
ନୂଆଦିଲ୍ଲୀ: ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଇ-କର୍ମସ କମ୍ପାନୀ ଫ୍ଲିପ୍କାର୍ଟର ଗ୍ରୁପ୍ ସିଇଓ ବିନ୍ନି ବଂଶଲ ଆଜି ଇସ୍ତଫା ଦେଇଛନ୍ତି। ଏ ସମ୍ପର୍କରେ ଫ୍ଲିପ୍କାର୍ଟ ଓ ଏହାର ପ୍ୟାରେଣ୍ଟ କମ୍ପାନୀ ୱାଲମାର୍ଟ ପକ୍ଷରୁ ଏକ ମିଳିତ ବିବୃତିରେ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ କମ୍ପାନୀ ପକ୍ଷରୁ ବଂଶଲଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରାଯାଇଛି ଏବଂ ଆଜିଠାରୁ ସେ କମ୍ପାନୀ ସହ ସମ୍ପର୍କ ଛିନ୍ନ କରିଛନ୍ତି।
‘ସିରିୟସ ପର୍ସନାଲ୍ ମିସ୍କଣ୍ଡକ୍ଟ’ ଅଭିଯୋଗରେ ଫସିଥିବା ବଂଶଲଙ୍କ ବିରୋଧରେ ଫ୍ଲିପ୍କାର୍ଟ ଓ ୱାଲମାର୍ଟ ପକ୍ଷରୁ ତଦନ୍ତ କରାଯାଇଥିଲା। ତେବେ ତଦନ୍ତ ବେଳେ ବଂଶଲଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ନଥିଲା। କିନ୍ତୁ ଏଥିରେ ମର୍ମାହତ ହୋଇ ବଂଶଲ ତାଙ୍କ ପଦ ଛାଡ଼ିଥିବା କୁହାଯାଉଛି।
ଏବେ ଫ୍ଲିପ୍କାର୍ଟର ସିଇଓ ଭାବେ କଲ୍ୟାଣ କ୍ରିଷ୍ଣମୂର୍ତ୍ତି କାର୍ଯ୍ୟ ଜାରି ରଖିବେ।
from Odisha Reporter https://ift.tt/2z8XPmb
No comments:
Post a Comment