
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହକି ବିଶ୍ୱକପ୍ର ରଙ୍ଗାରଙ୍ଗ ଉଦ୍ଘାଟନ ସରିଛି। ବଲିଉଡ୍ର ଧକ୍ଧକ୍ ଗର୍ଲ ମାଧୁରୀଙ୍କ ନାଚ ଆଉ ଓସ୍କାର ବିଜେତା ଏ.ଆର୍.ରହମାନ୍ଙ୍କ ସଙ୍ଗୀତରେ ମୁଖରୀତ ହୋଇଛି କଳିଙ୍ଗ ଷ୍ଟାଡିୟମ୍।
ଦ୍ୱିତୀୟ ଉଦ୍ଘାଟନୀ ସନ୍ଧ୍ୟାରେ ଭାଇଜାନ୍ ସଲମାନ୍ ବି ନିଜ କଥାର ଯାଦୁଗରୀରେ ବାନ୍ଧି ପରିଛନ୍ତି ଓଡ଼ିଆ ଦର୍ଶକଙ୍କୁ। ହେଲେ ବାରବାଟି ପଡ଼ିଆରେ ସଲମନ୍ଙ୍କ କାର୍ଯ୍ୟକ୍ରମ ପରେ ମୁଖ୍ୟ ଆକର୍ଷଣ ହୋଇଥିଲା ରହମାନ୍ଙ୍କ ମେଲୋଡି ନାଇଟ୍। ଆଉ ଏଇ ମେଲୋଡି କାର୍ଯ୍ୟକ୍ରମରେ ରହମାନ୍ଙ୍କ ସହ ତାଳରେ ତାଳ ଦେଇ ସଙ୍ଗୀତର ଧୂନ୍ ପରଷିଥିଲେ ଜଣେ ଓଡ଼ିଆ ପୁଅ।

ଆଜ୍ଞା ହଁ, ଆପଣ ଠିକ୍ ଶୁଣିଲେ, ଜଣେ ଓଡ଼ିଆ ପୁଅ ନିଜ ସଙ୍ଗୀତର ଯାଦୁ ଦେଖାଇଥିଲେ ରହମାନ୍ଙ୍କ ସହ।
ରହମାନ୍ ସଙ୍ଗୀତ ପରିବେଷଣ କରୁଥିବା ବେଳେ ନିଜେ କହିଥିଲେ ଯେ, “ମୋ ଟ୍ରୁପ୍ରେ ଜଣେ ଓଡ଼ିଆ ଅଛନ୍ତି। ମୁଁ ଜଣେ ଓଡ଼ିଆ ସଙ୍ଗୀତକାରଙ୍କ ସହ ସଙ୍ଗୀତ ପରିବେଷଣ କରିବାକୁ ଯାଉଛି।” ଏହା ଶୁଣି ସମସ୍ତେ ତାଳି ମାରିଥିଲେ । ରହମାନ୍ କହିଥିଲେ ଯେ, ‘କାବୁଲି’ ଆପଣଙ୍କ ମାଟିର ପିଲା ।
ଏହାପରେ ସଭାମଞ୍ଚରୁ ଥାଇ କାବୁଲି ରଥ ହାତ ହଲାଇଥିଲେ।
ହେଲେ ଆପଣଙ୍କ ଜାଣନ୍ତିକି ଜାତୀୟସ୍ତରରେ ନାଁ କମେଇଥିବା ଏ କାବୁଲି ରଥ କିଏ? ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ।
କିଏ ଏ କାବୁଲି ?
କାବୁଲି ରଥ। ଘର ଭୁବନେଶ୍ୱର ୟୁନିଟ୍ ୩ ଅଞ୍ଚଳରେ। ଜାଣି ଖୁସି ହେବେ, କାବୁଲି ହେଉଛନ୍ତି ପ୍ରସିଦ୍ଧ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ବଡ଼ ଭଣଜା ଆଉ କାବୁଲିଙ୍କ ସାନଭାଇ ହେଉଛନ୍ତି ଗୁଡ୍ଲି ରଥ। ଯାହାଙ୍କ ଅନେକ ଓଡ଼ିଆ ସଙ୍ଗୀତ ଆପଣ ଏବେ ବି ଗୁଣୁଗୁଣାଉଥିବେ।
ନିଶା ଆଉ ପେଷାରେ ସେ ଜଣେ ଆଗଧାଡିଆ ଗିଟାରିଷ୍ଟ। ଚେନ୍ନାଇରୁ ଆରମ୍ଭ ହୋଇଥିଲା ତାଙ୍କ ସଙ୍ଗୀତଯାତ୍ରା। ତାଙ୍କ ପ୍ରଥମ ଫିଲ୍ମ ୧୯୯୨ରେ ରିଲିଜ୍ ହୋଇଥିଲା । ଏହାପରେ ସେ ଅନେକ ବଲିଉଡ୍ ଆଉ ଓଡ଼ିଆ ସିନେମା ସହ ତେଲୁଗୁ, ତାମିଲ, କନ୍ନଡ଼, ମାଲାୟାଲମ୍, ଅସମିଆ ଆଦି ଫିଲ୍ମରେ କାମ କରିଥିଲେ। ତାଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ଭିତରେ ରହିଛି ରୋଜା।
from Odisha Reporter https://ift.tt/2E8ak5q
No comments:
Post a Comment