପାବଙ୍କ ବିଗ୍ରହଙ୍କ ସହିତ ଶିଖ୍ ଧର୍ମର ଗୁରୁ ଗ୍ରନ୍ଥ ସାହେବ। ଏତେ ଦିନ ହେଲା ଏହି ପୁରାତନ ମଠ ଅବହେଳିତ ଓ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ମଠଟି ଶ୍ରୀଜଗନ୍ନାଥଙ୍କ ନାଁରେ ରହିଥିବାରୁ ପୁନରୁଦ୍ଧାର କାମ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟିକୁ ଦାୟିତ୍ୱ ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମଠର କିଛି ସଦସ୍ୟ।

ଅନ୍ୟପକ୍ଷରେ ପୁନରୁଦ୍ଧାର ପରେ ଆଦାୟ ଅର୍ଥକୁ ବାଉଳି ମଠ, ଶ୍ରୀମନ୍ଦିର ପ୍ରଶାସନ ଓ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ମଧ୍ୟରେ ବଣ୍ଟାଯିବ ବୋଲି ନିଷ୍ପତ୍ତି ହୋଇଛି।

କୁହାଯାଏ ୧୫୦୮ ମସିହାରେ ଏହି ମଠରେ ଶିଖ୍ ଧର୍ମର ପ୍ରବର୍ତ୍ତକ ଗୁରୁ ନାନକ କିଛି ଦିନ ଅବସ୍ଥାନ କରିଥିଲେ। ତେଣୁ ଏହି ମଠ ପ୍ରତି ଶିଖମାନଙ୍କ ସ୍ୱତନ୍ତ୍ର ସମ୍ମାନ ଅଛି। କିନ୍ତୁ ପୁନରୁଦ୍ଧାର କାମକୁ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟିକୁ ହସ୍ତାନ୍ତର କରାଯିବା ନିଷ୍ପତ୍ତିକୁ ନେଇ କେତେକ ସନ୍ତୁଷ୍ଟ ନୁହଁନ୍ତି। ଏହା ପଛରେ ଦୁର୍ନୀତି ଥିବା ଅଭିଯୋଗ ହେଉଛି।



from Odisha Reporter https://ift.tt/2SpDT5V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages