ବାର୍‌ରେ ଚାଲିଲା ଅନ୍ଧାଧୁନିଆ ଗୁଳି, ୧୩ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 8, 2018

ବାର୍‌ରେ ଚାଲିଲା ଅନ୍ଧାଧୁନିଆ ଗୁଳି, ୧୩ ମୃତ

ୱାଶିଂଟନ୍‌: କାର୍ଲିଫର୍ଣ୍ଣିଆର ଲସ୍‌ ଆଞ୍ଜେଲସ୍‌ଠାରେ ଥିବା ଏକ ଡ୍ୟାନ୍ସ କ୍ଲବ ତଥା ବାର୍‌ରେ ଜଣେ ବ୍ୟକ୍ତି ଅନ୍ଧାଧୁନିଆ ଗୁଳିମାଡ଼ କରିଛି। ଏଥିରେ ଜଣେ ପୁଲିସ୍‌ କର୍ମଚାରୀଙ୍କ ସମେତ ୧୨ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଶେଷରେ ଗୁଳି ଚଳାଇଥିବା ବ୍ୟକ୍ତି ମଧ୍ୟ ନିହତ ହୋଇଛି।

ଏହି କ୍ଲବଟିରେ କଲେଜ୍‌ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏଭଳି ଗୁଳିକାଣ୍ଡ ଘଟିଛି।

‘ଥାଉଜାଣ୍ଡ ଓକ୍ସ’ ନାମକ ଏହି ଡ୍ୟାନ୍ସ କ୍ଲବରେ ଜଣେ ବ୍ୟକ୍ତି ହଠାତ୍‌ ଏକ ବନ୍ଧୁକ ଧରି ସ୍ଥାନୀୟ ସମୟ ରାତି ପ୍ରାୟ ୧୧.୩୦ରେ କ୍ଲବ୍‌ ଭିତରେ ପ୍ରବେଶ କରିଥିଲେ। କେହି କିଛି ବୁଝିବା ଆଗରୁ ସେ କ୍ଲବରେ ନାଚୁଥିବା ଯୁବକ ଓ ଯୁବତୀମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ପାଖାପାଖି ୩୦ ରାଉଣ୍ଡ ଗୁଳି ଚାଲିବା ପରେ ସମଗ୍ର ପରିବେଶ ଶାନ୍ତ ପଡ଼ିଯାଇଥିଲା।

ପୁଲିସ୍‌ ଏ ସମ୍ପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବନ୍ଧୁକଧାରୀଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ବ୍ୟକ୍ତି ଜଣଙ୍କ ପୁଲିସ୍‌ ଉପରକୁ ମଧ୍ୟ ଗୁଳି ଚଳାଇଥିଲେ। ଫଳରେ ଜଣେ ପୁଲିସ୍‌ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା।

ତେବେ ପୁଲିସ୍‌ର ପାଲଟା କାର୍ଯ୍ୟାନୁଷ୍ଠାନରେ ବ୍ୟକ୍ତି ଜଣଙ୍କ ନିହତ ହୋଇଥିଲେ। ଆକ୍ରମଣର କାରଣ ସମ୍ପର୍କରେ ଜଣାପଡ଼ି ନଥିଲେ ହେଁ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ଏହି ଗୁଳିକାଣ୍ଡରେ କ୍ଲବରେ ଥିବା ୧୧ ଜଣ, ଜଣେ ପୁଲିସ୍‌ ଓ ଗୁଳି ଚାଳକଙ୍କ ମୃତ୍ୟୁ ଘଟିଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।



from Odisha Reporter https://ift.tt/2ATFqLu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages