ଅଧିକ ଥର ଖାଇଲେ, ଓଜନ କମିବ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 9, 2018

ଅଧିକ ଥର ଖାଇଲେ, ଓଜନ କମିବ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିର ସମୟରେ ମୋଟାପଣ ହେଉଛି ସବୁଠୁ ବଡ଼ ସମସ୍ୟା। ଏହି ମୋଟାପଣକୁ କମେଇବା ପାଇଁ ଅନେକ ଲୋକ ଭିନ୍ନ ଭିନ୍ନ ଉପାୟ ଆପଣେଇଥାନ୍ତି। ହେଲେ କୌଣସି ଫାଇଦା ମିଳେ ନାହିଁ।

କିଛି ଲୋକ ଅଛନ୍ତି ଯେଉଁମାନେ ଓଜନ କମାଇବା ପାଇଁ ଖାଇବା ପିଇବାରେ ଅବହେଳା କରନ୍ତି। ଏହା କିନ୍ତୁ ଭ୍ରାନ୍ତ ଧାରଣା। ଖାଦ୍ୟ ଖାଇବା ବନ୍ଦ କରିଦେଲେ ଓଜନ କମି ନ ଥାଏ। ପେଟ ଭରି ଖାଇବି ଆପଣ ନିଜ ଓଜନକୁ ନିୟନ୍ତ୍ରଣ କରିପାରିବେ। ତେବେ ଚାଲନ୍ତୁ ଜାଣିବା ଓଜନ କମ୍‌ କରିବା ପାଇଁ କ’ଣ କରିବାକୁ ପଡିବ।

ବାରମ୍ବାର ଖାଆନ୍ତୁ:  ଥରେ ଖୁବ୍‌ ଅଧିକ ଖାଇବା ବ୍ୟତିତ ବାରମ୍ବାର କମ୍‌ ମାତ୍ରାରେ ଖାଇବା ଉଚିତ୍‌। ଯେତେ ସମ୍ଭବ ପାରନ୍ତୁ ଭୋକିଲା ରୁହନ୍ତୁ ନାହିଁ। ନିୟମିତ ବ୍ୟବଧାନରେ ଆପଣଙ୍କ ପାଟି ଚାଲୁଥିବା ଭଲ। ଯେତେବେଳେ ବି ଭୋକ ଲାଗିବ ହାଲୁକା ପୃଷ୍ଟିକର ସ୍ନାକ୍ସ ଖାଇ ପାରିବେ।  ଅନେକ ଥର କମ୍‌ ମାତ୍ରାରେ ଖାଇବା ଦ୍ୱାରା ଅପଣ ଆକ୍ଟିଭ୍‌ ରହିବେ ଏବଂ ଶରୀରକୁ ଶକ୍ତି ମିଳିବ।

ସକାଳେ ପେଟ ପୂରା ଖାଆନ୍ତୁ: ସକାଳ  ଜଳଖିଆ ଖୁବ୍‌ ଜରୁରୀ।  ଏହା ଦ୍ୱାରା ଦିନ ସାରା ଶରୀରକୁ ଶକ୍ତି ମିଳିଥାଏ। ଏହା ସହ ଆପଣଙ୍କୁ ଭୋକ ବି କମ୍‌ ଲାଗିଥାଏ। ଏମିତି ଖାଇବା ଖାନ୍ତୁ ଯେଉଁଥିରେ ଫ୍ୟାଟ୍‌ କମ୍‌,  ପ୍ରୋଟିନ୍‌ ଓ ଫାଇବର ଅଧିକ ପରିମାଣରେ ଥିବ।

ବ୍ୟାୟମ:  ଫିଟ୍‌ ରହିବା ପାଇଁ ବ୍ୟାୟମ  ବହୁତ ଆବଶ୍ୟକ ହୋଇଥାଏ। ଦିନରେ ଅତି କମ୍‌ରେ ୩୦ ମିନିଟ୍‌ ଏକ୍ସର ସାଇଜ୍‌ କରିବା ଉଚିତ୍‌। ବ୍ୟାୟାମ କରିବା ଦ୍ୱାରା ଶରୀରରେ ମେଟାବେଲିଜିମ୍‌ ଭଲ ରହିଥାଏ। ଏହା କ୍ୟାଲୋରୀ ନଷ୍ଟ କରିବାରେ ବି ସହାୟକ ହୋଇଥାଏ। ଏହା ଚର୍ବି କମାଇ ମୋଟାପଣ ଦୂର କରିଥାଏ।

ଶିଘ୍ର ସାରନ୍ତୁ ରାତ୍ରୀ ଭୋଜନ: ରାତି ଭୋଜନ ଶୋଇବାର ଦୁଇ ଘଣ୍ଟା ପୂର୍ବରୁ କରନ୍ତୁ। କାହିଁକିନା ଖାଇବା ଭଲରେ ହଜମ ହେବା ପରେ  ଶୋଇବା ଭଲ। ରାତିରେ ଅଧିକ ଭାରି ଖାଦ୍ୟ ନ ଖାଇବା ଭଲ। ଏମିତି କରନ୍ତୁ ଦେଖିବେ ମୋଟାପଣ କେମିତି ଦୂର ହେଉଛି।



from Odisha Reporter https://ift.tt/2AV9xC1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages