ରଣଜୀ ଟ୍ରଫି: ଓଡ଼ିଶାକୁ ଗୁରୁତ୍ୱପୂର୍ଣ୍ଣ ୯୦ ରନ୍‌ର ଅଗ୍ରଣୀ ଦେଲେ ବିପ୍ଳବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 29, 2018

ରଣଜୀ ଟ୍ରଫି: ଓଡ଼ିଶାକୁ ଗୁରୁତ୍ୱପୂର୍ଣ୍ଣ ୯୦ ରନ୍‌ର ଅଗ୍ରଣୀ ଦେଲେ ବିପ୍ଳବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତ୍ରିପୁରା ବିପକ୍ଷ ରଣଜୀ ମୁକାବିଲାରେ ଓଡ଼ିଶା ଦମଦାର ପ୍ରଦର୍ଶନ କରିଛି। ଅଧିନାୟକ ବିପ୍ଳବ ସାମନ୍ତରାୟଙ୍କ ଲଢ଼ୁଆ ୮୯ ରନ୍ ବଳରେ ଓଡ଼ିଶା ତା’ର ପ୍ରଥମ ଇନିଂସ୍‌ରେ ଗୁରୁତ୍ୱପୂର୍ଣ୍ଣ ୯୦ ରନ୍‌ ଅଗ୍ରଣୀ ହାସଲ କରିଛି।

କଟକ ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ରଣଜୀ ଟ୍ରଫିର ଗ୍ରୁପ୍-ସି’ର ଏକ ମ୍ୟାଚ୍‌ରେ ତ୍ରିପୁରା ପ୍ରଥମ ଇନିଂସ୍‌ରେ ମାତ୍ର ୧୨୨ ରନ୍‌ କରିଥିବା ବେଳେ ଓଡ଼ିଶା ୨୧୨ରେ ଅଲଆଉଟ୍‌ ହୋଇଯାଇଛି। କିନ୍ତୁ ଦଳ ପ୍ରଥମ ଇନିଂସ୍‌ରେ ଗୁରୁତ୍ୱପୂର୍ଣ୍ଣ ୯୦ ରନ୍‌ର ଲିଡ୍‌ ପାଇଥିବାରୁ ଏବେ ତ୍ରିପୁରାର ଅଡ଼ୁଆ ବଢ଼ି ଯାଇଛି। ଓଡ଼ିଶା ପକ୍ଷରୁ ବିପ୍ଳବଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନମାନେ ଭଲ ପ୍ରଦର୍ଶନ କରିପାରି ନାହାନ୍ତି।

ଅନ୍ୟପକ୍ଷରେ ପ୍ରଥମ ଇନିଂସ୍‌ ପରି ତ୍ରିପୁରା ଦ୍ୱିତୀୟ ଇନିଂସ୍‌ରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ତ୍ରିପୁରା ତା’ର ଦ୍ୱିତୀୟ ଇନିଂସ୍‌ରେ ୫ ୱିକେଟ୍ ହରାଇ ୧୩୦ ରନ୍ କରିପାରିଛି।

ଫଳରେ ଦଳ ଇନିଂସ୍‌ ପରାଜୟର ଅଶଙ୍କାକୁ ଏଡ଼ାଇବା ସହ ୪୦ ରନ୍‌ର ଅଗ୍ରଣୀ ରହିଛି। ଷ୍ଟମ୍ପ ଅପସାରଣ ବେଳକୁ ପ୍ରତ୍ୟୁଷ ସିଂହ ୧୮ ଓ ରାଣା ଦତ୍ତା ୧୦ ରନ୍ କରି ଅପରାଜିତ ରହିଥିଲେ। ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତି ସର୍ବାଧିକ ୩ଟି ୱିକେଟ୍‌ ନେଇଥିବା ବେଳେ ପ୍ରଥମ ଇନିଂସ୍‌ର ହିରୋ ସୂର୍ଯ୍ୟକାନ୍ତ ପ୍ରଧାନ ଓ ବସନ୍ତ ମହାନ୍ତି ଗୋଟିଏ ଲେଖାଏ ୱିକେଟ୍‌ ପାଇଛନ୍ତି।

ଗୁରୁବାର ଓଡ଼ିଶା ତା’ର ପୂର୍ବଦିନର ସ୍କୋର ୧୦୧/୩ରୁ ଖେଳ ଆରମ୍ଭ କରିଥିଲା । ପୂର୍ବଦିନର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ଶୁଭ୍ରାଂଶୁ ସେନାପତି ଓ ବିପ୍ଳବ ସାମନ୍ତରାୟ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। କିନ୍ତୁ ଶୁଭ୍ରାଂଶୁ ଗତକାଲି ସ୍କୋର୍‌ରେ ଆଉ ୫ ରନ୍‌ ଯୋଡ଼ି ବ୍ୟକ୍ତିଗତ ୪୧ ରନ୍‌ରେ ରାଣା ଦତ୍ତାଙ୍କ ବଲ୍‌ରେ କ୍ଲିନ୍ ବୋଲ୍ଡ ହୋଇଯାଇଥିଲେ। ଏହାପରେ ବିପ୍ଳବ ଗୋଟିଏ ପଟେ ଲଢ଼େଇ କରି ଚାଲିଥିବା ବେଳେ ତାଙ୍କୁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସହଯୋଗ କରିନଥିଲେ।

ଦଳୀୟ ସ୍କୋର ୧୩୧ ଥିବା ବେଳେ ଅଭିଷେକ ରାଉତ (୧)ଙ୍କୁ ଅଭିଜିତ୍ ସରକାର ବୋଲ୍ଡ କରିଥିଲେ। ପରେ ରାଜେଶ ମହାନ୍ତିଙ୍କୁ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। ସେହିପରି ସୁଜିତ୍ ଲେଙ୍କା (୪), ଦେବବ୍ରତ ପ୍ରଧାନ (୭) ଦୁଇ ଅଙ୍କ ଛୁଇଁପାରି ନଥିଲେ। ୧୦ମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ସୂର୍ଯ୍ୟକାନ୍ତ ବିପ୍ଳବଙ୍କ ସହ ମିଶି ନବମ ୱିକେଟ୍ ପାଇଁ ୪୬ ରନ୍‌ ମୂଲ୍ୟବାନ୍ ଭାଗୀଦାରି କରିବାରୁ ଦଳର ସ୍କୋର ୨୦୦ ରନ୍‌ ଅତିକ୍ରମ କରିଥିଲା। ସୂର୍ଯ୍ୟକାନ୍ତ ୧୪ ରନ୍ (୧୬ ବଲ୍, ୧ ଚୌକା, ୧ ଛକା) ରନ୍ କରି ଆଉଟ୍ ହୋଇଥିଲେ। ବିପ୍ଳବ ୯୯ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରି ଦ୍ରୁତଗତିରେ ରନ୍ ସଂଗ୍ରହ କରିଥିଲେ । ବିପ୍ଳବ ୧୪୨ ବଲ୍‌ରେ ୧୩ ଚୌକା ସହ ୮୯ ରନ୍ କରିଥିବା ବେଳେ ଅନ୍ତିମ ବ୍ୟାଟସ୍‌ମ୍ୟାନ୍‌ ଭାବେ ଆଉଟ୍ ହୋଇଥିଲେ।

ତ୍ରିପୁରା ପକ୍ଷରୁ ମଣିଶଙ୍କର ମୁରାସିଂ ଓ ଅଭିଜିତ ସରକାର ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ଅଜୟ ସରକାର ୨ଟି, ରାଣା ଦତ୍ତା ଓ ହରମିତ୍ ସିଂହ ଗୋଟିଏ ଲେଖାଏ ୱିକେଟ୍ ଦଖଲ କରିଥିଲେ।



from Odisha Reporter https://ift.tt/2E44vpU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages