ଜନପରାମର୍ଶ ପଦଯାତ୍ରା ଆରମ୍ଭ, ଲୋକଙ୍କଠୁ ପରାମର୍ଶ ଲୋଡ଼ିବ ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 12, 2018

ଜନପରାମର୍ଶ ପଦଯାତ୍ରା ଆରମ୍ଭ, ଲୋକଙ୍କଠୁ ପରାମର୍ଶ ଲୋଡ଼ିବ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ଲୋକଙ୍କ ନିକଟତର ହେବା ପାଇଁ ବିଜେପି ପକ୍ଷରୁ ଆଜିଠୁ ଜନପରାମର୍ଶ ପଦଯାତ୍ରା ଆରମ୍ଭ ହୋଇଛି। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏହି ପଦଯାତ୍ରାକୁ ଏକାମ୍ର ନିର୍ବାଚନମଣ୍ଡଳୀରୁ ଆରମ୍ଭ କରିଛନ୍ତି। ରାଜ୍ୟରେ ସୁଶାସନ ପାଇଁ କ’ଣ ଜରୁରୀ ସେ ନେଇ ଘରଘର ବୁଲି ସାଧାରଣ ଲୋକଙ୍କ ପରାମର୍ଶ ଲୋଡ଼ିବ।

ପୁରୁଣା ଭୁବନେଶ୍ୱର ମଣ୍ଡଳ ଅଧୀନରେ ଆୟୋଜିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ରାଜ୍ୟ ବିଜେପି ସଭାପତି ଶ୍ରୀ ପଣ୍ଡା କହିଛନ୍ତି ଯେ ଏହି ଜନପରାମର୍ଶଦାତା ପଦଯାତ୍ରା ରାଜ୍ୟର ସମସ୍ତ ୫୧ହଜାର ଗାଁ, ୩୭୬୦୬ଟି ବୁଥ‌୍‍ ଓ ୧୦୦୨ଟି ମଣ୍ଡଳରେ ଅନୁଷ୍ଠିତ ହେବ। ବିଜେପି କର୍ମୀମାନେ ଗାଁ ଗାଁ ବୁଲି ଲୋକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଜନକଲ୍ୟାଣ ଯୋଜନାର ସଫଳତା ସମ୍ପର୍କରେ ଅବଗତ କରାଇବା ସହ ଶିକ୍ଷା,ସ୍ୱାସ୍ଥ୍ୟ ଓ ସମ୍ମାନ ଆଦି ହକରୁ ସାଧାରଣ ଲୋକେ କିଭଳି ବଞ୍ଚିତ ହୋଇଛନ୍ତି ସେ ନେଇ ଜନସଚେତନତା ସୃଷ୍ଟି କରାଯିବ।

ରାଜ୍ୟରେ ଦୀର୍ଘବର୍ଷ ଧରି କଂଗ୍ରେସ ଓ ବିଜେଡି ସରକାରର ବିଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ। ଏହାସହିତ ରାଜ୍ୟରେ ପ୍ରଚୁର ସମ୍ଭାବନା ଥିବାବେଳେ କାହିଁକି ବିକାଶ ହେଉନି ସେ ନେଇ ଲୋକଙ୍କ ପରାମର୍ଶ ଲୋଡ଼ାଯିବ। ଏଥିପାଇଁ ଏକ ‘ପରାମର୍ଶ ପେଟି’ ପଦଯାତ୍ରାରେ ରହିବ ଓ ଲୋକମାନେ ସେମାନଙ୍କର ପରାମର୍ଶ ଏଥିରେ ଦେଇପାରିବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଓଡ଼ିଶାରେ ମିଶନ ୧୨୦ ପ୍ଲସ‌୍‍ ଲକ୍ଷ୍ୟକୁ ହାସଲ କରିବା ପାଇଁ ରାଜ୍ୟ ବିଜେପି କାର୍ଯ୍ୟ କରୁଛି ଓ ଏଥିପାଇଁ ସାଧାରଣ ଲୋକଙ୍କ ସମର୍ଥନ ନିଶ୍ଚିତ ମିଳିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ବିଜେପି ନିରନ୍ତର ଭାବେ ଲୋକଙ୍କ ପାଖକୁ ଯାଇଥିବା ଓ ସେମାନଙ୍କ ସୁଖଦୁଃଖରେ ରହିଥିବା ସେ କହିଛନ୍ତି। ନିକଟରେ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ପାଇଁ ବିଜେପି ଲୋକଙ୍କ ନିକଟକୁ ଯାଇ ଜନସଚେତନତା ସୃଷ୍ଟି କରିଥିଲା।

ବୁଥ‌୍‍ କମିଟି ଗଠନ, ସଭ୍ୟ ସଂଗ୍ରହ, ସମସ୍ତ ବ୍ଲକରେ ଘେରାଉ, ଥାନା ଘେରାଉ ଆଦି କାର୍ଯ୍ୟକ୍ରମ ମଧ୍ୟ ବିଜେପି ଜାରି ରଖିଛି। ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ନିଶ୍ଚିତ ଭାବେ କ୍ଷମତାସୀନ ହେବ ବୋଲି ସେ ଦମ୍ୱୋକ୍ତି କରିଛନ୍ତି। ଏହି ଅବସରରେ ପଦଯାତ୍ରାରେ ଶ୍ରୀ ପଣ୍ଡା ସାମିଲ ହେବା ସହ ଏକ ସାଧାରଣ ସଭାରେ କର୍ମୀଙ୍କୁ ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି, ଏକାମ୍ର ନିର୍ବାଚନମଣ୍ଡଳୀର ସମ୍ଭାବ୍ୟ ବିଜେପି ପ୍ରାର୍ଥୀ ଅମୀୟ ଦାସ ପ୍ରମୁଖ ସାମିଲ ହୋଇଥିଲେ।



from Odisha Reporter https://ift.tt/2DkMNNo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages