ରୋଜଗାର କରିବାକୁ ଯାଇଥିଲେ; ହେଲେ ଦଲାଲ ଦେଲା ଏମିତି ଖବର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 8, 2018

ରୋଜଗାର କରିବାକୁ ଯାଇଥିଲେ; ହେଲେ ଦଲାଲ ଦେଲା ଏମିତି ଖବର

deadt

ବାରିପଦା(ଓଡ଼ିଶା ରିପୋର୍ଟର): ଅଧିକ ରୋଜଗାର ପାଇଁ ତାମିଲନାଡୁ ଯାଇଥିଲେ। ହେଲେ ଘରକୁ ଆସିଛି ମୃତ୍ୟୁ ଖବର। ମୃତକ ହେଲେ ଦେବାଶିଷ ସାହୁ। ତାଙ୍କ ଘର ବାରିପଦା ସହର ବାଘଡ଼ରୋଡ ଅଞ୍ଚଳରେ।

ଦେବାଶିଷ ଜଣେ ଦଲାଲ ସହିତ ଦେଢ଼ ବର୍ଷ ତଳେ ତାମିଲନାଡୁ ଯାଇଥିଲେ। ୪ ଦିନ ତଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଦଲାଲ ଦେବାଶିଷଙ୍କ ପରିବାର ଲୋକଙ୍କୁ ଜଣାଇଥିଲା।

ଘର ଲୋକେ ପୁଅର ମୃତ୍ୟୁ ଖବର ପାଇବା ଘରେ ପୂରା ଭାଙ୍ଗି ପଡ଼ିଛନ୍ତି। ହେଲେ ତାଙ୍କ ମୃତଦେହ ଏଯାଏ ଘରେ ପହଞ୍ଚିନି।

ଅଭାବ ଅନଟନ ଯୋଗୁଁ ପରିବାର ଲୋକେ ତାମିଲନାଡୁ ଯାଇ ପୁଅର ଶବ ଆଣି ପାରୁନାହାନ୍ତି। ପୁଅର ଶବ ଫେରାଇ ଆଣିବାକୁ ପରିବାର ଲୋକେ ପ୍ରଶାସନ ପାଖରେ ନିବେଦନ କରିଛନ୍ତି।

ଦେବାଶିଷଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ତାଙ୍କ ବାପା କହିଛନ୍ତି,“ମୋ ପୁଅ ହଜି ଯାଇଛି ବୋଲି କିଛି ଦିନ ତଳେ ଦଲାଲ ଦେବା ଫୋନ୍ କରି କହିଥିଲା। ଦୁଇ ଦିନ ତଳେ ଫୋନ୍ କରି କହିଲା, ତୁମ ପୁଅ ବେକରେ ଦୌଡ଼ି ଦେଇ ମରି ଯାଇଛି। କାହାରିକୁ ନଜଣାଇ ତାମିଲନାଡୁ ଆସି ପୁଅକୁ ନେଇଯାଅ ବୋଲି ସେ ଆମକୁ କହୁଛି।”



from Odisha Reporter https://ift.tt/2JP2Q7H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages