ଦାରୁ ଚିହ୍ନଟ ବେଳେ ଯାହାଙ୍କ ନାଁ ଉଠୁଥିଲା, ତାଙ୍କୁ ରାଜ୍ୟସଭା ପଠାଯାଇଛି: ତାରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 15, 2018

ଦାରୁ ଚିହ୍ନଟ ବେଳେ ଯାହାଙ୍କ ନାଁ ଉଠୁଥିଲା, ତାଙ୍କୁ ରାଜ୍ୟସଭା ପଠାଯାଇଛି: ତାରା

tara

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୫ ମସିହାରେ ଶ୍ରୀଜିଉଙ୍କ ନବକଳେବର ବେଳେ ଦାରୁ ଚିହ୍ନଟରେ ଫିକ୍ସିଂ ହୋଇଥିବା ନେଇ ଦେବଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା ଅଭିଯୋଗ ଆଣିବା ପରେ ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ରାଜ୍ୟ ସରକାର ହେଉଛନ୍ତି ଫିକ୍ସିଂ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରରେ ସବୁଠି ଡିଲ୍‌ ହୁଏ।

ସେ କହିଛନ୍ତି, ସବୁ ଦାରୁ ଗୋଟିଏ ଜାଗାରୁ କେମିତି ମିଳିଲା? ସେତେବେଳେ ବି ଏକଥା ଉଠିଥିଲା। ଗତକାଲି ଏହା ପ୍ରମାଣିତ ହୋଇଗଲା। ମୁଖ୍ୟ ବିଶ୍ୱକର୍ମା (ଦେବଦଳନ ରଥର) ଏ କଥା କହିଛନ୍ତି। ଦାରୁ ଚିହ୍ନଟ ବେଳେ ଯାହାଙ୍କ ନାଁ ଉଠୁଥିଲା, ସେ ଏବେ ସାଂସଦ। ତାଙ୍କୁ ରାଜ୍ୟସଭା ପଠାଯାଇଛି।

ଦାରୁ ବିଭ୍ରାଟରେ ପୂର୍ବତନ ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କର ବି ଭୂମିକା ରହିଛି ବୋଲି ତାରା ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, ଏ ଘଟଣା ଓଡ଼ିଶାବାସୀ ଓ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ଲାଗିଛି। ଏ ସରକାର ଆଉ ରହିବା ଉଚିତ୍ ନୁହେଁ। ରାଜ୍ୟବାସୀ ନବୀନ ବାବୁଙ୍କୁ କ୍ଷମା ଦେବେ ନାହିଁ।

ଦାରୁ ଫିକ୍ସିଂ ଘଟଣାରେ ହାଇକୋର୍ଟ ଓ ସୁପ୍ରିମ୍‌କୋର୍ଟ ହସ୍ତକ୍ଷେପ କରନ୍ତୁ ବୋଲି ତାରା ନିବେଦନ କରିଛନ୍ତି। ଏହା ସହିତ ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ଏହାର ତଦନ୍ତ କରାଇବାକୁ ସେ ଦାବି କରିଛନ୍ତି।

ଅନ୍ୟପକ୍ଷରେ ବିଜେପି ପକ୍ଷରୁ କୁହାଯାଇଛି, ଏ ସରକାର ଜନତାଙ୍କଠାରୁ ପିସି ଖାଉଥିଲେ। ଏବେ ଜଗନ୍ନାଥଙ୍କ ପାଖରୁ ପିସି ଖାଇଲେଣି। ପିସି ଖିଆ ସରକାର ଜାତିର ଦେବତାଙ୍କୁ ବି ଛାଡ଼ିଲେନି। ଏମାନଙ୍କଠାରୁ ଧର୍ମଛାଡ଼ି ଗଲାଣି।

ଦେବଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା ଅଭିଯୋଗ କରିଛନ୍ତି ଯେ ଯିଏ ଟଙ୍କା ଦେଇଥିଲେ, ତାଙ୍କ ଗଛ ଦାରୁ ଭାବେ ଚିହ୍ନଟ ହୋଇଥିଲା। ଖାଲି ସେତିକି ନୁହେଁ, ଚିହ୍ନଟ ହୋଇଥିବା ଦାରୁ ପୋଲା ଥିଲା ବୋଲି ମଧ୍ୟ ସେ କହିଥିଲେ। ସେଥିପାଇଁ ଶ୍ରୀବିଗ୍ରହଙ୍କ ନିର୍ମାଣ ବେଳେ ମହାରଣା ସେବକମାନେ ଅସୁବିଧାରେ ପଡ଼ିଥିଲେ।

ଗତ ନବକଳେବର ବେଳେ ସୁଦର୍ଶନଙ୍କ ଦାରୁକୁ ଛାଡ଼ି ବାକି ତିନିଟି ଦାରୁ ଜଗତସିଂହପୁର ଜିଲ୍ଲାରୁ ଅଣାଯାଇଥିଲା।

ଆହୁରି ପଢ଼ନ୍ତୁ- ମହାପ୍ରଭୁଙ୍କୁ ବି ଛାଡ଼ିଲେନି: ଦାରୁ ଚୟନରେ ଫିକ୍ସିଂ ହୋଇଥିଲା, ଟଙ୍କା ନେଇ ଗଛ ବାଛିଥିଲେ ଦଇତା !



from Odisha Reporter https://ift.tt/2K6jz6D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages