ହାଇଟେକ୍‌ ହତ୍ୟା: ୟୁ ଟ୍ୟୁବ୍‌ରୁ ଦେଖି ପେଚା ବଳି ପାଇଁ କରିଥିଲେ ଯୋଜନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

ହାଇଟେକ୍‌ ହତ୍ୟା: ୟୁ ଟ୍ୟୁବ୍‌ରୁ ଦେଖି ପେଚା ବଳି ପାଇଁ କରିଥିଲେ ଯୋଜନା

ନୂଆଦିଲ୍ଲୀ: ଆପଣ ନିଶ୍ଚୟ ପ୍ରେମ କରିଥିବେ ଓ ପ୍ରେମିକାକୁ ଆକର୍ଷଣ କରିବାକୁ ଚାହୁଁଥିବେ। ଏଥିପାଇଁ ଆପଣ ଚକୋଲେଟ୍‌, ଡ୍ରେସ୍‌ ଓ ଫୁଲତୋଡ଼ା ଦେଇ ପ୍ରେମିକାର ମନ ଜିତିବା ପାଇଁ ଚେଷ୍ଟା କରିଥିବେ।

କିନ୍ତୁ ଏହି ପ୍ରେମ ପାଇଁ ପେଚା ବଳି ଦେବା କଥା ଆପଣ କେବେ ଶୁଣିଛନ୍ତି କି ?

ଆଜ୍ଞା ହଁ, ଶୁଣିବାକୁ ହାସ୍ୟାସ୍ପଦ ଲାଘୁଥିଲେ ବି ଖବରଟି ସତ। ପେଚାକୁ ବଳି ଦେଲେ କାଳେ, ପ୍ରେମିକା ଆକର୍ଷିତ ହୋଇଯିବ। ଏହା ଭାବି ଜଣେ ଯୁବକ ପେଚା ହତ୍ୟା କରି ଏବେ ଚର୍ଚ୍ଚାରେ।

ଘଟଣା ଘଟିଛି ନୂଆଦିଲ୍ଲୀରେ। ଏହି କାଣ୍ଡ କରିଥିବା ଯୁବକ ଜଣକ ହେଉଛନ୍ତି ଜଣେ ଟ୍ରକ ଡ୍ରାଇଭର୍‌। ନାଁ ତାଙ୍କର କହ୍ନେୟା। ତିନୋଟି ସନ୍ତାନର ବାପା କହ୍ନେୟା(୪୦)। ହେଲେ ଏଇ ବୟସରେ ସେ ପ୍ରେମ କରି ବସନ୍ତି ଜଣେ ଯୁବତୀଙ୍କୁ। ଏହି ଭଲ ପାଇବା ଏତେ ବଢ଼ିଯାଏ ଯେ, ସେ ଆଶା କରନ୍ତି ଯୁବତୀ ଜଣଙ୍କୁ କଳେ ବଳେ କୌଶଳେ ହାସଲ କରିବା ପାଇଁ। କହ୍ନେୟା ଚାହୁଁଥିଲେ ଯୁବତୀ ଜଣକ ମଧ୍ୟ ତାଙ୍କ ପ୍ରତି ସମାନ ଭାବନ ରଖନ୍ତୁ। ଏହାର ଉପାୟ ବାହାର କରିବା ପାଇଁ ସେ ଗୁଣିଗାରେଡ଼ିର ସାହାଯ୍ୟ ନେଇଥିଲେ।

ଗୁଣି କରି ଯୁବତୀଙ୍କୁ ସମ୍ମୋହନ କରିବା ପାଇଁ ସେ ପେଚା ବଳି ଦେବେ ବୋଲି ନିଷ୍ପତି ନେଇଥିଲେ। ଏଥିପାଇଁ ସେ ଏକ ପେଚା ମଧ୍ୟ ଯୋଗାଡ଼ କଲେ।
ଆଶ୍ଚର୍ଯ୍ୟକ କଥା ହେଉଛି ଯେ, କହ୍ନେୟା କରୁଥିବା ଏହି ସମସ୍ତ କାମ ତାଙ୍କ ପରିବାର ଲୋକଙ୍କର ଜାଣତରେ ହିଁ କରାଯାଉଥିଲା।

ଏହାପରେ ଖବର ପହଞ୍ଚିଥିଲା ପୁଲିସ୍‌ ପାଖରେ। ଶେଷକୁ ପ୍ରାଣୀ ସୁରକ୍ଷା ଆଇନ୍‌ ବଳରେ ନଭେମ୍ୱର ୧୧ ତାରିଖରେ ପୁଲିସ୍‌ କହ୍ନେୟାଙ୍କୁ ଗିରଫ କରିଛି।

ଗିରଫ କହ୍ନେୟାଙ୍କ କହିବା ଅନୁସାରେ, “ସେ ୟୁଟ୍ୟୁବ୍‌ ଚାନେଲ୍‌ରେ କଳାଯାଦୁର ପ୍ରଶିକ୍ଷଣ ନେଇଥିଲେ। ଯେଉଁଥିରେ ସେ ଦେଖିଥିଲେ, କିପରି ଗୁଣି ପାଇଁ ଏକ ପେଚାକୁ ବଳି ଦିଆଯାଉଛି। ଏହା ସହିତ ପେଚା ବଳି ଦେଉଥିବା ସମୟରେ ସେ ଉକ୍ତ ଚ୍ୟାନେଲ୍‌କୁ ଫଲୋ ମଧ୍ୟ କରିଥିଲେ।”

ଏହି ସମସ୍ତ କାମ କରିବା ପରେ କହ୍ନେୟା ପ୍ରେମ କରୁଥିବା ଯୁବତୀ ଜଣକ ସମ୍ମୋହିତ ହୋଇଯିବେ ବୋଲି ସେ ଚିନ୍ତା କରିଥିଲେ। କିନ୍ତୁ ତାଙ୍କର ଏହି କାମ ସମ୍ପୂର୍ଣ୍ଣ ହେବା ପୂର୍ବରୁ ତାଙ୍କୁ ପୁଲିସ୍‌ ଗିରଫ କରିନେଇଛି।

Animal Welfare Boardରୁ ଅନୁମତି ପାଇବା ପରେ ପୁଲିସ୍‌ କହ୍ନେୟାଙ୍କ ଘର ରେଡ୍‌ କରିଥିଲେ। ଘରର କୁଲର୍‌ ପାଖରେ ପେଚା ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ପୋଷ୍ଟମର୍ଟମ୍‌ ପରେ ଜଣାପଡ଼ିଥିଲା ଯେ, ଶରୀରରେ ଅନେକ ଆଘାତ ଲାଗିବା ପରେ ପେଚାଟିର ମୃତ୍ୟୁ ହୋଇଛି। ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ, ପେଚାର ପରକୁ ପ୍ରଥମେ ଏକ ଛୁରୀରେ କଟାଯାଇଥିଲା ଏବଂ ପରେ ତାର ଗଳା ଓ କିଡ୍‌ନୀରେ ସଂଖ୍ୟାଧିକ ଛୁଞ୍ଚି ଫୋଡ଼ି ଆଘାତ କରାଯାଇଥିଲା।

କହ୍ନେୟା କେବେ ଏବଂ କେତେ ଟଙ୍କାରେ ପେଚାଟିକୁ ଘରକୁ ଆଣିଥିଲେ, ପୁଲିସ୍‌ ଏହି ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2Tclydo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages