ଗଞ୍ଜାମ ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ: କୋର୍ଟ କାମ ଠପ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 14, 2018

ଗଞ୍ଜାମ ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ: କୋର୍ଟ କାମ ଠପ୍‌

berhampur

ବ୍ରହ୍ମପୁର( ଅଶୋକ ବ୍ରହ୍ମା): ବୁଗୁଡ଼ା ଥାନାରେ ଓକିଲ ହରପ୍ରସାଦ ଦାସଙ୍କୁ ଥାନା ଅଧିକାରୀଙ୍କ ମାଡ଼ ପ୍ରତିବାଦରେ ଗଞ୍ଜାମ ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ଫଲରେ ଗଞ୍ଜାମର ବିଭିନ୍ନ କୋର୍ଟରେ ଆଜି କୌଣସି ଓକିଲ କାମରେ ଯୋଗ ଦେଇନାହାନ୍ତି। ଏହାଦ୍ୱାରା କୋର୍ଟଗୁଡିକରେ କାମ ଠପ୍‌ ହୋଇଯାଇଛି।

ଗତକାଲି ବୁଗୁଡ଼ା ଓକିଲ ସଂଘ ସହ ଆଲୋଚନା ପରେ ଥାନାରେ ଏଫ୍‌ଆଇଆର୍‌ ଦିଆଯାଇଥିଲା। ଦକ୍ଷିଣାଞ୍ଚଳ ଡିଆଇଜି ଏବଂ ଏସ୍‌ପି ଘଟଣାର ତଦନ୍ତ କରୁଛନ୍ତି। ରିପୋର୍ଟ ଆସିବା ପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

ଗତ ମଙ୍ଗଳବାର ଦିନ ବୁଗୁଡ଼ା ଥାନା ଭିତରେ ଓକିଲ ହରପ୍ରସାଦ ଦାସଙ୍କୁ ଥାନାଧିକାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏକ ବିବାଦୀୟ ରାସ୍ତାକୁ ନେଇ ଆଲୋଚନା ପାଇ ଯାଇଥିବା ଓକିଲକୁ ପୁଲିସ୍‌ ନିର୍ଦ୍ଧୁମ ପିଟିଥିବା ଅଭିଯୋଗ ହୋଇଥିଲା।



from Odisha Reporter https://ift.tt/2zXMJ3c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages