ମା’ତାରିଣୀଙ୍କ ନାଁରେ ଗୁଜବ ପରେ ସୋଶାଲ୍ ମିଡିଆରେ ଆସିଲା ଏମିତି ପ୍ରତିକ୍ରିୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 10, 2018

ମା’ତାରିଣୀଙ୍କ ନାଁରେ ଗୁଜବ ପରେ ସୋଶାଲ୍ ମିଡିଆରେ ଆସିଲା ଏମିତି ପ୍ରତିକ୍ରିୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷ ବର୍ଷ ଧରି ଜଳୁଥିବା ଅଖଣ୍ଡ ଦୀପ ଲିଭି ଯାଇଛି। ମା’ଙ୍କ ମଥାରୁ ସିନ୍ଦୂର ଝରି ପଡ଼ୁଛି। ମାଆଙ୍କ ଶାଢ଼ି ବି ଜଳି ଯାଇଛି। ଗତକାଲି ସନ୍ଧ୍ୟା ବେଳକୁ କେନ୍ଦୁଝରର ଘଟଗାଁ ତାରିଣୀଙ୍କୁ ନେଇ ଏମିତି କିଛି ଗୁଜବ ଶୁଣିବାକୁ ମିଳିଥିଲା। ଦେଖୁଦେଖି ଏହା ନିଆଁ ପରି ବ୍ୟାପି ଯାଇଥିଲା ରାଜ୍ୟର ଏ କୋଣରୁ ସେ କୋଣ। କିଏ ଏ ଗୁଜବ ଆରମ୍ଭ କଲା, ତାହା ଜଣାନାହିଁ। ହେଲେ କଥାଟିକୁ ବନେଇ ଚୁନେଇ ବିଭିନ୍ନ ଜାଗାରେ ଭିନ୍ନଭିନ୍ନ ଢଙ୍ଗରେ ଉପସ୍ଥାପନ କରାଗଲା। ଏହା ଅଶୁଭ ସଙ୍କେତ ବୋଲି କୁହାଗଲା। ଆଉ ଏହା ବି କୁହାଗଲା ଯେ, ସଧବା ମହିଳାମାନେ ଅଳତା ଓ ସିନ୍ଦୂର ଲଗାଇ ଦୀପ ଜଳାଇବେ। ଆମ ପାଖରେ ଯାହା ସୂଚନା ଅଛି, କିଛି କିଛି ଜାଗାରେ ସଧବାମାନେ ଏହାକୁ ପାଳନ ମଧ୍ୟ କରିଛନ୍ତି।

ଅବଶ୍ୟ ଏ ଖବର ସ୍ଥାନୀୟ ଅଞ୍ଚଳରେ ତଡ଼ିତ୍ ବେଗରେ ବ୍ୟାପିଯିବା ପରେ ମନ୍ଦିର ଟ୍ରଷ୍ଟିଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା ଓ ଖବରକୁ ଖଣ୍ଡନ କରାଯାଇଥିଲା। କୁହାଯାଇଥିଲା ଯେ, ମା’ ତାରିଣୀଙ୍କ ପୀଠରେ ଅଖଣ୍ଡ ଦୀପ ଜଳିବାର ପରମ୍ପରା ହିଁ ନାହିଁ। ଏଠାରେ କେବଳ ଭକ୍ତମାନେ ହିଁ ଦୀପ ଜାଳନ୍ତି। ସେହିପରି ସିନ୍ଦୂର ଝଡ଼ିବା ଓ ଶାଢ଼ି ଜଳିବା କଥା ବି ମିଛ। ଏ ଖବର ପାଇବାରେ ଗୁଜବ ଶୁଣି ଭୟଭୀତ ହୋଇଯାଇଥିବା ଲୋକେ ଆଶ୍ୱସ୍ତ ହୋଇଥିଲେ।

ତେବେ ଏହାକୁ ନେଇ ସୋଶାଲ୍ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କଥାଟି କେବଳ ଏକ ଗୁଜବ ବୋଲି ‘ଓଡ଼ିଶା ରିପୋର୍ଟର’ ପ୍ରଥମେ ଖବର ପ୍ରକାଶ କରିଥିଲା। ଏ ଖବର ପଢ଼ିବା ପରେ ‘ଫେସ୍‌ବୁକ୍‌’ରେ ଆମର ପାଠକମାନେ ସେମାନଙ୍କର ପ୍ରତିକ୍ରିୟା ଦେଇଛନ୍ତି। ଏଥିରେ ଅଧିକାଂଶ ଲୋକ ଏ ଗୁଜବ ଆରମ୍ଭ କରିଥିବା ବ୍ୟକ୍ତିଙ୍କୁ ଖୋଜି କୋଠରରୁ କୋଠର ଦଣ୍ଡ ଦେବାକୁ ଦାବି କରିଛନ୍ତି।

ସ୍ୱୟଂପ୍ରଭା ନାୟକ ଲେଖିଛନ୍ତି, ଏଭଳି ଗୁଜବ ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍।

ମାନସ ମହାନ୍ତି ଲେଖିଛନ୍ତି, ଗୁଜବ ପ୍ରଚାର କରୁଥିବା ଲୋକଙ୍କୁ ମା’ ତାରିଣୀ ସଦ୍‌ବୁଦ୍ଧି ଦିଅନ୍ତୁ।

ରତନ ନାଏକ ଲେଖିଛନ୍ତି, ମା’ଙ୍କ ନାଁରେ ଏମିତି କରିବା ଠିକ୍ ନୁହେଁ। ବାପୁନ ଶତପଥୀ କହିଛନ୍ତି, ଏମାନଙ୍କୁ ଆଜୀବନ କାରାଦଣ୍ଡ ଦିଆଯିବା ଉଚିତ୍।

ଘଟଗାଁ ତାରିଣୀଙ୍କ ନାଁରେ ଏମିତି ଗୁଜବ ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ଲୋକଙ୍କ ଧାର୍ମିକ ଭାବନାକୁ ନେଇ କେହି ଖେଳିବାକୁ ଚେଷ୍ଟା କରିଛି। ଆଗାମୀ ଦିନରେ ଯେପରି କୌଣସି ଦେବାଦେବୀ ବା ଧାର୍ମିକସ୍ଥଳୀକୁ ନେଇ ଏମିତି ମିଥ୍ୟା ପ୍ରଚାର ନହୁଏ, ସେଥିପ୍ରତି ସରକାର ତଥା ପ୍ରଶାସନ ସତର୍କ ରହିବା ଉଚିତ୍। ତା’ସହିତ ଏଭଳି ଗୁଜବକୁ ଲୋକେ ବିଶ୍ୱାସ ନ କରି ଏମିତି ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ ସଂପୃକ୍ତ କର୍ତ୍ତୃପକ୍ଷ, ପ୍ରଶାସନ ବା ପୁଲିସ୍ ନିକଟରେ ଅଭିଯୋଗ କରିବା ଉଚିତ୍।

ଏନେଇ ମନ୍ଦିର ଟ୍ରଷ୍ଟି ସଭାପତି ରାଜେନ୍ଦ୍ର ପଟ୍ଟନାୟକ କ’ଣ କହୁଛନ୍ତି ଶୁଣନ୍ତି।



from Odisha Reporter https://ift.tt/2OBWmtv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages