ମଧ୍ୟ ଆଣ୍ଡାମାନ ସାଗରରେ ଲଘୁଚାପ ଯୋଗୁଁ ବର୍ଷା ସମ୍ଭାବନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 10, 2018

ମଧ୍ୟ ଆଣ୍ଡାମାନ ସାଗରରେ ଲଘୁଚାପ ଯୋଗୁଁ ବର୍ଷା ସମ୍ଭାବନା

rain,,,,

ଭୁବନେଶ୍ୱର, ନଭେମ୍ବର ୧୦ : ମଧ୍ୟ ଆଣ୍ଡାମାନ୍ ସାଗର ଏବଂ ଏହାର ସଂଲଗ୍ନ ଅଂଚଳରେ ଏକ ଲଘୁଚାପ ଘନୀଭୂତ ହେବା ସହ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏବଂ ଏହା ମିଡ ଟ୍ରପୋସ୍ପେରିକ୍ ସ୍ତର ପର୍ଯ୍ୟନ୍ତ ବ୍ୟାପ୍ତ ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଏହା ଧୀରେ ଧୀରେ ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି ମାତ୍ର ବିଭିନ୍ନ ମଡେଲ୍ ଗୁଡ଼ିକ ମଧ୍ୟରେ ତାରତମ୍ୟ ରହିଛି ବୋଲି ସୂଚନା ଦେଇଛନ୍ତି ସିଇସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ।

ଏହା ଏକ ଘୁର୍ଣ୍ଣିଝଡ଼ ଭାବେ ନଭେମ୍ବର ୧୫ ବେଳକୁ ତାମିଲନାଡ଼ୁ ଉପକୂଳ ସ୍ପର୍ଶ କରିବ ବୋଲି କେତେକ ମଡେଲ୍ ସୂଚାଉଥିବାବେଳେ ଅନ୍ୟ କେତେକ ମଡେଲ୍ ସୂଚାଉଛି ଯେ ଏହି ଘୂର୍ଣ୍ଣିବଳୟ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ନଭେମ୍ବର ୧୩ ତାରିଖ ସୁଦ୍ଧା ଡିପ୍ ଡିପ୍ରେସନର ରୂପ ନେବ ଏବଂ ତା’ପରେ ତାହା ଦୂର୍ବଳ ହେବ ବୋଲି ଡ. ସାହୁ କହିଛନ୍ତି।

ଏହି ସମୟରେ ଆକାଶ ମେଘୁଆ ରହିବା ସହ ଉପକୂଳ ଓଡ଼ିଶାରେ ନଭେମ୍ବର ୧୨ରୁ ୧୫ ତାରିଖ ମଧ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ସେ କହିଛନ୍ତି।

ଉତ୍ତର ପଶ୍ଚିମ ଭାରତରେ ସୃଷ୍ଟ ପ୍ରଦୂଷଣ ହେତୁ ଓଡ଼ିଶାରେ ପାଗ କୁହୁଡିଆ ରହୁଛି ଓ ଉତ୍ତର-ପଶ୍ଚିମ ତଥା ଉତ୍ତର-ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶା ଆଡ଼କୁ ପ୍ରବାହିତ ବାୟୁ ଦ୍ୱାରା ଏହି ପ୍ରଦୂଷଣକାରୀ ପଦାର୍ଥଗୁଡ଼ିକ ପୂର୍ବ ଦିଗକୁ ଆସୁଛି ବୋଲି ଡ.ସାହୁ କହିଛନ୍ତି।



from Odisha Reporter https://ift.tt/2z4Kew7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages