
ଭଞ୍ଜନଗର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଜଣେ କବାଡ଼ିବାଲା ବାଳକୃଷ୍ଣ ସାହୁଙ୍କୁ ହତ୍ୟା ମାମଲାରେ ଜଣେ ଓକିଲଙ୍କୁ ଜଗନ୍ନାଥପ୍ରସାଦ ଥାନା ପୁଲିସ୍ ଗିରଫ କରିଛି। ଗିରଫ ଓକିଲ ଜଣଙ୍କ ହେଲେ ଗୋଲକ ବେହେରା। ସେ ନୟାଗଡ଼ରେ ଓକିଲାତି କରନ୍ତି।
ଗତ ୫ ତାରିଖରେ କବାଡ଼ିବାଲା ବାଳକୃଷ୍ଣ ସାହୁଙ୍କୁ ୨ ଦୁର୍ବୁତ୍ତ ତାଙ୍କ ମାଲ ଦେବାକୁ ଡାକି ନେଇ ହାତୁଡିରେ ପିଟି ହତ୍ୟା କରିଥିଲେ। ହତ୍ୟା ପରେ ସେମାନେ ତାଙ୍କ ଠାରୁ ୩୫ ହଜାର ଟଙ୍କା ଲୁଟି ପଳାଇଥିଲେ।
ଗୋଲକ ଦୁଇ ଅଭିଯୁକ୍ତଙ୍କୁ ଖସି ପଳାଇବାରେ ସାହାଯ୍ୟ କରିବା ସହ ଲୁଟ୍ ଟଙ୍କାରୁ କିଛି ନେଇଥିଲେ। ଏହାସହ ସେ ଅଭିଯୁକ୍ତଙ୍କୁ ନିଜ ଗାଡ଼ି ମଧ୍ୟ ଦେଇଥିଲେ ବୋଲି ପୁଲିସ୍ କହିଛି।
ଘଟଣାରେ ସମ୍ପୃକ୍ତ ସମସ୍ତ ୩ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିବା ସହ ୧୫ ହଜାର ୫୦୦ ଟଙ୍କା ଏବଂ ଗୋଟିଏ ବାଇକ୍ ଜବତ କରିଛି।
from Odisha Reporter https://ift.tt/2DysUDL
No comments:
Post a Comment