ଏକଜିଟ୍‌ ପୋଲ୍‌ ଉପରେ ରୋକ ଲଗାଇଲେ ନିର୍ବାଚନ କମିଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 10, 2018

ଏକଜିଟ୍‌ ପୋଲ୍‌ ଉପରେ ରୋକ ଲଗାଇଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଆସନ୍ତା ସୋମବାରଠାରୁ ବିଭିନ୍ନ ପର୍ଯ୍ୟାୟରେ ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ମିଜୋରାମ, ତେଲେଙ୍ଗାନା ଓ ରାଜସ୍ଥାନ ବିଧାନସଭା ପାଇଁ ଭୋଟ୍‌ ଗ୍ରହଣ ହେବ। ଡିସେମ୍ବର ୭ରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ସହ ଡିସେମ୍ବର ୧୧ରେ ଏକକାଳୀନ ୫ ରାଜ୍ୟର ଫଳ ପ୍ରକାଶ ପାଇବ।

ତେବେ ଏହା ପୂର୍ବରୁ ନିର୍ବାଚନ କମିଶନ ଦୀର୍ଘ ଏକମାସ ପାଇଁ ବିଭିନ୍ନ ଗଣମାଧ୍ୟମ ଓ ସର୍ଭେ ସଂସ୍ଥା ପକ୍ଷରୁ କରାଯାଉଥିବା ଏକଜିଟ୍‌ ପୋଲ୍‌ ଉପରେ ରୋକ ଲଗାଇଛନ୍ତି। ନଭେମ୍ବର ୧୨ରୁ ଡିସେମ୍ବର ୭ ସନ୍ଧ୍ୟା ୫.୩୦ ଯାଏ କୌଣସି ପ୍ରକାରର ଏକଜିଟ୍‌ ପୋଲ ଫଳାଫଳ ଗଣମାଧ୍ୟମରେ ପ୍ରକାଶ ପାଇବ ନାହିଁ ବୋଲି ନିର୍ବାଚନ କମିଶନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।

ଛତିଶଗଡ଼ରେ ନଭେମ୍ବର ୧୨ ଓ ୨୦ ତାରିଖ ଦୁଇଟି ପର୍ଯ୍ୟାୟରେ ଭୋଟ୍‌ ହେବ। ସେହିପରି ନଭେମ୍ବର ୨୮ରେ ମଧ୍ୟପ୍ରଦେଶ ଓ ମିଜୋରାମରେ ଭୋଟ ଗ୍ରହଣ ହେବ। ରାଜସ୍ଥାନ ଓ ତେଲେଙ୍ଗାନାରେ ଡିସେମ୍ବର ୭ରେ ମତଦାନ ଅନୁଷ୍ଠିତ ହେବ।

ରିପ୍ରେଜେନଟେସନ୍‌ ଅଫ୍ ପିପୁଲ୍ସ ଆକ୍ଟ ୧୯୫୧ ଅନୁଯାୟୀ, ନିର୍ବାଚନ କମିଶନ ଏକଜିଟ୍‌ ପୋଲ୍‌ ଉପରେ ଏଭଳି ରୋକ ଲଗାଇଛନ୍ତି।



from Odisha Reporter https://ift.tt/2DvLmg5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages