ନିଜ ବ୍ୟାଚଲର୍‌ ପାର୍ଟିରେ ପ୍ରିୟଙ୍କାଙ୍କ ନିଆରା ‘ଲୁକ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 8, 2018

ନିଜ ବ୍ୟାଚଲର୍‌ ପାର୍ଟିରେ ପ୍ରିୟଙ୍କାଙ୍କ ନିଆରା ‘ଲୁକ୍‌’

ମୁମ୍ବାଇ: ବିବାହ ପୂର୍ବରୁ ନେଦର୍‌ଲ୍ୟାଣ୍ଡ୍‌ର କ୍ୟାପିଟାଲ୍‌ ଆମ୍‌ଷ୍ଟର୍‌ଡାମ୍‌ରେ ବ୍ୟାଚେଲର୍‌ ପାର୍ଟି ସାରି ବଲିଉଡ୍‌ ‘ଦେଶୀ ଗର୍ଲ’ ପ୍ରିୟଙ୍କା ଚୋପ୍ରା ନିଜ ସମ୍ପର୍କୀୟ ଭଉଣୀ ପରିନୀତିଙ୍କ ସହ ମଙ୍ଗଳବାର ଭାରତ ଫେରିବା ସହ ବୁଧବାର ମୁମ୍ବାଇରେ ପରିବାର ସହ ଦୀପାବଳି ପାଳିଛନ୍ତି।

ତେବେ ନିଜର କିଛି ହଲିଉଡ୍‌ ବାନ୍ଧବୀ ଓ ଭଉଣୀଙ୍କ ସହ ମିଶି ଆମ୍‌ଷ୍ଟର୍‌ଡାମ୍‌ରେ କରିଥିବା ବ୍ୟାଚଲର୍‌ ପାର୍ଟିରେ ପ୍ରିୟଙ୍କାଙ୍କ ଲୁକ୍‌କୁ ନେଇ ଏବେ ସୋଶାଲ୍‌ ମିଡିଆରେ ଚର୍ଚ୍ଚା। ଏହି ପାର୍ଟିରେ ‘ବ୍ରାଇଡ୍‌ ଟୁ ବି’ ପ୍ରିୟଙ୍କାଙ୍କ ଲୁକ୍‌ ବେଶ୍ ଷ୍ଟନିଂ ଥିଲା। ପାର୍ଟି ପରେ ‘ଦେଶୀ ଗର୍ଲ’ ପାଇଜାମା ଏବଂ ହିଲ୍ସ ପିନ୍ଧିଥିଲେ।

ପାଇଜାମା ପିନ୍ଧିବାର ଫଟୋ ନିଜେ ପ୍ରିୟଙ୍କା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେୟାର କରିଛନ୍ତି। ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ମଧ୍ୟ ଏହି ପାର୍ଟିରେ ସାମିଲ୍‌ ହୋଇଥିଲେ।

ସୋଶାଲ୍‌ ମିଡିଆରେ ଫଟୋ ଶେୟାର କରି ପ୍ରିୟଙ୍କା ଏହାର କ୍ୟାପ୍‌ସନ୍‌ରେ ଲେଖିଛନ୍ତି ‘ପାଇଜାମାସ୍‌ ଆର୍‌ କୁଲ୍‌’।

ପାର୍ଟିରେ ପ୍ରିୟଙ୍କା ସମ୍ପର୍କୀୟ ଭଉଣୀ ପରିନୀତି ଓ ଅନ୍ୟ ବାନ୍ଧବୀଙ୍କ ସହ ଧୁମ୍‌ ମସ୍ତି କରିଥିବାର ଦେଖିବାକୁ ମିଳିଛି। କିଛି ଦିନ ପୂର୍ବରୁ ପରିନୀତି, ନିକ୍‌ ଏବଂ ପ୍ରିୟଙ୍କାଙ୍କ ସହ ଗୋଆକୁ ହଲିଡେ’ରେ ଯାଇଥିଲେ।

ସୂଚନା ମୁତାବକ, ପ୍ରିୟଙ୍କା ଏବଂ ନିକ୍‌ଙ୍କ ବିବାହ ଡିସେମ୍ବର ୧ରେ ରାଜସ୍ଥାନ୍‌ ଯୋଧପୁରର ଉମ୍ମେଦ ଭବନ୍‌ରେ ହେବ। ପ୍ରିୟଙ୍କା ଥରେ ନୁହେଁ ଦୁଇ ଥର ବାହା ହେବେ। ଥରେ ହିନ୍ଦୁ ରୀତି ନୀତି ଅନୁଯାୟୀ ଓ ଦ୍ୱିତାୟ ଥର ଖ୍ରୀଷ୍ଟିୟାନ ପରମ୍ପରା ଅନୁଯାୟୀ ସେ ବିବାହ କରିବେ। ଆଉ ୱେଡିଂ ସେରିମନି ନଭେମ୍ବର ୩୦ରୁ ଡିସେମ୍ବର ୨ ଯାଏ ଚାଲିବ।

ପ୍ରିୟଙ୍କା ଓ ନିକ୍‌ଙ୍କ ଏହି ବିବାହର ସଙ୍ଗୀତ ସେରିମନି ନଭେମ୍ବର ୩୦ରେ ହେବ। ଶୁଣିବାକୁ ମିଳିଛି, ଦୁହେଁ ଏହି ସଙ୍ଗୀତ ସେରିମନିରେ ଡ୍ୟାନ୍ସ ପର୍ଫମାନ୍ସ ପାଇଁ ଅଭ୍ୟାସ କରୁଛନ୍ତି। ଏଥିସହ ନିକ୍‌ ମଧ୍ୟ ଏହି ସେରିମନିରେ ନିଜ ଟ୍ରୁପ୍‌ ସହ ଏକ ସ୍ପେଶାଲ୍‌ ପର୍ଫମାନ୍ସ ଦେବେ।



from Odisha Reporter https://ift.tt/2Qp2VkY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages