
ବରଗଡ଼(ଓଡ଼ିଶା ରିପୋର୍ଟର): ଆଜି ବରଗଡ଼ ଜିଲ୍ଲାରେ ଗଡ଼ିବନି ଘରୋଇ ବସ୍। ବରଗଡ଼ ସହରରେ ନୂତନ ବସ୍ଷ୍ଟାଣ୍ଡ୍ରେ ନିର୍ମାଣ ହୋଇଥିବା ଦୋକାନ ଗୃହକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ଆଜି ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛି।
ଅଭିଯୋଗ ଅନୁସାରେ, ପୌର ପରିଷଦ ପକ୍ଷରୁ ନୂତନ ବସ୍ଷ୍ଟାଣ୍ଡ୍ରେ ବେଆଇନ ନିର୍ମାଣ କରାଯାଇଛି। ଯାତ୍ରୀ ଓ ବସ୍ କର୍ମଚାରୀଙ୍କ ସୁବିଧାକୁ ଗୁରୁତ୍ୱ ନ ଦେଇ କେବଳ ବହୁତ ଗୁଡ଼ିଏ ଦୋକାନ ଗୃହ ନିର୍ମାଣ କରାଯାଇଛି।
ଏନେଇ ବସ୍ ମାଲିକ ସଂଘ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲା। କିନ୍ତୁ କିଛି ସୁଫଳ ନ ମିଳିବାରୁ ଶେଷରେ ସଂଘ ଆନ୍ଦୋଳନକୁ ଓହ୍ଲାଇଛି।
ତେଣୁ ଆଜି ଜିଲ୍ଲାରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ। ଏଥିସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସଂଘର କର୍ମକର୍ତ୍ତାମାନେ ଧାରଣା ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।
from Odisha Reporter https://ift.tt/2D31eWv
No comments:
Post a Comment