
ନୂଆଦିଲ୍ଲୀ: ଅଡ଼ୁଆରେ ପଡ଼ିଛନ୍ତି ପ୍ରଖ୍ୟାତ ଯୋଗ ଗୁରୁ ବାବା ରାମଦେବ। ରାମଦେବଙ୍କ ଉପରେ ଲେଖାଯାଇଥିବା ବହି କାହିଁକି ପବ୍ଲିଶ ହେବନାହିଁ, ତା’ର ଜବାବ ରଖିବାକୁ ଦେଶର ସର୍ବୋଚ୍ଚ ଅଦାଲତ ତାଙ୍କୁ ନୋଟିସ୍ କରିଛନ୍ତି। ଜଣେ ପବ୍ଲିଶର ରାମଦେବଙ୍କ ଉପରେ ଲେଖାଯାଇଥିବା ଏକ ବହିକୁ ଉନ୍ମୋଚନ କରିବାକୁ ଚାହୁଁଥିଲେ।
କିନ୍ତୁ ଦିଲ୍ଲୀ ହାଇକୋର୍ଟ ସେପ୍ଟେମ୍ବର ୨୯ରେ ରାମଦେବଙ୍କ ଆବେଦନକୁ ଗ୍ରହଣ କରି ବହି ବିକ୍ରି ଓ ପବ୍ଲିଶ ଉପରେ ରୋକ ଲଗାଇଥିଲେ। ଏହା ବିରୋଧରେ ପବ୍ଲିଶର ଜଣଙ୍କ ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୋଇଥିବା ବେଳେ ଆଜି କୋର୍ଟ ଏହାର ଶୁଣାଣି କରି ରାମଦେବଙ୍କୁ ନୋଟିସ୍ କରିଛନ୍ତି।
ଉନ୍ମୋଚନ ହେବାକୁ ଥିବା ବହିରେ ରାମଦେବଙ୍କ ଉପରେ କିଛି ବିବାଦୀୟ କଥା ଉଲ୍ଲେଖ ଥିବାରୁ ଏହାକୁ ବିରୋଧ କରାଯାଉଛି। ଜାଣିଶୁଣି ଲେଖକ ଜଣଙ୍କ ତାଙ୍କୁ ବଦନାମ କରିବାକୁ ଏହି ବହି ପବ୍ଲିଶ କରିବାକୁ ଚାହୁଁଥିବା ରାମଦେବ କହିଛନ୍ତି।
ସୁପ୍ରିମକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାବର୍ଷ ଫେବୃଆରୀ ମାସ ପ୍ରଥମ ସପ୍ତାହରେ କରିବେ ବୋଲି ଦିନ ଧାର୍ଯ୍ୟ କରିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ମଦନ ବି ଲୋକୁର ଓ ଜଷ୍ଟିସ୍ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିବେ। “ଗଡ଼୍ ମ୍ୟାନ୍ ଟୁ ଟାଇକୁନ୍” ନାମକ ବହିକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି।
from Odisha Reporter https://ift.tt/2Q2m7cb
No comments:
Post a Comment