ସୌନ୍ଦର୍ଯ୍ୟ ପାଇଁ ବେକିଂ ସୋଡ଼ା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 4, 2018

ସୌନ୍ଦର୍ଯ୍ୟ ପାଇଁ ବେକିଂ ସୋଡ଼ା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆଜିକାଲି ସମସ୍ତେ ସୁନ୍ଦର ଓ ଗୋରା ଦେଖାଯିବାକୁ ଚାହାନ୍ତି। ସଧାରଣତଃ ଅଧିକ ଗୋରା ଦିଶିବା ପାଇଁ ପ୍ରାୟ ଅଧିକାଂଶ ବଜାରରେ ମିଳୁଥିବା ନାନା ପ୍ରକାରର କସ୍‌ମେଟିକ୍ସର ବ୍ୟବହାର କରନ୍ତି। ତେବେ ଏହିସବୁ କସ୍‌ମେଟିକ୍ସରେ ଅନେକ କେମିକାଲ୍‌ ମିଶିଥାଏ, ଯାହା ମୁହଁ ଉପରେ କୁପ୍ରଭାବ ପକାଇଥାଏ।

ଆଜି ଆମେ ଆପଣଙ୍କୁ ଗୋରା ଓ ଉଜ୍ଜ୍ୱଳ ତ୍ୱଚା ପାଇବାର ଏକ ଘରୋଇ ଉପାୟ ବତାଇବୁ। ଆସନ୍ତୁ ଜାଣିବା, ‘ବେକିଂ ସୋଡ଼ା’ରେ କେମିତି ଗୋରାପଣ ଆସିଥାଏ।

ବେକିଂ ସୋଡ଼ାରେ ପାଣି ମିଶାଇ ଏକ ପେଷ୍ଟ୍ ତିଆରି କରନ୍ତୁ। ଏହି ପେଷ୍ଟକୁ ମୁହଁ ଓ ଶରୀରର କଳା ପଡ଼ିଥିବା ଅଂଶରେ ଲଗାନ୍ତୁ। ପେଷ୍ଟ୍ ଶୁଖିଗଲା ପରେ ସେହି ସ୍ଥାନକୁ ଗୋଲାପ ଜଳରେ ଭଲ ଭାବେ ପୋଛି ଦିଅନ୍ତୁ। ଦେଖିବେ କଳାଦାଗ କେମିତି ଧୀରେ ଧୀରେ ଦୂର ହୋଇଯିବ।

ଲେମ୍ବୁ ରସ ତ୍ୱଚାରେ ବ୍ଲିଚ୍‌ର କାମ କରିଥାଏ। ତେଣୁ ବେକିଂ ସୋଡ଼ାରେ ଲେମ୍ବୁ ରସ ମିଶାଇ ଚେହେରାରେ ଲଗାଇ କିଛି ସମୟ ପରେ ପାଣିରେ ମୁହଁକୁ ଭଲ ଭାବରେ ଧୋଇଦେଲେ, ଚେହେରାରେ ଚମକ ଆସିଥାଏ।

ବେକିଂ ସୋଡ଼ାରେ କିଛି ଗୋଲାପ ଜଳ ମିଶାଇ ମୁହଁରେ ଲଗାନ୍ତୁ। ସମ୍ପୂର୍ଣ୍ଣ ଭାବେ ମୁହଁ ଶୁଖିଗଲା ପରେ, ପାଣିରେ ମୁହଁକୁ ଭଲ ଭାବରେ ଧୋଇ ଦିଅନ୍ତୁ। ସପ୍ତାହକୁ ୨ରୁ ୩ଥର ଏପରି କରିବା ଦ୍ୱାରା ମୁହଁ ଉଜ୍ଜ୍ୱଳ ଦେଖାଯାଏ।

ବେକିଂ ସୋଡ଼ାରେ ମହୁ ମିଶାଇ ମୁହଁରେ ଲଗାଇବାର ୫ ମିନିଟ୍ ପରେ ପାଣିରେ ମୁହଁକୁ ଧୋଇଦିଅନ୍ତୁ। ଏପରି ସପ୍ତାହରେ ଗୋଟିଏ ଥର କଲେ, ଆପଣଙ୍କ ତ୍ୱଚା ସଫା, କୋମଳ ଓ ଉଜ୍ୱଳ ଦେଖାଯିବ।

ଗାଧୋଇବା ବେଳେ ପାଣିରେ ବେକିଂ ସୋଡ଼ାକୁ ମିଶାଇ ଗାଧୋଇଲେ ତ୍ୱଚାରେ ଚମକ ଆସିଥାଏ। ଏହାକୁ ସବୁଦିନେ ଗାଧୋଇବା ସମୟରେ ବ୍ୟବହାର କରିହେବ।

କେବଳ ଚେହେରା ନୁହେଁ ବେକିଂ ସୋଡ଼ା ଦାନ୍ତ ମଧ୍ୟ ସଫା ରଖିଥାଏ। ଏହା ହଳଦିଆ ଦାନ୍ତକୁ ଧଳା କରିଥାଏ। ଏଥିପାଇଁ  ବେକିଂ ସୋଡ଼ା ଓ ଲେମ୍ବୁ ରସକୁ ମିଶାଇ ସପ୍ତାହରେ ଅତିକମ୍‌ରେ ଥରେ ଏଥିରେ ବ୍ରସ୍ କରନ୍ତୁ। ହେଲେ ମନେରଖନ୍ତୁ, ଏହାକୁ ବ୍ୟବହାର କଲେ ଯଦି ଆପଣଙ୍କ ପାଟିରେ ଅଧିକ ଜଳାପୋଡ଼ା ହୁଏ, ତେବେ ତୁରନ୍ତ ବନ୍ଦ କରିଦିଅନ୍ତୁ।



from Odisha Reporter https://ift.tt/2D2vkcD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages